ଓଡିଶା

odisha

ନକଲି ବିଧାୟକଙ୍କ ଅସଲି ଗଞ୍ଜେଇ ଚାଲାଣ, ମାଡି ବସିଲା ଅବକାରୀ ବିଭାଗ

By

Published : May 10, 2023, 7:14 PM IST

ପୂର୍ବତନ ବିଧାୟକ ପରିଚୟ ଦେଇ ଗଞ୍ଜେଇ ଚାଲାଣ କରୁଥିବା ଅଭିଯୋଗରେ ୟୁପି ର ଦୁଇ ଜଣ ଯୁବକଙ୍କୁ ଗିରଫ କଲା ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

huge quantity of cannabis seized
huge quantity of cannabis seized

huge quantity of cannabis seized

କଟକ : ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ପରିଚୟ ଦେଇ କରୁଥିଲେ ଗଞ୍ଜେଇ ଚାଲାଣ । ଗାଡିର ସିକ୍ରେଟ ଚ୍ୟାମ୍ବରରେ ଗଞ୍ଜେଇ ରଖି ଆନ୍ଧ୍ର ପ୍ରