ETV Bharat / state

ଭଦ୍ରମୁଖା ଦମ୍ପତି, ସୋ ରୁମ କର୍ମଚାରୀକୁ କଥାରେ ବ୍ୟସ୍ତ ରଖି ଲୁଟିନେଲେ 10ହଜାର - Robbery in a Garment store

author img

By ETV Bharat Odisha Team

Published : May 7, 2024, 9:00 PM IST

Robbery in Bhubaneswar
Robbery in Bhubaneswar (ETV Bharat Odisha)

Robbery in Bhubaneswar: ଦାମି କାରରେ ଆସିଲେ, ଆଖି ପିଛୁଳାକେ ଲୁଟିନେଲେ । ସେଲ୍ସମ୍ୟାନକୁ କିଛି କିଣିବା ପାଇଁ ମାଗିଲେ ସ୍ତ୍ରୀ । ଆଉ ସେପଟେ ସ୍ୱାମୀ କାଉଣ୍ଟର ଖୋଲି ଲୁଟ୍ ନେଲେ 10 ହଜାର ଟଙ୍କା । ଅଧିକ ପଢନ୍ତୁ

Robbery in Bhubaneswar (ETV Bharat Odisha)

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଚୋର । ଅନ୍ତବସ୍ତ୍ର ସୋ' ରୁମରୁ ଅଭିନୟ ଉପାୟରେ କରିଛନ୍ତି ଚୋରି । କାରରେ ଆସି କିଣାକିଣି ଆଳରେ ଟଙ୍କା ଚୋରି କରିଛନ୍ତି ପତିପତ୍ନୀ । ଏଭଳି ଘଟଣା ଲିଙ୍ଗରାଜ ଥାନା ଅଞ୍ଚଳର ରବିଟକିଜ ଛକ ଉପରେ ଥିବା ରେବା ଗାର୍ମେଣ୍ଟସ ସୋରୁମରେ ଗତକାଲି (ସୋମବାର) ଘଟିଯାଇଛି । ତେବେ ଏହି ସବୁ ଦୃଶ୍ୟ କଏଦ ହୋଇଥିଲା ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ । ଯାହାର ଅଭିଯୋଗ ନେଇ ପୋଲିସର ଦ୍ବାରସ୍ଥ ହୋଇଛନ୍ତି ସୋ ରୁମ କର୍ମଚାରୀ।

ସୋରୁମ କର୍ମଚାରୀ ଶଙ୍କର୍ଷଣ ମହାନ୍ତିଙ୍କ ସୂଚନା ମୁତାବକ, ସୋମବାର ଅପରାହ୍ନ ୧ଟା ସମୟରେ ଏକ କାର ଯୋଗେ ସୋରୁମରେ ପହଞ୍ଚିଥିଲେ ଏହି ଦମ୍ପତି । ଉଭୟ ମୁହଁରେ ମାସ୍କ ଲଗାଇଥିଲେ ଏବଂ ପୁରୁଷ ଜଣଙ୍କ ମୁଣ୍ଡରେ କ୍ୟାପ ପିନ୍ଧିଥିଲେ । ପରେ ମହିଳା ଜଣଙ୍କ ଅନ୍ତବସ୍ତ୍ର କିଣିବା ପାଇଁ କହିଥିଲେ । ଦୋକାନର‌ କର୍ମଚାରୀ ଲଞ୍ଚ ବ୍ରେକରେ ଯାଇଥିବାରୁ ଶଙ୍କର୍ଷଣ କ୍ୟାସ କାଉଣ୍ଟର ଛାଡି ଜିନିଷ ଦେଖାଇଥିଲେ । ତେବେ ଜିନିଷ ଦେଖାଇବା ସମୟରେ ମହିଳା ଜଣଙ୍କ ବିଭିନ୍ନ ପ୍ରକାରର ଭେରାଇଟିର ଦେଖିବା ପାଇଁ କହି ସୋରୁମ କର୍ମଚାରୀଙ୍କର ଧ୍ୟାନ ଭଟକାଉଥିଲେ । କର୍ମଚରୀଙ୍କ କ୍ୟାସ କାଉଣ୍ଟରରୁ ନଜର ହଟିବା ପରେ ସାଥିରେ ଥିବା ପୁରୁଷ ଜଣଙ୍କ ହଠାତ କ୍ୟାସ କାଉଣ୍ଟର ନିକଟରେ ବୁଲାବୁଲି କରିଥିଲେ । ସୋରୁମ କର୍ମଚାରୀ ଜିନିଷ ଦେଖାଇବା ବ୍ୟସ୍ତତା ଭିତରେ ସୁଯୋଗ ପାଇ ପୁରୁଷ ଚୋର ଜଣଙ୍କ କ୍ୟାସ ଡ୍ର ଖୋଲି ୧୦ହଜାର ଟଙ୍କା ନେଇ ଛୁ ମାରିଥିଲେ । ଏପରିକି ମହିଳା ଜଣଙ୍କ କିଛି ଜିନିଷ ପସନ୍ଦ ହେଉନାହିଁ ସେ କିଛି ନିର୍ଦ୍ଦିଷ୍ଟ ଭେରାଇଟର ଖୋଜୁଛନ୍ତି କହି ସେଠାରୁ ପଳାଇଥିଲେ ।

