ଓଡିଶା

odisha

ନକଲି ଔଷଧ ଜାଲରେ ଓଡିଶା ! ଝାରସୁଗୁଡାରୁ 1ଲକ୍ଷ 70ହଜାର ଟଙ୍କାର ଡୁପ୍ଲିକେଟ୍ ମେଡ଼ିସିନ ଜବତ

By

Published : Dec 27, 2022, 9:02 PM IST

duplicate medicine seized
duplicate medicine seized ()

ଝାରସୁଗୁଡାରେ ଏକ ମେଡିସିନ୍ ଏଜେନ୍ସଠାରୁ 1 ଲକ୍ଷ 70 ହଜାର ଟଙ୍କାର ନକଲି ଔଷଧ ଜବତ । ତେବେ ଏହି ନକଲି ଔଷଧ ଉତ୍ତରପ୍ରଦେଶ ବନାରସରୁ ଆସୁଥିଲା । ଏପଟେ ଜିଲ୍ଲାପଳ କହିଲେ ତଦନ୍ତ ହେବା ପରେ କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

duplicate medicine seized

ଝାରସୁଗୁଡା: ପୁଣି ନକଲି ଔଷଧ ଜବତ । ଉପକୂଳ, ଦକ୍ଷିଣ ଓଡିଶା ପରେ ନକଲି ଔଷଧ ଜାଲରେ ପଶ୍ଚିମ ଓଡିଶା । ଝାରସୁଗୁଡାର ଅମିତ ମେଡିକାଲ ଏଜେନ୍ସିରୁ 1 ଲକ୍ଷ 70 ହଜାର ନକଲି ଔଷଧ ଜବତ କରାଯାଇଛି । ତେବେ ତଦନ୍ତ କରାଯିବ ସବିଶେଷ ତଥ୍ୟ ସଂଗ୍ରହ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି l

ଏହାସହ ଡ୍ରଗ ଇନ୍ସପେକ୍ଟରଙ୍କ କାର୍ଯ୍ୟାଳୟ ବନ୍ଦ ଥିବା ସଂକ୍ରାନ୍ତରେ ମଧ୍ୟ ତାଙ୍କୁ ପଚରା ଯିବ ଏବଂ ବିନା ଛୁଟିରେ ସେ ଯଦି ଅନୁପସ୍ଥିତ ରହୁଛନ୍ତି ତେବେ ଏନେଇ ଡ୍ରଗ କଣ୍ଟ୍ରୋଲର ଏବଂ ପ୍ରିନ୍ସିପାଲ ସେକ୍ରେଟେରୀଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି l

ଏପଟେ ସରକାରଙ୍କ ନିୟମ ଅନୁଯାୟୀ ଡ୍ରଗ ରୁଲ କୁ ପାଳନ କରି ଭେଲିଡ ଡିଏଲ, ଭେଲିଡ ଜିଏସଟି ନମ୍ବର ଥିବା ବନାରସର ଏକ ପାର୍ଟି ଠୁ ଔଷଧ କିଣିଥିଲେ। ଔଷଧର କ୍ବାଲିଟି ଯାଞ୍ଚ ପାଇଁ ତାଙ୍କ ପାଖରେ ବ୍ୟବସ୍ଥା ନାହିଁ ଏହି କାମ ସରକାରଙ୍କ ବୋଲି ଅମିତ ଏଜେନ୍ସିର ମାଲିକ କହିଛନ୍ତି।

ଏହାସହ ସେ 3-4 ଲକ୍ଷ ଟଙ୍କାର ଔଷଧ କିଣି ଥିଲେ l ଏଥିସହ ଯେଉଁ ଔଷଧ ସେ ବିଭିନ୍ନ ଡିଷ୍ଟ୍ରିବ୍ୟୁଟରଙ୍କୁ ଦେଇଥିଲେ ସେମାନଙ୍କୁ ଏନେଇ ଅବଗତ କରାଯାଇଛି ଏବଂ ଔଷଧ ବିକ୍ରି ଉପରେ ରୋକ ଲଗାଯାଇଥିବା ଅମିତ ମେଡିକାଲ ଏଜେସ୍ସିର ମାଲିକ ଅମିତ କୁମାର ସଉରାଗୀ କହିଛନ୍ତି । ସେହିପରି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯାହା ନିଷ୍ପତ୍ତି ଆସିବ ତାକୁ ଅପେକ୍ଷା କରିଥିବା ଅମିତ ସଉରାଗୀ ସୂଚନା ଦେଇଛନ୍ତି l

ଇଟିଭି ଭାରତ, ଝାରସୁଗୁଡା

ABOUT THE AUTHOR

...view details