ETV Bharat / state

ରେଙ୍ଗାଲି ବିଜେଡିକୁ ଝଟକା, ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରାର୍ଥିନୀ - Reena tanti joins bjp

author img

By ETV Bharat Odisha Team

Published : Apr 28, 2024, 7:50 PM IST

ରେଙ୍ଗାଲି ବିଜେଡିକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟିକ ପ୍ରାର୍ଥିନୀ
ରେଙ୍ଗାଲି ବିଜେଡିକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟିକ ପ୍ରାର୍ଥିନୀ

REENA TANTI JOINS BJP: ବିଜେପିରେ ଯୋଗ ଦେଲେ ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟିକ ପ୍ରାର୍ଥିନୀ ରୀନା ତନ୍ତୀ ଓ ତାଙ୍କ ସ୍ୱାମୀ ମୋତିଲାଲ ତନ୍ତୀ । ଅଧିକ ପଢନ୍ତୁ

ରେଙ୍ଗାଲି ବିଜେଡିକୁ ବଡ଼ ଝଟକା, ବିଜେପିରେ ସାମିଲ ହେଲେ ପୂର୍ବତନ ବିଧାୟିକ ପ୍ରାର୍ଥିନୀ

ସମ୍ବଲପୁର: ରେଙ୍ଗାଲି ବିଜେଡିକୁ ବଡ଼ ଧକ୍କା । ଆଜି ରେଙ୍ଗାଲି ବିଧାନସଭା ନିର୍ବାଚନ ମଣ୍ଡଳୀର 2019ର ବିଜେଡି ପ୍ରାର୍ଥିନୀ ରୀନା ତନ୍ତୀ ଓ ତାଙ୍କ ସ୍ୱାମୀ ତଥା ଜିଲ୍ଲା ବିଜେଡିର ST/SC ସେଲର ସଭାପତି ମୋତିଲାଲ ତନ୍ତୀ ଆଜି ବିଜେପିରେ ଯୋଗଦାନ କରିଛନ୍ତି । ଆଜି ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୟ ନାରାୟଣ ମିଶ୍ର ଓ ଜିଲ୍ଲା ବିଜେପିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ରୀନା ଓ ମୋତିଲାଲ ବିଜେପିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ପୂର୍ବତନ ହକି ଷ୍ଟାର ପ୍ରବୋଧ ତୀର୍କି ମଧ୍ୟ ଉପସ୍ଥିତ ରହିଥିଲେ ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି,"ଆଜି ସମ୍ବଲପୁର ତଥା ରାଜ୍ୟ ରାଜନୀତିରେ ଏକ ବଡ ଅଧ୍ୟାୟ ଲେଖା ହୋଇଛି । ଆଜି ଦୁଇଟି ବଡ ଧାରା ବିଜେପିରେ ଯୋଗ ଦେଇଛନ୍ତି । ମୁଁ ତାଙ୍କୁ ସ୍ୱାଗତ କରୁଛି ।" ପୂର୍ବରୁ ବରିଷ୍ଠ ବିଜେପି ନେତା ଜୁଏଲ ଓରାମଙ୍କ ଉପସ୍ଥିତିରେ ପୂର୍ବତନ ହକି ଷ୍ଟାର ତଥା ଯୁବ କଂଗ୍ରେସ ନେତା ପ୍ରବୋଧ ତିର୍କୀ ବିଜେପିରେ ଯୋଗଦାନ କରିଥିବା ବେଳେ ଆଜି ସେ ମଧ୍ୟ ଆଜି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଥିଲେ ଯେ, କାହା ଷଡଯନ୍ତ୍ରରେ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ପ୍ରବୋଧଙ୍କ ଟିକଟ କଟାଯାଇଥିଲା । ତାଙ୍କୁ କଂଗ୍ରେସ ପକ୍ଷରୁ ଏମିତି ଅସମ୍ମାନ କରାଯାଇଥିବା ବେଳେ ତାଙ୍କ ମନ ଭିତରେ ଆଜି ପର୍ଯ୍ୟନ୍ତ ଗ୍ଲାନି ରହିଛି । ସେ ଆଜି ବିଜେପିରେ ଯୋଗଦାନ କରିଛନ୍ତି ।ଏହାସହ ଆଜି ସମ୍ବଲପୁର ଜିଲ୍ଲା ବିଜେଡିର ଏସି /ଏସଟି ସେଲର ସଭାପତି ମୋତିଲାଲ ତନ୍ତୀ ଓ ତାଙ୍କ ପତ୍ନୀ ତଥା ରେଙ୍ଗାଲି ବିଧାନସଭାର ବିଜେଡିର 2019ର ପ୍ରାର୍ଥିନୀ ରୀନା ତନ୍ତୀଙ୍କୁ ମଧ୍ୟ ସ୍ୱାଗତ କରୁଛୁ ।

