ଓଡିଶା

odisha

ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ପୋଲିସ କର୍ମଚାରୀ ସମ୍ମାନିତ

By

Published : Apr 4, 2021, 6:51 PM IST

ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ
ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ ()

ଆଜି କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଡିଜିପି ଡିସ୍କ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଅଭୟ । ଅଧିକ ପଢନ୍ତୁ...

ଫୁଲବାଣୀ: ଆଜି କନ୍ଧମାଳ ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଏହି ଅବସରରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଡିଜିପି ଡିସ୍କ ପଦକ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଅଭୟ । ଏଥିରେ କନ୍ଧମାଳ ଏସପିଙ୍କ ସମେତ କଳାହାଣ୍ଡି ଓ କନ୍ଧମାଳର 27 ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ 4ଜଣ କୋଭିଡ ୱାରିଅରଙ୍କ ପରିବାରଙ୍କୁ ସମ୍ମାନିତ କରିଥିଲେ ପୋଲିସ ମହାନିର୍ଦ୍ଦେଶକ ଅଭୟ ।

ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ

ଏହି ପଦକ ପ୍ରଦାନ ପ୍ରଥମଥର କନ୍ଧମାଳ ଜିଲ୍ଲାର ଫୁଲବାଣୀ ଠାରେ ହୋଇଥିଲା । ନକ୍ସଲ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପାଖକୁ ଆସି ଏହି ପଦକ ଦେଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି । ବାରମ୍ବାର ଏମିତି ଆସିବି ଓ ଭଲ କାମ ପାଇଁ ସମ୍ମାନିତ କରିବି ବୋଲି କହିଛନ୍ତି ଡିଜିପି । ସମ୍ମାନିତ କରିଥିବାରୁ ଆଗକୁ ମଧ୍ୟ ଆହୁରି ଭଲ କାର୍ଯ୍ୟ କରିବାକୁ ପ୍ରେରଣା ମିଳିବ । ତା ସହିତ କୋରାନା ଯୋଦ୍ଧା ଭାବେ ସହିଦଙ୍କ ପରିବାରଙ୍କୁ ସମାନିତ କରିଥିବାରୁ ସହିଦଙ୍କ ପରିବାର ଲୋକେ ଗର୍ବିତ ଥିଲେ । ଏହି ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ଆଇଜି ଅପରେସନ ଅମିତାଭ ଠାକୁର, ଗୁଇନ୍ଦା ନିଦ୍ଦେର୍ଶକ ଆର.କେ ଶର୍ମା, ଅତିରିକ୍ତ ଡିଜିପି ଲଳିତ ଦାସ, ସିଆରପିଏଫ୍ କମଣ୍ଡାଣ୍ଟ, ଜିଲ୍ଲାପାଳ ଡ଼ାଃ ବୃନ୍ଦା ଡି, ଏସ.ପି ଭିନିତ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details