ଓଡିଶା

odisha

ଗ୍ରେଡ ପେ' ବୃଦ୍ଧି ଦାବି, କଳା ବ୍ୟାଚ ପରିଧାନ କରି ପ୍ରତିବାଦ କଲା ଅମଲା ସଂଘ

By

Published : May 22, 2023, 2:38 PM IST

ଓଡ଼ିଶାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ କଳା ବ୍ୟାଚ ପରିଧାନ କରିଛନ୍ତି ରାଜ୍ୟର ଅମଲା ସଂଘ ଓ କର୍ମଚାରୀ । ଅଧିକ ପଢନ୍ତୁ

niali bureaucrats association
niali bureaucrats association

କଳା ବ୍ୟାଚ ପରିଧାନ କରି ପ୍ରତିବାଦ କଲା ଅମଲା ସଂଘ

ନିଆଳି:ଆଜିଠାରୁ କଳା ବ୍ୟାଚ୍‌ ପରିଧାନ କରି ପ୍ରତିବାଦ କରିଛନ୍ତି ରାଜ୍ୟର ଅମଲା ସଂଘ ଓ କର୍ମଚାରୀ । ଓଡ଼ିଶାରେ କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ କରିବାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ କଳା ବ୍ୟାଚ ପରିଧାନ କରିଛନ୍ତି । ବ୍ଲକ, ତହସିଲ ଏବଂ ସବରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟର ତଳିଆ ସରକାରୀ କର୍ମଚାରୀମାନେ ଆଜିଠାରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ କଳା ବ୍ୟାଚ୍‌ ପରିଧାନ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- Odisha Cabinet Reshuffle: 3 ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ, ଜାଣନ୍ତୁ କାହା ପାଖରେ କେଉଁ ବିଭାଗ

ତେବେ ଜିଲ୍ଲା ସ୍ତରୀୟ କନିଷ୍ଠ ସହାୟକ ୨୦୧୭ ମସିହା ପରଠୁ ବେତନ ଲେଭଲ-୪ରୁ ଲେଭଲ -୯କୁ ବୃଦ୍ଧି କରାଯାଉନି । ଯାହା ଫଳରେ ଦୀର୍ଘ ବର୍ଷ ହେବ ରାଜ୍ୟର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏହି କର୍ମଚାରୀମାନେ ଅନେକ ସମୟରେ ଦାବି ପ୍ରତିବାଦ କରି ଆସୁଛନ୍ତି । କିନ୍ତୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପଦକ୍ଷେପ କିମ୍ବା ବେତନ ବୃଦ୍ଧି ନକରିବାରୁ କର୍ମଚାରୀମାନେ ଆଜିଠାରୁ କଳା ବ୍ୟାଚ ପରିଧାନ କରିଛନ୍ତି ।‌ କଳାବ୍ୟାଚ ପରିଧାନ ପୂର୍ବରୁ ଏକ ଦାବିପତ୍ର ଜିଲ୍ଲା ସ୍ତରୀୟ ମିଳିତ ମଞ୍ଚ ଓ ରାଜ୍ୟ ଶାଖା ପକ୍ଷରୁ ମୁଖ୍ୟ ଶାସନସଚିବଙ୍କୁ କରାଯାଇଥିଲା । ମାତ୍ର କୌଣସି ସୁଫଳ ନ ମିଳିବାରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିଛି ଅମଲା ସଂଘ।‌

ଏହା ମଧ୍ୟ ପଢନ୍ତୁ-ନବୀନଙ୍କ ଟିମରେ 3 ନୂଆ ମନ୍ତ୍ରୀ: କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ ସୁଦାମ ଓ ସାରଦା

ପ୍ରକାଶ ଥାଉକି, ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚର ଆହ୍ଵାନକ୍ରମେ ବ୍ଲକ ସ୍ତରୀୟ କାର୍ଯ୍ୟରତ ସରକାରୀ କନିଷ୍ଠ ସହାୟକ ମାନେ କଟକ ଜିଲ୍ଲା ନିଆଳି, କଣ୍ଟାପଡ଼ା ଓ ବାରଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବେତନ ବୃଦ୍ଧି ପାଇଁ ଦାବି କରିଥିଲେ। ‌ଏନେଇ ଠାରୁ ଆସନ୍ତା ୩୧ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରିବେ । ଯଦି ଉଭୟ ସରକାର ଅମଲାଙ୍କ ଦାବି ପୂରଣ ନକରନ୍ତି ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଅମଲା ସଂଘ ଏବଂ କର୍ମଚାରୀମାନେ ଆସନ୍ତା ଜୁନ ୧ ତାରିଖଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।‌ ଆଜି ସମସ୍ତ ଅମଲା ସଂଘର କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି ।‌

ଇଟିିଭି ଭାରତ, ନିଆଳି

ABOUT THE AUTHOR

...view details