ଓଡିଶା

odisha

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି

By

Published : Sep 29, 2022, 10:50 AM IST

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି

ପୁଣି ତେଜିଲା ପଶ୍ଚିମ ଓଡିଶାରେ ବେଞ୍ଚ ପ୍ରତିଷ୍ଠା ଦାବି । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ନିଜର ଦାବି ଉପସ୍ଥାପନ କରିଥିଲା । ଅଧିକ ପଢନ୍ତୁ

ଝାରସୁଗୁଡ଼ା: ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି । ବୁଧବାର ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି ନେଇ ଧାରଣା ଦିଆଯାଇଥିଲା । ଏହାସହିତ ଏକ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଭୁବନେଶ୍ବରରେ ନିଜର ଦାବି ଉପସ୍ଥାପନ କରିଥିଲା ।

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି

ପଶ୍ଚିମ ଓଡ଼ିଶାରେ ରହିଥିବା ସମସ୍ତ ଜିଲ୍ଲାର ଜନସାଧାରଣଙ୍କ ହିତ ପାଇଁ ଏହି ଆନ୍ଦୋଳନ କରାଯାଇଥିବା ସଂଘ ପକ୍ଷରୁ କୁହାଯାଇଛି । ହାଇକୋର୍ଟରେ ଅସଂଖ୍ୟ ମାମଲାର ଶୁଣାଣି ବିଚାରଧୀନ ରହିଛି । ଯାହାଫଳରେ ଲୋକମାନେ ନିଜର ହକ ଏବଂ ନ୍ୟାୟ ପାଇବାରୁ ବଞ୍ଚିତ ରହୁଛନ୍ତି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଯଥାଶୀଘ୍ର ଦୃଷ୍ଟି ଦେଇ ପଶ୍ଚିମ ଓଡ଼ିଶାରେ ଏକ ହାଇକୋର୍ଟ ବେଞ୍ଚ ସ୍ଥାପନ କରିବାକୁ ଅନୁରୋଧ କରି ନିଜର ଦାବି ଜଣାଇଛନ୍ତି।

ଏହି ଧାରଣାରେ ଜିଲ୍ଲା ବାର ଆସୋସିଏସନର ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହିଥିଲେ । ''ପଶ୍ଚିମ ଓଡିଶାର ହକ ଆମକୁ ଦରକାର । ଯଦି ସରକାର ନଦିଅନ୍ତି ତେବେ ତାକୁ ଛଡେଇ ଆଣିବାର ଶକ୍ତି ରହିଛି ଆଇନଜୀବୀଙ୍କ ପାଖରେ’’ ବୋଲି ବାର ଆସୋସିଏସନର ସଦସ୍ୟା କହିଥିଲେ । ଏନେଇ ବୁଧବାର ଝାରସୁଗୁଡ଼ାରେ ଓକିଲ ସଂଘ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ଘୋଷଣା କରିଛି। ଫଳରେ ପିକେଟିଂ କରି କାର୍ଯ୍ୟାଳୟ ବନ୍ଦ କରୁଛନ୍ତି ।

ତେବେ କୌଣସି ନା କୌଣସି ସ୍ଥାନରେ ରାଜ୍ୟ ସରକାରର ବୈମାତୃକ ମନୋଭାବ ରହିଛି । ପଶ୍ଚିମ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ସେ ଜାଣିଶୁଣି ଗ୍ରହଣ କରୁନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମତ ଦେଇ ସାରିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚର ଆବଶ୍ୟକ ଅଛି । ତେବେ ସରକାର ଏ କଥାକୁ ସ୍ବୀକାର କଲା ପରେ କାହିଁକି ଆଜି ଯାଏଁ ପଶ୍ଚିମ ଓଡ଼ିଶାରେ ଏକ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିନି ।

ତେଣୁ ଆଜି ଯେଉଁ ପରିସ୍ଥିତିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ପହଞ୍ଚିଛି ସେଥିପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟସରକାର ଦାୟୀ । କାରଣ ଦୀର୍ଘଦିନ ଧରି ଏହି ଦାବି ପୂରଣ ହୋଇପାରିନି । ଏବେ ଜନ ଆନ୍ଦୋଳନ କରିବ ଝାରସୁଗୁଡ଼ା ଓକିଲ ସଂଘ ବୋଲି ଓକିଲ ବାର ଆସୋସିଏସନର ସଭାପତି କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ABOUT THE AUTHOR

...view details