ଓଡିଶା

odisha

ଉଡାଣ ଯୋଜନାରେ ନଂ-୧ ହୋଇଥିବା ଝାରସୁଗୁଡା ବିମାନବନ୍ଦର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ

By

Published : Sep 24, 2022, 10:01 PM IST

ସମସ୍ୟା ଭିତରେ ଝାରସୁଗୁଡ଼ା ବିମାନ ବନ୍ଦର
ସମସ୍ୟା ଭିତରେ ଝାରସୁଗୁଡ଼ା ବିମାନ ବନ୍ଦର ()

ଅନିଶ୍ଚିତତା ମଧ୍ୟରେ ଚାଲିଛି ଝାରସୁଗୁଡ଼ା ବିମାନ ବନ୍ଦର । ରାଜ୍ୟର ଦ୍ବିତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନବନ୍ଦର ଭାବେ ବେଶ ସୁନାମ ଅର୍ଜନ କରିଥିବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଏବେ ବନ୍ଦ ହେବା ଉପରେ । ଏଠାରେ ଅନେକ ସମୟରେ ଟିକେଟ କ୍ୟାନସଲ କରିଦିଆଯାଉଛି । ବିଭିନ୍ନ ସ୍ଥାନକୁ ଉଡ଼ାଣ କରୁଥିବା ବିମାନ ଧୀରେ ଧୀରେ ବନ୍ଦ ହୋଇଯାଇଥିବା ବେଳେ ବହୁ ପୂର୍ବରୁ ଅଗ୍ରୀମ ଟିକେଟ କରି କାର୍ଯ୍ୟକ୍ରମ ସ୍ଥିର କରିଥିବା ଯାତ୍ରୀ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢ଼ନ୍ତୁ

ଝାରସୁଗୁଡ଼ା :ଝାରସୁଗୁଡ଼ା ବିମାନ ବନ୍ଦର ବା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ରାଜ୍ୟର ଦ୍ବିତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନବନ୍ଦର । ହେଲେ ଏହି ବିମାନବନ୍ଦର ପ୍ରତି ଏବେ ଯାତ୍ରୀ ବିମୁଖ ହୋଇ ପଡ଼ିଲେଣି । ବିଭିନ୍ନ ସ୍ଥାନକୁ ଉଡ଼ାଣ କରୁଥିବା ବିମାନ ବନ୍ଦରଟି ଏବେ ଅଡୁଆରେ (Some facilities are not available in Jharsuguda airport) । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ବିମାନ ବନ୍ଦରଟି ଉଦଘାଟନ ହେବା ପରେ ଏଠାରୁ ଦିଲ୍ଲୀ ସମେତ, କୋଲକାତା, ହାଇଦ୍ରାବାଦ, ମୁମ୍ବାଇ ଭଳି ବିଭିନ୍ନ ସ୍ଥାନକୁ ଉଡ଼ାଣ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ହେଲେ ପଶ୍ଚିମ ଓଡ଼ିଶାର ଏହି ପ୍ରଥମ ବିମାନବନ୍ଦର ପ୍ରତି ଏବେ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ସମସ୍ୟା ଭିତରେ ଝାରସୁଗୁଡ଼ା ବିମାନ ବନ୍ଦର

ଏନେଇ ସ୍ଥାନୀୟ ବାସିନ୍ଦା ରଘୁମଣୀ ପଟେଲ କହିଛନ୍ତି, ''ପଶ୍ଚିମ ଓଡ଼ିଶାର ପ୍ରଥମ ବିମାନବନ୍ଦର ପ୍ରତି ଏବେ ଯାତ୍ରୀ ବିମୁଖ ହୋଇ ପଡ଼ିଲେଣି । ଅନେକ ସମୟରେ ଟିକେଟ ମଧ୍ୟ ବାତିଲ କରିଦିଆଯାଉଛି । ବିଭିନ୍ନ ସ୍ଥାନକୁ ଉଡ଼ାଣ କରୁଥିବା ବିମାନ ଧୀରେ ଧୀରେ ବନ୍ଦ ହୋଇଯାଇଥିବା ବେଳେ ବହୁ ପୂର୍ବରୁ ଅଗ୍ରୀମ ଟିକେଟ କରି କାର୍ଯ୍ୟକ୍ରମ ସ୍ଥିର କରିଥିବା ଯାତ୍ରୀ ଏବେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।"

ଏଠାରୁ ବିମାନ ଗୁଡିକ ବାରମ୍ବାର ବାତିଲ ହେଉଛି । କାରଣ ବିମାନ ସେବା ସବୁବେଳେ ଉପଲବ୍ଧ ରହୁନି । ଖାଲି ସେତିକି ନୁହେଁ ବିମାନ ବନ୍ଦରର ଉଡାଣ ସ୍କିମର ଆରସିଏସ ସ୍କିମ ବନ୍ଦ ହୋଇଯିବା ପରେ ବିମାନର ଟିକେଟ ଦର ମଧ୍ୟ ବୃଦ୍ଧି ପାଇଛି ।
ଗତ ୩ବର୍ଷ ଧରି ସଫଳତାର ସହିତ ଉଡାଣ କରୁଥିବା ବେଳେ କେବଳ ଓଡିଶା ନୁହେଁ ପଡୋଶୀ ରାଜ୍ୟ ଛତିଶଗଡ ଏବଂ ଝାଡ଼ଖଣ୍ଡ ରାଜ୍ୟର ଯାତ୍ରୀ ମଧ୍ୟ ଏହି ବିମାନ ବନ୍ଦର ଉପରେ ନିର୍ଭର କରୁଥିଲେ । ତେଣୁ ଏହି ରୁଟ୍ ଟି ସବୁଠାରୁ ସଫଳ ଓ ଗୁରୁତ୍ୱପୂର୍ଣ୍ଣ ରୁଟ୍ ବୋଲି ଅନୁମାନ କରାଯାଉଥିଲା ।