ଏହା ମଧ୍ୟ ପଡ଼ନ୍ତୁ.. ନକଲି NCERT ବହି ବିକ୍ରି ରାକେଟ୍: ୩ ଗିରଫ, ବଡ଼ବଡ଼ିଆଙ୍କ ସମ୍ପୃକ୍ତି ସନ୍ଦେହ - Duplicate Book Racket

କର୍ମଚାରୀ ଆସି ଦେଖିଲା ବେଳକୁ କ୍ୟାସ ଡ୍ରରେ ଟଙ୍କା କମ ଥିବା ଭଲି ଲାଗିଲା । ସନ୍ଦେହ ହେବାରୁ ସିସିଟିଭି ଚେକ୍ କରିଥିଲେ । ଆଉ ସେ ବ୍ୟକ୍ତି ଟଙ୍କା ଚୋରି କରୁଥିବାର ଦେଖିବାକୁ ପାଇଥିଲେ । ଏନେଇ ସେ ବରଗଡ଼ ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ସିସିଟିଭି ଫୁଟେଜରେ କାରର ଗାଡି ନମ୍ବର ମଧ୍ୟ ପାଇ ପୋଲିସକୁ ଜଣାଇଛନ୍ତି । ତେବେ ଏହି ଘଟଣା ପରେ କର୍ମଚାରୀ ଜଣଙ୍କ କହିଛନ୍ତି "ଏମାନେ ଜିନିଷ କିଣାକିଣି ନୁହେଁ ବରଂ ଲୁଟପାଟ ବା ଚୋରି ଉଦ୍ଦେଶ୍ୟରେ ଆସିଥିଲେ ।"

ସେପଟେ ଏହି ଘଟଣାର ତଦନ୍ତ କରିଛି ଲିଙ୍ଗରାଜ ଥାନା ପୋଲିସ । ସିସିଟିଭି ଫୁଟେଜରେ ଗାଡି ନମ୍ବର ଓ ଗାଡିର ରଙ୍ଗ ଦେଖି କଣ୍ଟ୍ରୋଲ ରୁମ୍ ଜରିଆରେ ଆଲର୍ଟ କରିଛନ୍ତି । ତେବେ ପୋଲିସ ମଧ୍ୟ ସଂନ୍ଦେହ କରୁଛି ଏମାନେ ଏପରି ପେଶାଦାର ଭଦ୍ରମୁଖା ଚୋର ହୋଇପାରନ୍ତି ବୋଲି ସନ୍ଦେହ କରୁଛି । ଏମାନେ ବିଶେଷ କରି ଖାଇବା ସମୟ ଦେଖି କିଛି ବଡ ବଡ ସୋରୁରେ ଏପରି କଳାକନା ବୁଲାଇ ଥାଇପାରନ୍ତି । ଏନେଇ ପୋଲିସ ବିଭିନ୍ନ ଦିଗକୁ ନେଇ ତର୍ଜମା କରୁଛି । ସମସ୍ତ ଥାନାକୁ ଏହି ଚୋରଙ୍କ ସମ୍ପର୍କରେ ଆଲର୍ଟ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.