ETV Bharat / state

ନବୀନଙ୍କ ଟିମରେ 3 ନୂଆ ମନ୍ତ୍ରୀ: କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ ସୁଦାମ ଓ ସାରଦା

author img

By

Published : May 22, 2023, 10:27 AM IST

Updated : May 22, 2023, 11:00 AM IST

ନବୀନଙ୍କ ନୂଆ ଟିମ ଗଠନ ହୋଇଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ । ଅଧିକ ପଢନ୍ତୁ

state cabinet reshuffle
ministers takes oath oath

କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ ସୁଦାମ ଓ ସାରଦା

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ହୋଇଛି । ନବୀନଙ୍କ ନୂଆ ଟିମ ଗଠନ ହୋଇଛି । ଅଭିଜ୍ଞ ଅନୁଭବୀଙ୍କୁ ଭରସା କରି ନୂଆ ଟିମ ଗଠନ କରିଛନ୍ତି ନବୀନ । ପଶ୍ଚିମ, ଦକ୍ଷିଣ ଓ ଉତ୍ତରକୁ ଫୋକସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡିର ବରିଷ୍ଠ ବିଧାୟକଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ନାୟକ । ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ହୋଇଛି । ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଶପଥ ନେଲେ 3 ମନ୍ତ୍ରୀ । ସମସ୍ତ 3 ନୂଆ ସଦସ୍ୟଙ୍କୁ କ୍ୟାବିନେଟ ପାହ୍ୟା ଭାବେ ନିଯୁକ୍ତି ମିଳିଛି । ପ୍ରଥମେ ବିକ୍ରମ କେଶରୀ ଆରୁଖ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ଏହା ପରେ କ୍ୟାବିନେଟ ମନ୍ତ୍ରୀ ଭାବେ ସୁଦାମ ମାରାଣ୍ଡି ଓ ତୃତୀୟରେ ସାରଦା ପ୍ରସାଦ ନାୟକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ବିକ୍ରମ କେଶରୀ ଆରୁଖ: ଦକ୍ଷିଣ ଓଡିଶାର ଜଣେ ଟାଣୁଆ ନେତା ବିକ୍ରମ କେଶରୀ ଆରୁଖ । ଚଳିତ ବିଧାନସଭାରେ ସେ ବାଚସ୍ପତି ଥିଲେ । ଅନେକ ଥର ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ବିଭାଗ ମଧ୍ୟ ସମ୍ଭାଳିଛନ୍ତି । ଏବେ ଏହି ବରିଷ୍ଠ ନେତା ପୁଣି ନବୀନଙ୍କ ମନ୍ତ୍ରୀମଣ୍ଡଳକୁ ଫେରିଛନ୍ତି । ଦୀର୍ଘ ବର୍ଷ ହେବ ଗଞ୍ଜାମ ଓ କନ୍ଧମାଳ ବିଜେଡି ସଂଗଠନର ଦାୟିତ୍ବରେ ଅଛନ୍ତି ସେ । 1995ରୁ କ୍ରମାଗତ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ବିକ୍ରମ । ପୂର୍ବରୁ ଆଇନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜଙ୍ଗଲ ମନ୍ତ୍ରୀ ରହିଛନ୍ତି । ଗଞ୍ଜାମ ଭଞ୍ଜନଗର ଆସନରୁ ବିଧାୟକ ଅଛନ୍ତି ବିକ୍ରମ । 2008ରୁ 2009 ଯାଏଁ ସେ ସରକାରୀ ଦଳ ମୁଖ୍ୟ ସଚେତକ ଦାୟିତ୍ବ ତୁଲାଇଥିଲେ ।

ସୁଦାମ ମାରାଣ୍ଡି: କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସୁଦାମ ମାରାଣ୍ଡି । ଉତ୍ତର ଓଡିଶାର ଜଣେ ବରିଷ୍ଠ ନେତା ସୁଦାମ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବିଧାୟକ ସୁଦାମ । 2019ରୁ 2022 ରାଜସ୍ବ ମନ୍ତ୍ରୀ ଥିଲେ ସୁଦାମ ମାରାଣ୍ଡି । ବିଭିନ୍ନ ସମୟରେ ସ୍ବାଧୀନ, ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ବିଜେଡିରୁ ଜିତି ଦକ୍ଷତା ପ୍ରମାଣିତ କରିଛନ୍ତି ସୁଦାମ । କ୍ରୀଡା ଓ ଯୁବବ୍ୟାପାର, ଅନୁସୂଚିତ ଜାତି ଓ ଜନଜାତି, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଥିଲେ । ଏବେ ପୁଣି ଥରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ।

ସାରଦା ନାୟକ: ପଶ୍ଚିମ ଓଡିଶାର ଜଣେ ଟାଣୁଆ ନେତା ସାରଦା ନାୟକ । ସେ ରାଉରକେଲାରୁ 3 ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ସେ 2009ରୁ 2012 ରାଜ୍ୟ ମନ୍ତ୍ରୀମଣ୍ଡଳରେ ମଧ୍ୟ ଥିଲେ । ଚତୁର୍ଦ୍ଦଶ ବିଧାନସଭା ମନ୍ତ୍ରୀ ଥିଲେ ସାରଦା । 2011ରୁ 2012 ଯାଏ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଥିଲେ । ଦୀର୍ଘ ବର୍ଷ ପରେ ତାଙ୍କ ଉପରେ ପୁଣି ଭରସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ଥରେ ସାରଦା ନାୟକ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଛନ୍ତି । 2012ରେ ଅବକାରୀ ରାଷ୍ଟ୍ରମନ୍ତ୍ରୀ ଥିଲେ । ସାରଦା 3ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । 2004, 2009 ଓ 2019ରେ ବିଧାୟକ ହୋଇଥିଲେ ।

ଲୋକସେବା ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ଅନ୍ୟ ମନ୍ତ୍ରୀ ବିଧାୟକ, ସାଂସଦ ଉପସ୍ଥିତ ଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

Last Updated :May 22, 2023, 11:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.