ତେଣୁ କରି ଦିଲ୍ଲୀ-ଝାରସୁଗୁଡା ରୁଟ୍ କୁ ଡବଲ ରୁଟ୍ କରାଯିବା ସହିତ ଅନ୍ୟ ରୁଟ ଖୋଲିବ ବୋଲି ଆଶା ଉଜ୍ଜୀବିତ ହୋଇଥିଲା। କିନ୍ତୁ ଚିନ୍ତାର ବିଷୟ ଡବଲ ରୁଟ୍ ସ୍ଥାନରେ ସିଙ୍ଗଲ ରୁଟ୍ ମଧ୍ୟ ଏବେ ଶେଷ ସମୟ ରେ ବାତିଲ କରିଦିଆଯାଇଛି।
ଅନ୍ୟ ଏକ କାରଣ ଟି ହେଉଛି ଏହି ବିମାନ ବନ୍ଦରର ମୁଖ୍ୟ ଲକ୍ଷ୍ୟ ଥିଲା ସବୁବର୍ଗ ଲୋକଙ୍କର ବିମାନ ବସିବା ସ୍ଵପ୍ନକୁ ସାକାର କରିବା । କିନ୍ତୁ ବର୍ତ୍ତମାନ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉଡାଣ ସ୍କିମର ଆରସିଏସ ସ୍କିମ ବନ୍ଦ ହୋଇଯିବାପରେ ବିମାନର ଟିକେଟ ଦରବୃଦ୍ଧି ପାଇଛି ।

ଯାହାକି ସମସ୍ତ ବର୍ଗର ଲୋକଙ୍କ ପାଇଁ ସମ୍ଭବ ନୁହେଁ। ତେଣୁ ଯଦି ପୁଣି ଉକ୍ତ ସୁବିଧାକୁ ଉପଲବ୍ଧ କରାଯାଏ ତେବେ ସାଧାରଣ ଲୋକଙ୍କ ବିମାନରେ ବସିବା ସ୍ବପ୍ନ ସାକାର ହୋଇପାରିବା ସହିତ ଯାତ୍ରୀ ସଂଖ୍ୟାରେ ମଧ୍ୟ ଦ୍ରୁତଗତିରେ ବଢିପାରିବ । ଅନ୍ୟ ପଟେ ୨୦୨୩ ରେ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି, ହକି ବିଶ୍ୱ କପ୍ ପଶ୍ଚିମ ଓଡ଼ିଶା ସମେତ ପୁରା ଓଡିଶା ରାଜ୍ୟ ପାଇଁ ଏକ ଗୌରବର କଥା।

ଏଥିରେ ଦେଶ ବିଦେଶରୁ ଦର୍ଶକ ଓଡିଶାକୁ ଆସିବେ। ତେଣୁ ଏହା ପଶ୍ଚିମ ଓଡ଼ିଶା ବାସୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଦେଶ ବିଦେଶରୁ ଦର୍ଶକ ଆସିଲେ ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀକୁ ବୁଲିବା ସହ ପଶ୍ଚିମ ଓଡିଶାର କଳା, ସଂସ୍କୃତିକୁ ଆଗେଇ ନେବାରେ ସହାୟକ ହେବ । ଯାହା ପଶ୍ଚିମ ଓଡ଼ିଶାକୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିପାରିବ।

କିନ୍ତୁ ବର୍ତ୍ତମାନ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ବିମାନ ସେବା ନରହିଲେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେବେ । ତେଣୁ ଏହି ସୁବର୍ଣ୍ଣ ସୁଯୋଗକୁ ହାତଛଡ଼ା ନକରି ବିମାନ ସେବାକୁ ସୁଧାରିବା ସୁଧାରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।

ଏନେଇ ଏୟାରପୋର୍ଟ ନିର୍ଦ୍ଦେଶକ କହିଛନ୍ତି, ''ଏହି ଅସୁବିଧାର ଯଥାଶୀଘ୍ର ସମାଧାନ କରିବାକୁ ଉଦ୍ୟମ ଜାରି ରହିଛି । ଆଗାମୀ ଦୁଇ ମାସରେ ଏହା ନିଶ୍ଚିତ ଭାବେ ସମାଧାନ ହୋଇଯିବାର ଆଶା କରାଯାଉଛି ।" ଅନ୍ୟ ଏୟାରଲାଇନ୍ ମାନଙ୍କୁ ମଧ୍ୟ ଏଠାରେ ତାଙ୍କର ବିମାନ ଉଡ଼ାଇବା ପାଇଁ ନିମନ୍ତ୍ରଣ କରାଯାଇଛି ।

ଝାରସୁଗୁଡ଼ା ଜିଲ୍ଲାପାଳ ତଥା ତଥା ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ମଧ୍ୟ ଏନେଇ ବିଭାଗୀୟ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହିତ ଏହି ସମସ୍ୟା ବିଷୟରେ ଆଲୋଚନା କରି ଯଥା ଶୀଘ୍ର ସମାଧାନ କରିବାକୁ କହିଥିଲେ ଏବଂ ଏହା ଏକ ବିକଶିତ ଜିଲ୍ଲା ହୋଇଥିବାରୁ ଏହାକୁ ଆହୁରି ବିମାନ ସଂଖ୍ୟା ବୃଦ୍ଧି କରିବା ପାଇଁ ନିବେଦନ କରିଥିଲେ ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details