ଓଡିଶା

odisha

ଝାରସୁଗୁଡା ଜିଲ୍ଲା ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ପଦକ୍ଷେପ

By

Published : Sep 25, 2021, 9:47 PM IST

health minister's

ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଖୋଲିବ ଝାରସୁଗୁଡା ଭବନ । କଟକ ଏସସିବିରେ ଖୋଲିବ ରୋଗୀ ସାହାଯ୍ୟ କେନ୍ଦ୍ର । ଅଧିକ ପଢନ୍ତୁ...

ଝାରସୁଗୁଡା:ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରେ ଖୋଲିବ ଝାରସୁଗୁଡା ଭବନ । କଟକ ଏସସିବିରେ ଖୋଲିବ ରୋଗୀ ସାହାଯ୍ୟ କେନ୍ଦ୍ର ।

ଝାରସୁଗୁଡା ଜିଲ୍ଲା ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବଡ ପଦକ୍ଷେପ

ଆଜି ଝାରସୁଗୁଡା ଜିଲ୍ଲାପାଳ ଅଫିସରେ ବିଭାଗୀୟ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗଦେବା ପରେ ଏହି ନିର୍ଦ୍ଦେଶ ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ । ବୁର୍ଲା ଓ କଟକକୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରେଫର ହୋଇ ଯାଉଥିବା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଓ ଅନ୍ୟ ସହାୟତା ପ୍ରଦାନ କରିବାକୁ ୨୪ ଘଣ୍ଟା କାର୍ଯ୍ୟ କରିବ ଝାରସୁଗୁଡା ଭବନ ଓ କଟକର ସହାଯ୍ୟ କେନ୍ଦ୍ର ।

ରୋଗୀଙ୍କୁ ସଠିକ ଚିକିତ୍ସା କରାଇବାରେ ଏହି ପ୍ରକ୍ରିୟା ସଫଳ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହାସହ ଝାରସୁଗୁଡା ଜିଲ୍ଲାବାସୀଙ୍କ ଅସୁବିଧା ଦୂର କରିବାକୁ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜର ଅଧୀକ୍ଷକ ଡ. ଲଳିତ କୁମାର ମେହେର । ଆଜି ବସିଥିବା ବୈଠକରେ ଝାରସୁଗୁଡା ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ଅନ୍ୟ ସରକାରୀ ପଦାଧିକାରୀ ଯୋଗଦେଇଥିଲେ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details