ETV Bharat / state

ଗଡ୍ରାମୁଣ୍ଡାରେ ଜଳ ସଙ୍କଟ, ରାସ୍ତାରୋକ କଲେ ଗ୍ରାମବାସୀ - Protest for Drinking Water

author img

By ETV Bharat Odisha Team

Published : Apr 28, 2024, 8:10 PM IST

Protest for Drinking Water
Protest for Drinking Water

Protest for Drinking Water: ଜଳ ଯୋଗାଣ ପ୍ରକଳ୍ପରେ ସଂଯୋଗ ହୋଇଥିବା ବିଜୁଳି କେବୁଲ ଚୋରି । ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାବେଳେ ଗଡ୍ରାମୁଣ୍ଡା ଗାଁରେ ଦେଖାଦେଇଛି ଜଳ ସଙ୍କଟ । ଅଧିକ ପଢନ୍ତୁ

Protest for Drinking Water

ନୂଆପଡା: ରାସ୍ତାରୋକ କଲେ ଗଡ୍ରାମୁଣ୍ଡା ଗ୍ରାମବାସୀ । ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଗଡ୍ରାମୁଣ୍ଡା ଗାଁରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି । ଦୀର୍ଘ ଦିନରୁ ଗାଁରେ ଜଳ ଯୋଗାଣ ବନ୍ଦ ହୋଇଯିବା ଫଳରେ ଗାଁ ଲୋକେ ପାଣି ନପାଇ ଡହଳ ବିକଳ ହେଉଥିବା ଅଭିଯୋଗ କରିଛନ୍ତି । କୌଣସି ଉପାୟ ନପାଇ ଆଜି ବାଧ୍ୟ ହୋଇ ଗାଁ ମହିଳା ମାନେ ଖଡ଼ିଆଳ ବୋଡେନକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ଅବରୋଧ କରି ଜଳ ଯୋଗାଣ ପାଇଁ ଦାବି କରିଛନ୍ତି । ତୁରନ୍ତ ଜଳ ଯୋଗାଣ ନକଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାସ୍ତାରୋକ ରହିବ ବୋଲି ଚେତାବନୀ ମଧ୍ୟ ଦେଇଛନ୍ତି ।

ସୂଚନା ମୁତାବକ ଦୀର୍ଘ 15 ଦିନ ହେବ ଗଡ୍ରାମୁଣ୍ଡା ଗାଁ ଜଳ ଯୋଗାଣ ପ୍ରକଳ୍ପରେ ସଂଯୋଗ ହୋଇଥିବା ବିଜୁଳି କେବୁଲ ଚୋରି ହୋଇଯାଇଛି । ଫଳରେ ଜଳ ଯୋଗାଣ ବନ୍ଦ ଥିବା ଜଣାପଡିଛି । କେବୁଲ ଚୋରି ହୋଇ ଦୀର୍ଘ 15ଦିନ ହୋଇଥିଲେ ସୁଦ୍ଧା ପ୍ରଶାସନ ଦୃଷ୍ଟି ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି । ଗ୍ରୀଷ୍ମ ପ୍ରଭାବ ସାଙ୍ଗକୁ ଏହି ଜଳ କଷ୍ଟ ଲୋକଙ୍କୁ ଅତିଷ୍ଠ କରିଦେଇଛି । ସେପଟେ ଏସମ୍ପର୍କରେ ଗ୍ରାମପଞ୍ଚାୟତ ସରପଞ୍ଚ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ବାରମ୍ବାର ଗାଁ ଲୋକ ଅଭିଯୋଗ କରିଥିଲେ । ହେଲେ ସେମାନେ କର୍ଣ୍ଣପାତ କରି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଫଳରେ ବାଧ୍ୟ ହୋଇ ଆଜି ସେମାନେ ରାଜରାସ୍ତାକୁ ଓଲ୍ଲାଇବା ନିଷ୍ପତ୍ତି ନେଇଥିଲେ । ଅନ୍ୟପଟେ ରାସ୍ତାରୋକ କାରଣରୁ ଯାନବାହାନ ଗାଡି ମୋଟର ଚଳାଚଳ ବନ୍ଦ ରହିଥିବା ସହିତ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଏହା ମଧ୍ୟ ପଢ଼ନ୍ତୁ... ଟାଙ୍କି ଅଛି ପାଣି ନାହିଁ, ଫେଲ୍ ମାରିଲା ବସୁଧା ଯୋଜନା ! - NIALI WATER PROBLEM

ଗାଁ ମହିଳା ମାନେ ପାଣି ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଥିବା ବେଳେ ଆଜି ରାସ୍ତାରୋକ କରି ଗାଁଦାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖବର ପାଇ ଖଡ଼ିଆଳ ବିଡିଓ ବିରସେନ ବେହେରା ଏବଂ ଖଡ଼ିଆଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ ଥିବା ଆନ୍ଦୋଳନକାରୀ ମହିଳା ମାନଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା ମଧ୍ୟ କରିଥିଲେ । ହେଲେ ଆନ୍ଦୋଳନକାରୀ ମହିଳା ମାନେ ବୁଝିବାକୁ ନାରାଜ ଥିଲେ ଜଣାପଡ଼ିଛି । ଲୋକଙ୍କୁ ବୁଝାସୁଝା କରିବା ସହିତ ଜଳ ଯୋଗାଣ ସ୍ୱାଭାବିକ କରିବା ପରେ ରାସ୍ତା ଅବରୋଧକୁ ପ୍ରତ୍ୟାହାର କରିଥିଲେ ଆନ୍ଦୋଳନକାରୀ । ତେବେ ଏହା କେବଳ ଗୋଟିଏ କିମ୍ବା ଦୁଇଟି ଅଞ୍ଚଳର କଥା ନୁହେଁ । ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଏହିଭଳି ସମସ୍ୟା ପ୍ରାୟ ରାଜ୍ୟରେ ସବୁ ଅଞ୍ଚଳରେ ଦେଖାଯାଉଛି । ଯାହାର ସିଧାସଳଖ ପ୍ରଭାବ ଏହି ଗରିବ ଲୋକଙ୍କ ଉପରେ ପଡ଼ୁଛି । ଯେଉଁଠି ଏହି ଡହଡହ ଖରାରେ ଘରୁ ବାହାରିବା ମୁସକିଲ ହୋଇଯାଉଛି । ସେଠାରେ ଏମନେ ମୁନ୍ଦାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.