ଓଡିଶା

odisha

ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ, ବିଭିନ୍ନ ପଞ୍ଚାୟତ ବୁଲି ବୁଝିଲେ ଲୋକଙ୍କ ଦୁଃଖ

By

Published : Sep 18, 2022, 9:35 AM IST

ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ, ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସହ କଲେ ଆଲୋଚନା
ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ, ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସହ କଲେ ଆଲୋଚନା

ଗୋପାଳପୁର ରାଜନୀତିରେ ପୁଣି ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସୁଖଦୁଃଖ ବିଷୟ ଆଲୋଚନା କରିଛନ୍ତି ବିଧାୟକ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ବୁଲୁଛନ୍ତି ଗୋପାଳପୁର ବିଧାୟକ । ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ବୁଲି ଲୋକଙ୍କ ସୁଖଦୁଃଖ ପଚାରି ବୁଝିଛନ୍ତି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ତେବେ ଜେଲରୁ ଫେରିବା ପରେ ପୁଣିଥରେ ବିଧାୟକ ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ନିଜର ଉପସ୍ଥିତି ଜାହିର କରିଛନ୍ତି ।

ଗତ କିଛିଦିନ ହେବ ଗୋପାଳପୁର ରାଜନୀତିରେ ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ । ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଶନିବାର ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସୁଖଦୁଃଖ ବିଷୟ ଆଲୋଚନା କରିଛନ୍ତି ବିଧାୟକ । ଏହି ଅବସରରେ ହୁଗୁଳାପଟା ଠାରେ ପହଞ୍ଚିବା ପରେ ସେଠାରୁ ସ୍ଥାନୀୟ ଗ୍ରାମବାସୀ ଏକ ବିରାଟ ପଟୁଆରରେ ବିଧାୟକଙ୍କୁ ପଦଯାତ୍ରାରେ ଗ୍ରାମକୁ ପାଛୋଟି ନେଇଥିଲେ । ଉକ୍ତ ଅଞ୍ଚଳରେ ପଦଯାତ୍ରାରେ ନିଜ ସମର୍ଥକଙ୍କ ସହିତ ବିଧାୟକ ପରିକ୍ରମା କରିଥିଲେ ।

ସକ୍ରିୟ ହେଉଛନ୍ତି ଗୋପାଳପୁର ବିଧାୟକ, ବିଭିନ୍ନ ପଞ୍ଚାୟତ ବୁଲି ଲୋକଙ୍କ ସହ କଲେ ଆଲୋଚନା

ଦୀର୍ଘ ଦିନରୁ ଆସି ପାରିନଥିବାରୁ ହୁଗୁଳାପଟାବାସୀଙ୍କୁ କ୍ଷମାପ୍ରାର୍ଥନା କରିଥିଲେ ବିଧାୟକ । ପଦଯାତ୍ରାରେ ନିଜ ସମର୍ଥକଙ୍କ ସହିତ ସ୍ଥାନୀୟ ଅଞ୍ଚଳବାସୀଙ୍କ ସୁଖଦୁଃଖ ସଂପର୍କରେ ପଚାରି ବୁଝିଥିଲେ । ଲୋକଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ମଧ୍ୟ ବିଧାୟକ ପ୍ରତିଶୃତି ଦେଇଛନ୍ତି । ହୁଗୁଳାପଟା ପରେ ବିଧାୟକ ମାର୍ଥାପଲ୍ଲୀ ଓ ଗୁରୁଣ୍ଠି ଗସ୍ତ କରିଛନ୍ତି । ସେହିପରି ଆଜି ମଧ୍ୟ ବିଧାୟକ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ଗ୍ରାମ ପରିକ୍ରମା କରି ଘରକୁ ଘର ବୁଲି ଲୋକଙ୍କ ସହିତ ମିଶିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅବସରରେ ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ଗୋପାଳପୁରରୁ ହୁଗୁଳାପଟା ଆର୍‌ଡି ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ । ଗଞ୍ଜାମର ପୂର୍ବତନ ଜିଲ୍ଲାପାଳ ତଥା ବର୍ତ୍ତମାନ ଆର୍‌ଡି ସେକ୍ରେଟାରୀ ଥିବା ସଞ୍ଜୟ ସିଂହଙ୍କୁ ଗଣମାଧ୍ୟ ଜରିଆରେ ଅନୁରୋଧ କରୁଛି ସେ ଏହି ହୁଗୁଳାପଟା ଗ୍ରାମର ବାକି ରହିଥିବା ସମସ୍ତ ରାସ୍ତା କାର୍ଯ୍ୟକୁ ତୁରନ୍ତ ଆରମ୍ଭ କରନ୍ତୁ ।" ସେହିଭଳି ଗୋପାଳପୁର ନିର୍ବାଚନ ମଣ୍ଡଳୀର ବାକି ରହିଥିବା ଉନ୍ନତିମୂଳକ କାର୍ଯ୍ୟ ସବୁକୁ ତ୍ବରିତ କରିବା ପାଇଁ ସେ କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details