ଓଡିଶା

odisha

ହାଇଦ୍ରାବାଦକୁ ଚାଲାଣ ହୋଇଥାନ୍ତେ ୪୦ରୁ ଊର୍ଦ୍ଧ୍ବ ଦାଦନ, ଦେବଦୂତ ସାଜିଲେ ବ୍ଲକ ଅଧ୍ୟକ୍ଷ

By

Published : Nov 28, 2022, 9:17 PM IST

ହାଇଦ୍ରାବାଦକୁ ଚାଲାଣ ହୋଇଥାନ୍ତେ ୪୦ରୁ ଊର୍ଦ୍ଧ୍ବ ଦାଦନ, ଦେବଦୂତ ସାଜିଲେ ବ୍ଲକ ଅଧ୍ୟକ୍ଷ

ଶ୍ରମିକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦକୁ ମାନବ ଚାଲାଣ କରୁଥିଲା ଦାଦନ ସର୍ଦ୍ଦାର । ବିଭିନ୍ନ ଗାଁର ଦାଦନକୁ ଆଣି ଘରେ ରଖି ନିର୍ଯାତନା ଦେବାକୁ ମଧ୍ୟ ପଛାଇ ନଥିଲା । ହେଲେ କୌଣସି ମତେ ସର୍ଦ୍ଦାର କବଳରୁ ଖସି ଆସିଥିଲେ ଦାଦନ ଶ୍ରମିକ । ଅଧିକ ପଢ଼ନ୍ତୁ

ଭବାନୀପାଟଣା : ଶ୍ରମିକଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ହାଇଦ୍ରାବାଦକୁ ମାନବ ଚାଲାଣ କରୁଥିଲା ଦାଦନ ସର୍ଦ୍ଦାର । ବିଭିନ୍ନ ଗାଁର ଦାଦନକୁ ଆଣି ଘରେ ରଖି ନିର୍ଯାତନା ଦେବାକୁ ମଧ୍ୟ ପଛାଇ ନଥିଲା । ହେଲେ କୌଣସି ମତେ ସର୍ଦ୍ଦାର କବଳରୁ ଖସି ଆସିଥିଲେ ଦାଦନ ଶ୍ରମିକ । ଏହି ସମୟରେ ବ୍ଲକ ଅଧ୍ୟକ୍ଷ ଦେବଦୂତ ସାଜି ଉଦ୍ଧାର କରିଥିଲେ ସମସ୍ତ ଦାଦନ ଶ୍ରମିକଙ୍କୁ ।

ହାଇଦ୍ରାବାଦକୁ ଚାଲାଣ ହୋଇଥାନ୍ତେ ୪୦ରୁ ଊର୍ଦ୍ଧ୍ବ ଦାଦନ, ଦେବଦୂତ ସାଜିଲେ ବ୍ଲକ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଘଣ୍ଟିଗୁଡା ଗାଁର ୪୦ରୁ ଊର୍ଦ୍ଧ୍ବ ଦାଦନ ଶ୍ରମିକ ମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନୂଆପଡା ଜିଲ୍ଲା ହାତୀବନ୍ଧା ଅଞ୍ଚଳର ସର୍ଦ୍ଦାର ସମସ୍ତ ଶ୍ରମିକ ମାନଙ୍କୁ ନେଇ ନିଜ ଘରେ ରଖିଥିଲା । ଯୋଜନା ମୁତାବକ ଆଜି ବିଳମ୍ବିତ ରାତିରେ ସମସ୍ତ ଶ୍ରମିକ ମାନଙ୍କୁ ହାଇଦ୍ରାବାଦକୁ ଚାଲାଣ କରିବା ପାଇଁ ଯୋଜନା କରିଥିଲା ଦାଦନ ସର୍ଦ୍ଦାର ।

