ETV Bharat / state

କୁନି ଝିଅ ରୋଜି ଖୋଜୁଛି ବଞ୍ଚିବାର ରାହା, ଚିକିତ୍ସା ପାଇଁ ମା'ର ଗୁହାରି - Help to Needy child

author img

By ETV Bharat Odisha Team

Published : May 8, 2024, 3:41 PM IST

Financial help for treatment: ଉପରେ ପୁଣି ଦଇବ ଦାଉ ସାଧୁଛି । ମାତ୍ର ଅଠର ମାସର କୁନି ଝିଅର ମୁଣ୍ଡ ଅସ୍ବାଭାବିକ ଭାବରେ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ସରକାରୀ ସହାୟତା ଅପେକ୍ଷାରେ ଅସହାୟ ମହିଳା । ଅଧିକ ପଢନ୍ତୁ..

Etv Bharat
Etv Bharat (Etv Bharat)

Financial help for treatment (ETV Bharat Odisha)

ବୌଦ୍ଧ: ମାତ୍ର ଅଠର ମାସର କଅଁଳ ଶିଶୁ ଉପରେ ଦାଉ ସାଜିଛି ଦଇବ । ଶିଶୁକନ୍ୟାଟିର ଶରୀରଠାରୁ ବଡ ତା ମୁଣ୍ଡ । ଶିଶୁଟିର ମୁଣ୍ଡ ଅସ୍ୱାଭାବିକ ଭାବେ ବଢି ବଢି ଚାଲିଥିବା ବେଳେ ଗରିବ ଅସହାୟ ହୋଇପଡିଛନ୍ତି ଶିଶୁଟିର ମାଆ । ଅତ୍ୟନ୍ତ ଅସହାୟ ତଥା ଦୁର୍ଦ୍ଦିନରେ କାଳ କାଟୁଥିବା ପରିବାର ପ୍ରତି ଶିଶୁଟିର ଚିକିତ୍ସା କରାଇବା ସହଜସାଧ୍ୟ ନଥିବା ବେଳେ କୁନି ଝିଅ ରୋଜିର ଜୀବନ ବଞ୍ଚାଇବାକୁ ଆକୁଳ ନିବେଦନ କରିଛନ୍ତି ।


ବୋଝ ଉପରେ ନଳିତା ବିଡା ଭଳି ଦୁଃଖ ଉପରେ ଦୁଃଖ ଦେଇ ଦାଉ ସାଧୁଛି ଦଇବ । ନିଜ କୁନି ଝିଅର ଜୀବନ ବଞ୍ଚାଇବାକୁ ମାଆ ଟୁନି ସମସ୍ତ ଙ୍କୁ ନେହୁରା ହେଉଛନ୍ତି । ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବ୍ରହ୍ମଣୀପାଲି ପଞ୍ଚାୟତରେ । ବୌଦ୍ଧ ଜିଲ୍ଲା ସଦର ବ୍ଲକ ବ୍ରହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଲାବେଡା ଗ୍ରାମର ଟୁନି ସାହୁଙ୍କ ଉପରେ ଦୁଃଖ ର ପାହାଡ ଭାଙ୍ଗି ପଡ଼ିଛି । ଟୁନିଙ୍କ ସ୍ବାମୀ ଶୁକଦେବ ମାନସିକ ରୋଗୀ ହୋଇଥିବା ବେଳେ ତାଙ୍କ ଦୁଇ ଝିଅକୁ ନେଇ ତାଙ୍କ ପରିବାର ।

ଏହାମଧ୍ୟ ପଢନ୍ତୁ.. ଆର୍ଥିକ ସହାୟତା ଅପେକ୍ଷାରେ ଅନାଥ ନିବ୍ରତ, ପାରାଲିସିସ୍ ସହ କରୁଛନ୍ତି ସଂଘର୍ଷ - Help To Needy Man

ଜମି ହୀନ ଏହି ପରିବାରର ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡିଏ ନଥିବା ବେଳେ ମୂଲ ମଜୁରୀ କରି ଚଳନ୍ତି ଟୁନିଙ୍କ ପରିବାର । ତେବେ ବର୍ତ୍ତମାନ ଏହି ଦୁଃଖୀ ପରିବାର ଉପରେ ପୁଣି ଦଇବ ଦାଉ ସାଧୁଛି । ଟୁନିଙ୍କ ସାନ ଝିଅ ରୋଜି ଜନ୍ମର କିଛି ଦିନ ପରେ ମୁଣ୍ଡ ବଢ଼ିବାରେ ଲାଗିଥିଲା । ଧାର କରଜ କରି ଗରିବ ଟୁନି ଝିଅର ଚିକିତ୍ସା ପାଇଁ ମନମୁଣ୍ଡା, ସୋନପୁର, ବୁର୍ଲା ଓ ଶେଷରେ କଟକ ସ୍ଥିତ ଶିଶୁଭବନକୁ ନେଇ ଚିକିତ୍ସା କରାଇଥିଲେ । ହେଲେ କିଛି ମାସ ବ୍ୟବଧାନରେ ଶିଶୁ କନ୍ୟାର ପୁଣି ମୁଣ୍ଡ ଅସ୍ବାଭାବିକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ କନ୍ୟାର ଚିକିତ୍ସା ଚାଲୁଥିଲେ ମଧ୍ୟ ଏଠାରେ ଏହି ଚିକିତ୍ସା ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ । ତେଣୁ ଶିଶୁର ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଏକାନ୍ତ ଜରୁରୀ ‌‌ହୋଇପଡିଛି ।

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୟ ସାହୁ ମଧ୍ୟ ଶିଶୁର ଚିକିତ୍ସା କରୁଥିଲେ ମଧ୍ୟ ଏଭଳି ବିରଳ ରୋଗ ପାଇଁ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ।
ତେବେ ଶିଶୁ କନ୍ୟାର ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବା ବେଳେ ସରକାର ଓ ପ୍ରଶାସନକୁ ସହାୟତା ପାଇଁ ଗୁହାରି କରିଛନ୍ତି ଶିଶୁଟିର ମାଆ । ଏ ସମ୍ପର୍କରେ ସ୍ଥାନୀୟ ସମିତି ସଭ୍ୟ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିବା ସହିତ ସରକାର ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.