ଓଡିଶା

odisha

ଆମ୍ବଗଡ ହତ୍ୟା ଘଟଣା, ଆଠ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

By ETV Bharat Odisha Team

Published : Nov 7, 2023, 9:50 PM IST

Updated : Nov 8, 2023, 11:40 AM IST

୨୦୧୭ ମସିହାରେ ଘଟି ଯାଇଥିବା ଆମ୍ୱଗଡ ଅଞ୍ଚଳର ହତ୍ୟା ଘଟଣାର ରାୟ ପ୍ରକାଶ ପାଇଛି । ଆଠ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ-୧ । ଅଧିକ ପଢ଼ନ୍ତୁ

ଆମ୍ବଗଡ ହତ୍ୟା ଘଟଣା
ଆମ୍ବଗଡ ହତ୍ୟା ଘଟଣା

ଆମ୍ବଗଡ ହତ୍ୟା ଘଟଣା

ବ୍ରହ୍ମପୁର: ଆମ୍ୱଗଡ ଅଞ୍ଚଳର ହତ୍ୟା ଘଟଣା । ଆଠ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ନିର୍ଦ୍ଦେଶ। ବ୍ରହ୍ମପୁର ସହରର ସଦର ଥାନା ଅଞ୍ଚଳରେ ଆମ୍ୱଗଡ ଗ୍ରାମରେ ଗତ ୨୦୧୭ ମସିହାରେ ଘଟିଯାଇଥିବା ଏକ ହତ୍ୟା ଘଟଣାରେ ସଂପୃକ୍ତ ରହିଥିବା ଗ୍ରାମର ଆଠ ଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦାଣ୍ଡ ଘୋଷଣା କରିଛନ୍ତି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ-୧ ।

ତେବେ ବ୍ରହ୍ମପୁର ସହର ଉପକଣ୍ଠ ଆମ୍ୱଗଡ ଗ୍ରାମରେ ଗତ ୨୦୧୭ ମସିହା ଅଗଷ୍ଟ ମାସରେ ଉକ୍ତ ଗ୍ରାମର ଏମ୍. ବୁଡୁ ପାତ୍ରଙ୍କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗ୍ରାମର ଅନ୍ୟ ବ୍ୟକ୍ତି ବିଶେଷମାନେ ସଙ୍ଘବଦ୍ଧ ଭାବରେ ଆକ୍ରମଣ କରିଥିଲେ । ଏଥିରେ ବୁଡୁ ପାତ୍ର ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେହି ସମୟରେ ବୁଡୁଙ୍କ ପତ୍ନୀ ଗର୍ଭବତୀ ଥିବା ବେଳେ କେଉଁ କାରଣରୁ ଏବଂ କେଉଁମାନେ ତାଙ୍କୁ ଏପରି ଆକ୍ରମଣ କରିଥିଲେ ସେନେଇ ବୁଡୁ ଚିକିତ୍ସାଧିନ ଅବସ୍ଥାରେ ନିଜ ପତ୍ନୀଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲେ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବୁଡୁ ପାତ୍ରଙ୍କ ମୃତ୍ୟୁ ଘଟିଥିଲା ।

ଏହା ମଧ୍ୟ ପଢ଼ନ୍ତୁ.......Khandagiri Triple Murder Case: 27 ବର୍ଷ ପରେ ଆସିଲା ଚୂଡାନ୍ତ ରାୟ, ୩ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

ଏହାପରେ ଲଡୁ ପାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ଏମ୍ .ଲଡ଼ୁ ପାତ୍ରଙ୍କ ଏତଲା କ୍ରମେ ବ୍ରହ୍ମପୁର ସଦର ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ମାମାଲା ନଂ- ୧୯୪ /୧୯-୦୯-୨୦୧୭ ଅନୁଯାୟୀ ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରିବା ସହିତ ମୃତକଙ୍କ ପରିବାରର ସଦସ୍ୟଙ୍କ ବୟାନ୍ ମଧ୍ୟ ରେକର୍ଡ କରିଥିଲା । ତେବେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ପୋଲିସ କୋର୍ଟରେ ଦାଖଲ କରିଥିଲା । କୋର୍ଟ ୧୯ ଜଣ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ବିଚାର ବିମର୍ଷ କରି ଶେଷରେ ଏହି ଘଟଣାରେ ବ୍ରହ୍ମପୁରର ଅତିରିକ୍ତ ଜିଲ୍ଲା ଜର୍ଜ କୋର୍ଟ-୧ର ବିଚାରପତି ସମସ୍ତ ଆଠ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ଘୋଷଣା କରିଥିବା କୋର୍ଟର ସହକାରୀ ପିପି ସୂଚନା ଦେଇଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହିପରି ହତ୍ୟା ଘଟିଥିବା ବେଳେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ହେଉଛନ୍ତି ଆମ୍ୱଗଡ ଗ୍ରାମର ଆର୍. ହରି ପାତ୍ର, ଆର୍. ଲୋକନାଥ ପାତ୍ର, ଏମ୍.ଦଣ୍ଡ ପାତ୍ର, କେ. ଭୀମ ପାତ୍ର, ଏ. ବଇରି ପାତ୍ର, ଏମ୍. ସୋମେଶ ପାତ୍ର, ବି. ନଇ ପାତ୍ର, ଆର୍. ଭାସ୍କର ପାତ୍ର । ସେପଟେ ଅଭିଯୁକ୍ତମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିଥିବାରୁ ମୃତକଙ୍କ ପରିବାର ଜିଲ୍ଲା ଦୌରା ଜର୍ଜ କୋର୍ଟକୁ କୃତଜ୍ଞତା ଜଣାଇଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Nov 8, 2023, 11:40 AM IST

ABOUT THE AUTHOR

...view details