ସମସ୍ତ ଶ୍ରମିକଙ୍କୁ ମୁଣ୍ଡ ପିଛା ମାସକୁ ୩୫ ହଜାର ଟଙ୍କା ଦେବ କହି ପ୍ରଲୋଭନ ଦେଖାଇ ଥିଲା ସର୍ଦ୍ଦାର । ହେଲେ ଯେଉଁ କଥା କହି ଶ୍ରମିକଙ୍କୁ ଆଣିଥିଲା ତାହା ନକରି ଓଲଟା ନିର୍ଯାତନା ଦେଉଥିଲା ସର୍ଦ୍ଦାର । ପ୍ରତ୍ୟେକ ଦିନ ମାନସିକ ଶାରୀରିକ ନିର୍ଯାତନା ଦେବାପରେ ଏହାକୁ ସହ୍ୟ କରିନପାରି ଶେଷରେ ସୁଯୋଗ ଦେଖି ସମସ୍ତ ଶ୍ରମିକ ସେଠାରୁ ଖସି ପଳାଇ ଆସିଥିଲେ । ଏହାପରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ତୁମୁରା ଧାନ ମଣ୍ଡିରେ ଲୁଚି ଥିଲେ ।

କୌଣସିମତେ ଏନେଇ ଖବରପାଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ପହଞ୍ଚି ସମସ୍ତ ଶ୍ରମିକ ମାନଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ପରେ ଧର୍ମଗଡ଼ ଉପଜିଲ୍ଲାପାଳଙ୍କ ସହାୟତାରେ ସମସ୍ତ ଶ୍ରମିକ ମାନଙ୍କୁ ନିଜ ନିଜ ଘରକୁ ପଠାଇଥିଲେ । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

ଏ ସମ୍ପର୍କରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ କହିଛନ୍ତି, ''କୋକସରା ବ୍ଲକର ବିଭିନ୍ନ ଗାଁରୁ ପାଖାପାଖି ୪୦ରୁ ଊର୍ଦ୍ଧ୍ବ ଶ୍ରମିକମାନେ ଗୋଲାମୁଣ୍ଡା ଅଞ୍ଚଳସ୍ଥିତ ତୁମୁଡ଼ା ଧାନମଣ୍ଡି ପାଖରେ ଥିଲେ । ତେବେ ଏ ବିଷୟରେ ଶୁଣି ସେଠାରେ ପହଞ୍ଚି ଶ୍ରମିକଙ୍କ ସହ କଥାବାର୍ତ୍ତା କରି ଉଦ୍ଧାର କରିଲି । ତେବେ ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ ଘଟଣା ବିଷୟରେ ପଚାରିବାରୁ ସେ କହିଥିଲେ ହାତୀବନ୍ଧା ଅଞ୍ଚଳର ଜଣେ ଦଲାଲ ହାଇଦ୍ରାବାଦର ଏକେ ଇଟାଫ୍ୟାକ୍ଟ୍ରିରେ କାମ କରିବା ପାଇଁ କହି ସେମାନଙ୍କୁ ଆଣିଥିଲା ।

ଏଥିପାଇଁ ମାସକୁ ଦରମା ୩୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ଦିଆଯିବ । କିନ୍ତୁ ସେ ଦଲାଲ ଜଣକ ପଇସା ଦେଲାନି । ଏପରିକି ଶ୍ରମିକମାନଙ୍କୁ ମାଡ଼ ବି ମାରୁଥିଲା । ବିନା ଟଙ୍କାରେ ଆମକୁ ଦାଦନ ଖଟେଇବ ଭାବି ସେମାନେ ଡରି ଯାଇଥିଲେ । ଯେଉଁଥିପାଇଁ ସମସ୍ତେ ଲୁଚି ସେଠାରୁ ଖସି ପଳାଇଆସିଛନ୍ତି । ଏ ବିଷୟରେ ଜାଣିବା ପରେ ଉପଜିଲ୍ଲାପାଳ ଏବଂ ଗୋଲାମୁଣ୍ଡା ଥାନାଅଧିକାରୀଙ୍କ ସହ କଥା ହୋଇଥିଲି । ଶେଷରେ କୋକସରା ବ୍ଲକ ଅଧ୍ୟକ୍ଷକଙ୍କ ସହ କଥା ହୋଇ ମୁଁ ନିଜେ ହାତରୁ ପଇସା ଖର୍ଚ୍ଚ କରି ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲି ।''

ଇଟିଭି ଭାରତ, କଳାହାଣ୍ଡି

ABOUT THE AUTHOR

...view details