ଓଡିଶା

odisha

ପ୍ରହସନ ପାଲଟିଛି 5T ରୂପାନ୍ତରିତ ସ୍କୁଲ ! କବାଟ ସାଜିଲା କଳାପଟା

By

Published : Dec 6, 2022, 10:08 PM IST

5T ରୂପାନ୍ତରିତ ସ୍କୁଲରେ ଘୋର ଅବ୍ୟବସ୍ଥା, କବାଟ ସାଜିଲା କଳାପଟା
5T ରୂପାନ୍ତରିତ ସ୍କୁଲରେ ଘୋର ଅବ୍ୟବସ୍ଥା, କବାଟ ସାଜିଲା କଳାପଟା

କବାଟ ସାଜିଲା କଳାପଟା । ଏଭଳି ଦୃଶ୍ୟ ପୁଣି ସରକାରଙ୍କ ୫ଟି ରୂପାନ୍ତରିତ ସ୍କୁଲରେ ଦେଖିବାକୁ ମିଳିଛି । ଯାଜପୁର ଧର୍ମଶାଳା ବ୍ଲକର ଏକ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ । ଅଧିକ ପଢନ୍ତୁ

ଯାଜପୁର: ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ 5T ରୂପାନ୍ତରିତ ସ୍କୁଲରେ ଅବ୍ୟବସ୍ଥା । ସରକାର ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ କରିବା ଲାଗି ଅନେକ ବ୍ୟବସ୍ଥା କରୁଥିବା ବେଳେ ଏଠାରେ କିନ୍ତୁ ଫେଲ ମାରିଛି ଯୋଜନା । ଧର୍ମଶାଳା ବ୍ଲକ ଅଣ୍ଟିଆସ୍ଥିତ ପଞ୍ଚାୟତ ହିଙ୍ଗୁଳା ଉଚ୍ଚ ବିଦ୍ୟାପୀଠରେ କବାଟକୁ କଳାପଟା ରୂପେ ବ୍ୟବହାର କରାଯାଇଛି (Door used as Black Board in a 5t School of Jajpur)। ଶିକ୍ଷକ କବାଟରେ ଲେଖି ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ସମୟର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଫଳରେ ପିଲାଙ୍କ ସାଧାରଣ ଶିକ୍ଷା ନେଇ ଉଠିଛି ପ୍ରଶ୍ନ ।

5T ରୂପାନ୍ତରିତ ସ୍କୁଲରେ ଘୋର ଅବ୍ୟବସ୍ଥା, କବାଟ ସାଜିଲା କଳାପଟା

ବିଦ୍ୟାଳୟରେ ଅଷ୍ଟମ, ନବମ ଶ୍ରେଣୀର ପରୀକ୍ଷା ପାଇଁ ଏଭଳି କବାଟରେ ଶିକ୍ଷକ ପ୍ରଶ୍ନପତ୍ର ଲେଖୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ସୋମବାର ଏହି ସ୍କୁଲର ପ୍ରଥମରୁ ଅଷ୍ଟମ ଯାଏଁ ପିଲାଙ୍କ ପରୀକ୍ଷା ଥିଲା । ହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ପ୍ରଶ୍ନପତ୍ର ଯୋଗାଡ଼ ହୋଇ ପାରିନଥିଲା । ଫଳରେ ପିଲାମାନଙ୍କୁ ଉତ୍ତର ଖାତା ଦିଆଯାଇ କବାଟରେ ପ୍ରଶ୍ନ ଲେଖାଯାଇଥିଲା । ଯାହାକୁ ଦେଖି ପିଲାମାନେ ଉତ୍ତର ଲେଖିଥିଲେ । ତେବେ ସ୍କୁଲରେ ବ୍ଲାକ ବୋର୍ଡ ନଥିବାରୁ ଶିକ୍ଷକମାନେ କବାଟକୁ ବ୍ଲାକ ବୋର୍ଡ ଭାବେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ- ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର, ଚିକିତ୍ସା ପାଇଁ ପଠାଗଲା ନନ୍ଦନକାନନ

ସେପଟେ ସ୍କୁଲର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ସରକାର 5ଟି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଧର୍ମଶାଳା ବ୍ଲକରେ ଏଭଳି ଦୃଶ୍ୟ ସୋସିଆଲ ମିଡିଆରେ ଦେଖାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଲେ ଯାଜପୁରର ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ। କହିଲେ ଏ ସମ୍ପର୍କରେ ଅବଗତ ହୋଇଛନ୍ତି । ବ୍ଲକ ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଇଟିଭି ଭାରତ, ଯାଜପୁର

ABOUT THE AUTHOR

...view details