ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର, ଚିକିତ୍ସା ପାଇଁ ପଠାଗଲା ନନ୍ଦନକାନନ

author img

By

Published : Dec 1, 2022, 9:22 PM IST

ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର, ଚିକିତ୍ସା ପାଇଁ ପଠାଗଲା ନନ୍ଦନକାନନ

ଶାଗୁଣା ଉଦ୍ଧାର । ଯାଜପୁର ଜିଲ୍ଲା ବରୀ ବ୍ଲକ ନୀଳପଦା ଗାଁରୁ ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର । ଆହାତ ଅବସ୍ଥାରେ ଶାଗୁଣାକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ଏନେଇ ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ଶାଗୁଣାକୁ ଉଦ୍ଧାର କରି ଅଧିକ ଚିକିତ୍ସା ନିମନ୍ତେ ନନ୍ଦନକାନନ ପଠାଇଛନ୍ତି । ଅଧିକ ପଢନ୍ତୁ

ଯାଜପୁର: ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର । ଯାଜପୁର ଜିଲ୍ଲା ବରୀ ବ୍ଲକ ନୀଳପଦା ଗାଁରୁ ବିରଳ ପ୍ରଜାତିର ଶାଗୁଣା ପକ୍ଷୀ ଉଦ୍ଧାର । ଆହାତ ଅବସ୍ଥାରେ ଶାଗୁଣାକୁ ଉଦ୍ଧାର କରିଥିଲେ ଗ୍ରାମବାସୀ । ଏନେଇ ବନବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀ ଶାଗୁଣାକୁ ଉଦ୍ଧାର କରି ଆଶୁ ଚିକିତ୍ସା କରିଥିଲେ । ଏହାପରେ ଅଧିକ ଚିକିତ୍ସା ନିମନ୍ତେ ନନ୍ଦନକାନନ ପଠାଇଛନ୍ତି ।

ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର, ଚିକିତ୍ସା ପାଇଁ ପଠାଗଲା ନନ୍ଦନକାନନ

ସୂଚନା ମୁତାବକ, ଗତକାଲି ଅପରାହ୍ନରେ ଯାଜପୁର ଜିଲ୍ଲା ବରୀ ବ୍ଲକ ନୀଳପଦା ଗାଁ ବିରୂପା ନଦୀପଠାରେ ବିରଳ ପ୍ରଜାତିର ପକ୍ଷୀଟିଏ ଥିବା ଦେଖିଥିଲେ ଗ୍ରାମବାସୀ । ପ୍ରଥମେ କିଛି ଛୋଟ ପିଲା ପକ୍ଷୀଟିକୁ ଦେଖିବା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ହଠାତ ଏତେବଡ଼ ପକ୍ଷୀକୁ ଦେଖି ଗ୍ରାମବାସୀ ପ୍ରଥମେ ଡରି ଯାଇଥିଲେ । ପରେ ପକ୍ଷୀଟିକୁ ଉଦ୍ଧାର କରି ରାତିରେ ରଖିଥିଲେ । ଏହାପରେ ବନ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ । ଆଜି ସକାଳ ପ୍ରାୟ ୯ଟା ବେଳେ ବନ କର୍ମଚାରୀ ଗାଁକୁ ଆସି ଉଦ୍ଧାର କରିଥିଲେ ।

ଯାଜପୁର ରୋଡ ବନ ବିଭାଗ ରେଞ୍ଜର ଜ୍ୟୋତି ରଞ୍ଜନ ମହାପାତ୍ର କହିଛନ୍ତି, "ଉଦ୍ଧାର ହୋଇଥିବା ପକ୍ଷୀଟି ଏକ ବିରଳ ପ୍ରଜାତିର ଶାଗୁଣା । ୧୯୯୯ ମହାବାତ୍ୟା ପରେ ଏହିସବୁ ଶାଗୁଣା ପକ୍ଷୀ ବିଲୁପ୍ତ ପ୍ରାୟ ଅଛନ୍ତି । ଉଦ୍ଧାର ଶାଗୁଣା ପକ୍ଷୀଟିର ଓଜନ 20କେଜିରୁ ଅଧିକ ଥିବା ଜଣାପଡ଼ିଛି । ତେବେ ଶାଗୁଣାଟିର ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ତାକୁ ତୁରନ୍ତ ଚିକିତ୍ସା କରାଯାଇଛି l କଟକ ବନଖଣ୍ଡ ଅଧିକାରୀ ସଂଜୟ କୁମାର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ଉଦ୍ଧାର ବିରଳ ପ୍ରଜାତିର ଶାଗୁଣା ପକ୍ଷୀକୁ ନନ୍ଦନକାନନ ପଠାଯାଇଛି ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.