ଓଡିଶା

odisha

ଜଙ୍ଗଲ ନଷ୍ଟ କରିବା ଅଭିଯୋଗରେ ୨୦ ଅଭିଯୁକ୍ତ ଗିରଫ

By

Published : Sep 25, 2021, 9:47 PM IST

ଜଙ୍ଗଲ ନଷ୍ଟ କରିବା ଅଭିଯୋଗରେ ୨୦ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ

ଜଙ୍ଗଲ ନଷ୍ଟ କରିବା ଯୁବକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁର 20 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଅଧିକ ପଢନ୍ତୁ...

ଭବାନୀପାଟଣା: ଜଙ୍ଗଲ ନଷ୍ଟ କରୁଥିବା ଅଭିଯୋଗରେ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବନ ବିଭାଗ । ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ । ସୂଚନାନୁସାରେ କଳାହାଣ୍ଡି ନବରଙ୍ଗପୁର ଜିଲ୍ଲା ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ କିଛି ଲୋକ ଜଙ୍ଗଲ ମଧ୍ୟରେ ଥିବା ଅନେକ ମୂଲ୍ୟବାନ ଗଛ କାଟି ଚୋରାଚାଲାଣ ସହ ଜଙ୍ଗଲ ମଧ୍ୟରେ ପୋଡୁ ଚାଷ କରୁଥିବା ନେଇ ପୂର୍ବରୁ ବନ ବିଭାଗ ନିକଟରେ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା।

ଆଉ ଏହି ଘଟଣାରେ ଆଜି (ଶନିବାର) କିଛି ଦୁର୍ବୃର୍ତ୍ତ ଗଛ କାଟି ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗ ବିଶ୍ବସ୍ତ ସୂତରୁ ଖବର ପାଇ ଜଙ୍ଗଲରେ ଚଢ଼ାଉ କରିବା ସହ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।

ତେବେ ଗିରଫ ଅଭିଯୁକ୍ତମାନେ ହେଲେ ନବରଙ୍ଗପୁର ଜିଲ୍ଲା ଝରିଗାଁର ବୋଲି ଜଣାପଡ଼ିଥିବାବେଳେ ସମସ୍ତ ଅଭିଯୁକ୍ତଙ୍କୁ ପଚରାଉଚରା ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଧର୍ମଗଡ଼ ରେଞ୍ଜର ପ୍ରଦୀପ ଭୋଇ ସୂଚନା ଦେଇଛନ୍ତି ।

କଳାହାଣ୍ଡିରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details