ETV Bharat / state

Odisha Cabinet Reshuffle: 3 ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ, ଜାଣନ୍ତୁ କାହା ପାଖରେ କେଉଁ ବିଭାଗ

author img

By

Published : May 22, 2023, 12:10 PM IST

Updated : May 22, 2023, 12:56 PM IST

ଶପଥ ନେବା ପରେ 3 ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ସେମାନଙ୍କ ବିଭାଗ ବଣ୍ଟା ଯାଇଛି । ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ ।

cabinet ministers takes charge
ଶପଥ ଗ୍ରହଣ ପରେ 3 ନୂଆ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ

3 ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ବ

ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହୋଇଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି 3 ନୂଆ ମନ୍ତ୍ରୀ । ନବୀନଙ୍କ ନୂଆ ଟିମରେ ସ୍ଥାନ ପାଇଥିବା 3 ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସୁଦାମ ମାରାଣ୍ଡି ଓ ସାରଦା ପ୍ରସାଦ ନାୟକଙ୍କୁ ଦାୟିତ୍ବ ବଣ୍ଟା ଯାଇଛି । କ୍ୟାବିନେଟ ମନ୍ତ୍ରୀମାନଙ୍କୁ ସେମାନଙ୍କ ବିଭାଗ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ମିଳିଥିବାବେଳେ ସୁଦାମ ମାରାଣ୍ଡିଙ୍କୁ ଶିକ୍ଷା ଓ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ମିଳିଛି । ସୁଦାମ ମାରାଣ୍ଡି ନୂଆ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ହୋଇଛନ୍ତି । ସାରଦା ପ୍ରସାଦ ନାୟକ ଶ୍ରମ ମନ୍ତ୍ରୀ ହୋଇଛନ୍ତି । ଏହି ତିନିଜଣ ପୂର୍ବରୁ ମଧ୍ୟ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ସାରିଛନ୍ତି ।

କାହାକୁ ମିଳିଲା କେଉଁ ବିଭାଗ...

କ୍ୟାବିନେଟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ଅର୍ଥ ବିଭାଗ ଦାୟିତ୍ବ ।

କ୍ୟାବିନେଟ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦାୟିତ୍ବ ।

କ୍ୟାବିନେଟ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କୁ ଶ୍ରମ ବିଭାଗ ଦାୟିତ୍ବ ।

ଏହା ବି ପଢନ୍ତୁ.... ନବୀନଙ୍କ ଟିମରେ 3 ନୂଆ ମନ୍ତ୍ରୀ: କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ବିକ୍ରମ ସୁଦାମ ଓ ସାରଦା

ବିକ୍ରମ କେଶରୀ ଆରୁଖ ନୂଆ ଅର୍ଥମନ୍ତ୍ରୀ ହୋଇଛନ୍ତି । ନିରଞ୍ଜନ ପୂଜାରୀଙ୍କଠୁ ଅର୍ଥବିଭାଗ ଆଣି ବିକ୍ରମଙ୍କୁ ଦିଆଯାଇଛି । ପୂର୍ବରୁ ଅର୍ଥମନ୍ତ୍ରୀ ଥିବା ନିରଞ୍ଜନ ପୂଜାରୀଙ୍କ ପାଖରେ ସ୍ବାସ୍ଥ୍ୟ ଓ ସଂସଦୀୟ ବିଭାଗ ରହିଛି । ସମୀର ଦାସଙ୍କ ପରେ ସୁଦାମ ମାରାଣ୍ଡି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ହୋଇଥିବା ବେଳେ ଶ୍ରୀକାନ୍ତ ସାହୁଙ୍କ ପରେ ସାରଦା ନାୟକ ଶ୍ରମ ମନ୍ତ୍ରୀ ହୋଇଛନ୍ତି । ଆଜି ଲୋକସେବା ସମ୍ମିଳନୀ କକ୍ଷରେ ଏହି 3 କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନୂଆ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ପ୍ରକାଶ ଥାଉ କି, 2024 ପୂର୍ବରୁ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଭିଜ୍ଞ ଅନୁଭବୀଙ୍କୁ ଭରସା କରି ନୂଆ ଟିମ ଗଠନ କରିଛନ୍ତି ନବୀନ । ଏଥର ମନ୍ତ୍ରୀମଣ୍ଡଳରେ ପଶ୍ଚିମ, ଦକ୍ଷିଣ ଓ ଉତ୍ତରକୁ ଫୋକସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟର 3 ପ୍ରାନ୍ତରୁ ଅନୁଭବୀଙ୍କୁ ପ୍ରତିନିଧିତ୍ବ କରିବାକୁ ସୁଯୋଗ ଦେଇଛନ୍ତି ସିଏମ । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ବିରୋଧିଙ୍କୁ ଚେକ ଦେବାକୁ 3 ପ୍ରାନ୍ତରୁ ଅନୁଭବୀଙ୍କୁ ନିଜ ମନ୍ତ୍ରୀମଣ୍ଡଳରେ ନବୀନ ସାମିଲ କରିଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 22, 2023, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.