ଓଡିଶା

odisha

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ

By

Published : Oct 8, 2021, 1:38 PM IST

ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନରେ ଆୟୁଷ ଡାକ୍ତର

ସ୍ଥାୟୀ ନିଯୁକ୍ତି ଦାବି କରି ଢେଙ୍କାନାଳ ଜିଲ୍ଲାରେ ୭ ଦିନରେ ପହଞ୍ଚିଲା ଆୟୁଷ ଡାକ୍ତରଙ୍କ ନିରବ ପ୍ରତିବାଦ । ନିଯୁକ୍ତି ସମ୍ପର୍କରେ ସରକାର ପଦକ୍ଷେପ ନନେଲେ ଆଗାମୀ ସମୟରେ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ଆୟୁଷ ଡାକ୍ତର ସଂଘ ।

ଢେଙ୍କାନାଳ:ଆୟୁଷ ଡାକ୍ତରଙ୍କୁ ଅଣଦେଖା । ସ୍ଥାୟୀ ନିଯୁକ୍ତି ଦାବି କରି ଢେଙ୍କାନାଳ ଜିଲ୍ଲାରେ ୭ ଦିନରେ ପହଞ୍ଚିଲା ଆୟୁଷ ଡାକ୍ତରଙ୍କ ନିରବ ପ୍ରତିବାଦ । ସ୍ୱାସ୍ଥ୍ୟ ସେବାରେ ସୁଧାର ପାଇଁ ଗ୍ରାମାଞ୍ଚଳରେ ଉଭୟ ଆର୍ୟୁବେଦିକ ଓ ହୋମିଓପାଥିକ ଆୟୁଷ ଡାକ୍ତରମାନଙ୍କୁ ଚୁକ୍ତିଭିତ୍ତିକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସ୍ଥାୟୀ ନିଯୁକ୍ତି କରାଯାଉନାହିଁ । ଫଳରେ ଗତ ୨ ତାରିଖରୁ ନିରବ ପ୍ରତିବାଦ ଜାରି ରଖିଛନ୍ତି ଆୟୁଷ ଡାକ୍ତର ।

ରାଜ୍ୟରେ ମୋଟ ୧୧୫୫ଜଣ ଆୟୁଷ ଡାକ୍ତରଙ୍କ ମଧ୍ୟରୁ ଢେଙ୍କାନାଳ ଜିଲ୍ଲାରେ ବର୍ତ୍ତମାନ ୩୭ ଜଣ ଆୟୁଷ ଡାକ୍ତର ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଅଛନ୍ତି । ତେବେ ସ୍ଥାୟୀ ନିଯୁକ୍ତି ନହେବାରୁ ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟରେ ବିଭିନ୍ନ ଗାଁ ଗହଳି ଡାକ୍ତରଖାନାରେ କାର୍ଯ୍ୟରତ ଏହି ଆୟୁଷ ଡାକ୍ତର ମାନେ କେବଳ ଆୟୁଷ ସମ୍ପର୍କିତ ଚିକିତ୍ସା କରୁଥିବା ବେଳେ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ କାର୍ଯ୍ୟକୁ ବର୍ଜନ କରି ନିରବ ପ୍ରତିବାଦ ଜାରି ରଖିଛନ୍ତି ।

ସ୍ଥାୟୀ ନିଯୁକ୍ତି ଦାବି ନେଇ ଆନ୍ଦୋଳନରେ ଆୟୁଷ ଡାକ୍ତର

ସରକାର ସେମାନଙ୍କ ସ୍ଥାୟୀ ନିଯୁକ୍ତି ସମ୍ପର୍କରେ ସରକାର ପଦକ୍ଷେପ ନନେଲେ ଆଗାମୀ ସମୟରେ ସଂପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛି ଆୟୁଷ ଡାକ୍ତର ସଂଘ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details