ଓଡିଶା

odisha

ଯାଜପୁରରେ ବନ୍ୟା ପରିସ୍ଥିତି: ଶହେରୁ ଊର୍ଦ୍ଧ୍ବ ଗାଁ ଜଳବନ୍ଦୀ, ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

By

Published : Sep 15, 2021, 4:19 PM IST

Updated : Sep 15, 2021, 6:25 PM IST

ଯାଜପୁରରେ ବନ୍ୟା ପରିସ୍ଥିତି: ଶହେରୁ ଊର୍ଦ୍ଧ୍ବ ଗାଁ ଜଳବନ୍ଦୀ, ଜିଲ୍ଲା ପ୍ରଶାସନର ଅବହେଳା ଅଭିଯୋଗ
ଯାଜପୁର ବନ୍ୟା ପରିସ୍ଥିତି ଯୋଗୁଁ ଶହେରୁ ଉର୍ଦ୍ଧ୍ବ ଗାଁ ଜଳବନ୍ଦୀ, ଜିଲ୍ଲା ପ୍ରଶାସନର ଅବହେଳା ଅଭିଯୋଗ

ଯାଜପୁର ବନ୍ୟା ପରିସ୍ଥିତି ଯୋଗୁଁ ଶହେରୁ ଊର୍ଦ୍ଧ୍ବ ଗାଁ ଜଳବନ୍ଦୀରେ । ଜିଲ୍ଲା ପ୍ରଶାସନ ନପହଞ୍ଚିବା ନେଇ ଅଭିଯୋଗ କଲେ ଗ୍ରାମବାସୀ। ଅଧିକ ପଢନ୍ତୁ...

ଯାଜପୁର : ଯାଜପୁର ବନ୍ୟା ପରିସ୍ଥିତି ଯୋଗୁଁ ଶହେରୁ ଊର୍ଦ୍ଧ୍ବ ଗାଁ ଜଳବନ୍ଦୀ । ଜିଲ୍ଲା ପ୍ରଶାସନ ନପହଞ୍ଚିବା ନେଇ ଅଭିଯୋଗ କଲେ ଗ୍ରାମବାସୀ। ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳରେ ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ରସୁଲପୁର ବ୍ଲକ ବନ୍ଧଢି଼ହ ପଞ୍ଚାୟତ କନ୍ଧିଆ ନିକଟରେ ବ୍ରାହ୍ମଣୀ ନଦୀର ଘେରିବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି । ଫଳରେ ପାଖାପାଖି ୧୦୦ ପରିବାର ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଛି। ଅନ୍ୟପକ୍ଷରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ସଜାଗ ରହିଥିବାବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ଯାଜପୁରରେ ବନ୍ୟା ପରିସ୍ଥିତି: ଶହେରୁ ଊର୍ଦ୍ଧ୍ବ ଗାଁ ଜଳବନ୍ଦୀ, ଜିଲ୍ଲା ପ୍ରଶାସନର ଅବହେଳା ଅଭିଯୋଗ

ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବାବେଳେ ଜେନାପୁର ଠାରେ ବ୍ରାହ୍ମଣୀ ନଦୀର ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୬୭ ଫୁଟ ରହିଥିବାବେଳେ ଏବେ ୬୮ ଫୁଟ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ଜିଲ୍ଲାର ବରୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର ବ୍ଲକ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏନେଇ ନଦୀ କୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି । ସେପଟେ ବୈତରଣୀରେ ମଧ୍ଯ ଆଖୁଆପଦା ଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ।

ବରୀ ବ୍ଲକ ସାହୁପଡା ପଞ୍ଚାୟତ ମାଟିଆପଡା ଠାରେ ବ୍ରାହ୍ମଣୀ ନଦୀରେ ଆଜି ସକାଳୁ 2 ଗୋଟି ଘାଇ ସୃଷ୍ଟି ହୋଇଛି । ଫଳରେ ସାହୁପଡା ଓ ଧାରପୁର ପଞ୍ଚାୟତର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଏଥିରେ ହଜାର ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ଅନ୍ୟ ପଟେ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ହ୍ରାସ ପାଉଛି । ନଦୀର ଜେନାପୁର ଠାରେ ଗତକାଲି ରାତିରେ 68.20 ଫୁଟରେ ବନ୍ୟାଜଳ ପ୍ରବାହିତ ହେଉଥିଲା ।

ତେବେ ଆଜି ସକାଳ 7ଟା ସୁଦ୍ଧା ଜେନାପୁର ଠାରେ ବନ୍ୟାଜଳ ହ୍ରାସ ପାଇ 67.60ରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ 67 ଫୁଟ ରହିଛି । ସେହିପରି ଗତକାଲି ବ୍ରାହ୍ମଣୀ ନଦୀର ବନ୍ଧଢିହ ପଞ୍ଚାୟତ କନ୍ଦିଆ ଠାରେ ଥିବା ଘେରି ବନ୍ଧରେ ଘାଇ ହେବା ଯୋଗୁଁ ଏକ ଶହରୁ ଊର୍ଦ୍ଧ୍ୱ ପରିବାର ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅଞ୍ଚଳରେ ଭାଙ୍ଗିଲା ବ୍ରାହ୍ମଣୀ ନଦୀବନ୍ଧ । ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ରସୁଲପୁର ବ୍ଲକ ବନ୍ଧଢି଼ହ ପଞ୍ଚାୟତ କନ୍ଧିଆ ନିକଟରେ ବ୍ରାହ୍ମଣୀ ନଦୀର ଘେରିବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହୋଇଛି। ଫଳରେ ପାଖାପାଖି ୧୦୦ ପରିବାର ପ୍ରଭାବିତ ହେବା ନେଇ ଆଶଙ୍କା ଉପୁଜିଛି।

ଅନ୍ୟପକ୍ଷରେ ଜିଲ୍ଲା ଓ ବ୍ଲକ ପ୍ରଶାସନ ସଜାଗ ରହିଥିବାବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଜେନାପୁର ଠାରେ ବ୍ରାହ୍ମଣୀ ନଦୀର ଜଳ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୬୭ ଫୁଟ ରହିଥିବା ବେଳେ ଏବେ ୬୮ ଫୁଟ୍ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଜିଲ୍ଲାର ବରୀ, ଧର୍ମଶାଳା, ବଡ଼ଚଣା, ରସୁଲପୁର ବ୍ଲକ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏନେଇ ନଦୀ କୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି। ସେପଟେ ବୈତରଣୀରେ ମଧ୍ଯ ଆଖୁଆପଦା ଠାରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Last Updated :Sep 15, 2021, 6:25 PM IST

ABOUT THE AUTHOR

...view details