ଏହା ମଧ୍ୟ ପଢନ୍ତୁ ....ଏଥର କ୍ରୀତଦାସ ନୁହେଁ, ଅସ୍ମିତା ଓ ସ୍ୱାଭିମାନ ପାଇଁ ଲଢେଇ: ଧର୍ମେନ୍ଦ୍ର ପ୍ରଧାନ - Dharmendra Targets BJD


ଅନ୍ୟପଟେ ବରିଷ୍ଠ ବିଜେପି ନେତା ଜୟ ନାରାୟଣ ମିଶ୍ର ପ୍ରବୋଧ ତୀର୍କୀଙ୍କ ଯୋଗଦାନଙ୍କୁ ସ୍ୱାଗତ କରିବା ସହ କହିଥିଲେ ଯେ ,ଛାତ୍ର ଜୀବନରେ ପ୍ରବୋଧଙ୍କ ସହ ସେ ବହୁତ ହକି ଖେଳିଛନ୍ତି । ଅନ୍ୟପଟେ ମୋତିଲାଲ ତନ୍ତୀ ଓ ତାଙ୍କ ପତ୍ନୀ ରୀନା ତନ୍ତୀଙ୍କ ଯୋଗ ଦାନକୁ ନେଇ ଜୟନାରାୟଣ କହିଥିଲେ ଯେ, ଆଜି ଦୁଇ ଜଣ ପରସ୍ପର ବିରୋଧୀ ଓ ପ୍ରତିଦ୍ବନ୍ଦୀ ଥିବା ବ୍ୟକ୍ତି ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ଏକ ହୋଇଛନ୍ତି । 2019 ମସିହାରେ ରୀନା ତନ୍ତୀ ରେଙ୍ଗାଲି ବିଧାନସଭା ସିଟର ବିଜେଡି ପ୍ରାର୍ଥୀନୀ ହୋଇଥିବା ବେଳେ ବିଜେପିର ପ୍ରାର୍ଥୀ ହୋଇଥିଲେ ନାଉରୀ ନାୟକ । ତେବେ ବିଜେଡି ଯେଉଁ ପ୍ରକାର ଅନ୍ୟାୟ, ଅତ୍ୟାଚାର, ଭ୍ରଷ୍ଟାଚାର କରୁଛି ସେଥିପାଇଁ ଏହି ଦୁଇ ଜଣ ବିରୋଧୀ ବର୍ତ୍ତମାନ ଏକ ହୋଇଛନ୍ତି ।

ଅନ୍ୟପଟେ ରୀନା ତନ୍ତୀ ବିଜେପିରେ ଯୋଗଦାନ ଦେବା ପରେ ତାଙ୍କ ସ୍ୱାମୀ ମୋତିଲାଲ ପତିକ୍ରିୟାରେ କହିଛନ୍ତି ଯେ, ସେ 2019 ନିର୍ବାଚନରେ ରେଙ୍ଗାଲି ବିଧାନସଭା ସିଟରୁ ସେମାନେ ପାଖାପାଖି 70 ହଜାର ଭୋଟ ପାଇଥିଲେ । ତେବେ ଦଳ ଏହାକୁ ବୁଝି ପାରିଲା ନାହିଁ ଓ ଅନ୍ୟ ଜଣକୁ ପ୍ରାର୍ଥୀ କରିଛି । ସେ ରେଙ୍ଗାଲିରେ ଲୋକଙ୍କ ପାଇଁ କାମ କରୁଥିଲେ ଓ ଆଗକୁ ମଧ୍ୟ କରିବେ ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.