ଓଡିଶା

odisha

ଅପରେସନ ନୀଳ ଜହର, ସାଢେ 8 କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ

By ETV Bharat Odisha Team

Published : Jan 4, 2024, 9:09 AM IST

Cannabis plants destroyed: କନ୍ଧମାଳ ଜିଲ୍ଲା ନୂଆପଦର ପଞ୍ଚାୟତର ୬୫ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟି ସଫା କରିଛି ଫିରିଙ୍ଗିଆ ପୋଲିସ । ଅଧିକ ପଢନ୍ତୁ

Cannabis plants destroyed
Cannabis plants destroyed

Cannabis plants destroyed

ଫୁଲବାଣୀ: ସାରା ରାଜ୍ୟରେ ବେଆଇନ ଗଞ୍ଜେଇ ଚାଷ ଏବଂ ଚୋରା ଗଞ୍ଜେଇ କାରବାର ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସୁଛି କନ୍ଧମାଳ ଜିଲ୍ଲାରେ । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଗଞ୍ଜେଇ କାରବାରକୁ ଦମନ କରିବାକୁ ଚାଲିଛି ବେଆଇନ ଗଞ୍ଜେଇ ଗଛ କଟା ଅଭିଯାନ । ଏସପିଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଗଛ କଟା ଜାରି ରହିଛି । ଗତକାଲି(ବୁଧବାର) ଅଭିଯାନର ୧୪ ଦିନରେ ନୂଆପଦର ପଞ୍ଚାୟତର ରବିଙ୍ଗିଆ, ଜାରାପାଙ୍ଗା ଓ ନୂଆପାଦର ଗାଁରେ ଚଢାଉ କରିଥିଲା ଫିରିଙ୍ଗିଆ ପୋଲିସ । ଏହିସବୁ ଗାଁରେ ପ୍ରାୟ 8 କୋଟି 50 ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ।

ସେଠାରେ ପ୍ରାୟ ୬୫ ଏକର ପରିମିତ ଜଙ୍ଗଲ ଜମିରେ ବେଆଇନ ଭାବରେ ଗଞ୍ଜେଇ ଚାଷ ହୋଇଥିଲା । ଫିରିଙ୍ଗିଆ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଚଢାଉ କରି ଗଞ୍ଜେଇ ଗଛକାଟି ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ 8 କୋଟି 50 ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଏହି ଗଞ୍ଜେଇ କଟାକୁ ନେଇ ଫିରିଙ୍ଗିଆ ଥାନାରେ ୩/୨୪ରେ ଏକ ମାମଲା ରୁଜୁ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ - ଅପରେସନ ନୀଳ ଜହର, ଦେଢ଼ କୋଟି ଉର୍ଦ୍ଧ୍ବ ଗଞ୍ଜେଇ ଚାଷ ନଷ୍ଟ

ଏନେଇ ଗତକାଲି(ବୁଧବାର) ଏହି ଗଞ୍ଜେଇ ଗଛ କଟା ଅଭିଯାନରେ ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏସଆଇ ବିକାଶ କୁମାର ଜାଲି, ଏଏସଆଇ ଶ୍ରୀକାନ୍ତ ପାତ୍ର, ପ୍ରମୋଦ କୁମାର ପ୍ରଧାନ, ଏଏସଆଇ ପ୍ରିୟରଞ୍ଜନ ନାଏକଙ୍କ ସହ ଥାନାର ସମସ୍ତ ହୋମଗାର୍ଡ, ଆଇଆରବି ଯବାନ ଓ ଫିରିଙ୍ଗିଆ ଅତିରିକ୍ତ ତହସିଲଦାର ଅଭିନାଶ ମିଶ୍ର ସାମିଲ ହୋଇଥିଲେ । ଅନ୍ୟପଟେ ଏହି ଗଞ୍ଜେଇ କାଟିବା ପାଇଁ ପ୍ରାୟ ୩୦ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ସୁରକ୍ଷାକୁ ଆଖି ଆଗରେ ରଖି ଏକ ପ୍ଲାଟୁନ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଫିରିଙ୍ଗିଆ ପୋଲିସ ଓ ଅବକାରୀ ବିଭାଗ ଦୀର୍ଘ ୧୪ ଦିନ ଧରି କୋଟି କୋଟି ଟଙ୍କାର ଜଙ୍ଗଲ ଜମିରେ ବେଆଇନ ଭାବରେ ଚାଷ ହୋଇଥିବା ଗଞ୍ଜେଇ ଗଛଗୁଡିକୁ କାଟି ନଷ୍ଟ କରୁଛି । ତଥାପି ଏହି ଅଞ୍ଚଳରେ ଏତେ ପରିମାଣରେ ଚାଷ ହୋଇଛି ଯେ, ଯେତେ କାଟିଲେ ବି ଏହି ଗଞ୍ଜେଇ ଗଛକଟା ସରୁନାହିଁ । ଯେଉଁଥିପାଇଁ ପୋଲିସ ଓ ଅବକାରୀ ବିଭାଗ କର୍ମଚାରୀମାନଙ୍କୁ ନାକେଦମ ହେବାକୁ ପଡୁଛି ।

ଇଟିଭି ଭାରତ, ଫୁଲବାଣୀ

ABOUT THE AUTHOR

...view details