ଓଡିଶା

odisha

ବନ୍ୟାଜଳରେ ଭୁଶୁଡିଲା ରାସ୍ତା, ଯାତାୟତ ପ୍ରଭାବିତ

By

Published : Sep 19, 2021, 4:12 PM IST

Updated : Sep 19, 2021, 4:37 PM IST

ବନ୍ୟାଜଳରେ ଭୁଶୁଡିଲା ରାସ୍ତା, ଯାତାୟତ ପ୍ରଭାବିତ

ଯାଜପୁର ଜିଲ୍ଲା ଧର୍ମଶାଳାରେ ବନ୍ୟାଜଳରେ ଭୁଶୁଡିଲା ରାସ୍ତା । କ୍ଷୟକ୍ଷତି ସୂଚନା ନାହିଁ । ଯାତାୟତ ପ୍ରଭାବିତ । ଅଧିକ ପଢନ୍ତୁ...

ଯାଜପୁର: ଧର୍ମଶାଳା ବ୍ଲକ କଣ୍ଟିଗଡିଆରେ ବନ୍ୟାଜଳ ପ୍ରଭାବରେ ଭୁଶୁଡିଲା ସଡକ । ଏଥିରେ ପଥଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । କେହି ମୃତାହତ ହୋଇନଥିବା ସୂଚନା ରହିଥିବାବେଳେ ରାସ୍ତାରେ ଗାଡିି ଚଳାଚଳ ପ୍ରଭାବିତ ହୋଇଛି ।

ବନ୍ୟାଜଳରେ ଭୁଶୁଡିଲା ରାସ୍ତା, ଯାତାୟତ ପ୍ରଭାବିତ

ଚଳିତ ଲଘୁଚାପଜନିତ ବର୍ଷାରେ ଧର୍ମଶାଳା ବ୍ଲକ କଣ୍ଟିଗଡିଆ ଗ୍ରାମରୁ 5ନଂ(କ) ଜାତୀୟ ରାଜପଥକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ସଡକର କଣ୍ଟିଗଡିଆ ବଡପୋଖରୀ ନିକଟରେ ଥିବା କଲଭର୍ଟ ପାର୍ଶ୍ଵ ରାସ୍ତା ଅଚାନକ ଭୁଶୁଡି ପଡିଥିବା ଦେଖିବାକୁ ମିଳିଛି । ଫଳରେ କଣ୍ଟିଗଡିଆ, ପଟୁଣିଆ, ପାଟପୁର, ମିର୍ଜାପୁର ଆଦି ପଞ୍ଚାୟତବାସୀଙ୍କ ଗମନାଗମନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated :Sep 19, 2021, 4:37 PM IST

ABOUT THE AUTHOR

...view details