ଓଡିଶା

odisha

କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ପଶି ବନ୍ୟା ବିପନ୍ନଙ୍କ ହଙ୍ଗାମା

By

Published : Sep 19, 2021, 5:33 PM IST

କୁଜଙ୍ଗ ବ୍ଲକ କାର୍ଯ୍ୟାଲୟରେ ପଶି ବନ୍ୟା ବିପନ୍ନଙ୍କ ହଙ୍ଗମା

ରନ୍ଧାଖାଦ୍ୟ ଓ ପାଣି ନିଷ୍କାସନ ଦାବିରେ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକେ। ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କୁଜଙ୍ଗ ବ୍ଲକର ଗଣ୍ଡକିପୁର, କାଳିଆପାଟ୍ଟ ଓ ମଙ୍ଗରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଅଧିକ ପଢନ୍ତୁ...

ଜଗତସିଂହପୁର: ରନ୍ଧାଖାଦ୍ୟ ଓ ପାଣି ନିଷ୍କାସନ ଦାବିରେ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ଲୋକେ। ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କୁଜଙ୍ଗ ବ୍ଲକର ଗଣ୍ଡକିପୁର, କାଳିଆପାଟ୍ଟ ଓ ମଙ୍ଗରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଜଳ ନିଷ୍କାସନ ହୋଇପାରୁ ନଥିବା ବେଳେ କେତେକ ଲୋକଙ୍କ ମାଟି କାନ୍ଥ ଭୁଶୁଡି ପଡିଥିବା ସେମାନେ ଅଭିଯୋଗ କରିଛନ୍ତି। ମାତ୍ର ପ୍ରଶାସନ ଏପର୍ଯ୍ୟନ୍ତ ସେଠାରେ ସଠିକ୍ ରିଲିଫ ଯୋଗାଇ ଦେଉନାହିଁ।

କୁଜଙ୍ଗ ବ୍ଲକ କାର୍ଯ୍ୟାଲୟରେ ପଶି ବନ୍ୟା ବିପନ୍ନଙ୍କ ହଙ୍ଗମା

ଗୋଟିଏ ଥର ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଛୋଟ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ମାନେ ଉପାସରେ ରହୁଛନ୍ତି। ସ୍ଥାନୀୟ ସରପଞ୍ଚ ଓ ବ୍ଲକ ପ୍ରଶାସନ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ଜଳ ନିଷ୍କାସନର ବ୍ୟବସ୍ଥା କରିନଥିବା ବେଳେ ସଠିକ୍ ସମୟରେ ଖାଦ୍ୟ ଯୋଗାଇ ଦେଉନାହାନ୍ତି। ଯାହାକୁ ବିରୋଧ କରି ଉଭୟ ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ଓ ଛୋଟ ଶିଶୁଙ୍କୁ ଧରି ବ୍ଲକ୍ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ମୁଖ୍ୟତଃ ମାଛ ଧରିବା ପାଇଁ ନଦୀବନ୍ଧ ଗୁଡିକରେ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବାରୁ ପାଣି ନିଷ୍କାସନରେ ସମସ୍ୟା ହେଉଥିବା ବେଳେ ପାରାଦୀପ ଗଡ଼ ନିକଟରେ ହଳଦୀପାଣି ନଦୀର ମୁହଁ ଖୋଲିବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details