ଓଡିଶା

odisha

ଲଘୁଚାପ ବର୍ଷା: କେନ୍ଦ୍ରାପଡାରେ କାନ୍ଥ ପଡି 2 ମୃତ

By

Published : Sep 13, 2021, 3:56 PM IST

Updated : Sep 13, 2021, 4:33 PM IST

heavy rain in kendrapara wall collapse two death

ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । କେନ୍ଦ୍ରାପଡା ଜିଲ୍ଲାର ପୃଥକ ପୃଥକ ଦୁଇଟି ସ୍ଥାନରେ କାନ୍ଥପଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଅଧିକ ପଢନ୍ତୁ...

କେନ୍ଦ୍ରାପଡା: ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲାର ପୃଥକ ପୃଥକ ଦୁଇଟି ସ୍ଥାନରେ କାନ୍ଥପଡି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ପାଟକୁରା ଥାନା ଅନ୍ତର୍ଗତ ବଡବେତରା ଗାଁରେ ଘର କାନ୍ଥପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବାବେଳେ ନିକିରାଇ ଥାନା ଅନ୍ତର୍ଗତ ବେଣୀପୁର ଢିଅସାହି ଗାଁରେ କାନ୍ଥପଡି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ଲଘୁଚାପ ବର୍ଷାରେ ବେହାଲ, କେନ୍ଦ୍ରାପଡାରେ କାନ୍ଥପଡି ଦୁଇମୃତ

ଲଘୁଚାପ ଜନିତ ଲଗାଣ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି । କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବଡବେତରା ଗାଁରେ ଭୋର ୪ଟା ସମୟରେ ଅଭୟ କୁମାର ମହାପାତ୍ର ଘରେ ତଳେ ଶୋଇଥିବାବେଳେ ବର୍ଷା ପାଣିରେ ଭିଜି ଘର କାନ୍ଥ ଭୁଷୁଡି ପଡିଥିଲା । କାନ୍ଥ ତଳେ ସେ ରହି ଯାଇଥିବା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ସେହିଭଳି ତାଙ୍କର ବୋହୂ କଳ୍ପନା ମହାପାତ୍ର ଶୋଇ ଥିବାବେଳେ ତାଙ୍କ ଉପରେ କାନ୍ଥ ପଡ଼ି ଆହତ ହୋଇଛନ୍ତି । ଘଟଣାସ୍ଥଳରେ କୋରୁଆ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗ୍ରାମବାସୀଙ୍କ ସହଯୋଗରେ ମାଟି ତଳୁ ବୃଦ୍ଧାଙ୍କ ମୃତ ଶରୀରକୁ ଉଦ୍ଧାର କରିଥିଲେ ।

ସେହିପରି ଢ଼ିଅସାହି ଗାଁର ଅନାମ ପୃଷ୍ଟିଙ୍କ ପତ୍ନୀ ନର୍ମଦା ପୃଷ୍ଟି ଗତ ରାତିରେ ଶୋଇଥିବା ବେଳେ ଅନୁରୂପ ଭାବେ କାନ୍ଥପଡି ମୃତ୍ୟୁବରଣ କରିଛନ୍ତି। ଘଟଣାସ୍ଥଳରେ ତହସିଲଦାର ଉପସ୍ଥିତ ରହି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Sep 13, 2021, 4:33 PM IST

ABOUT THE AUTHOR

...view details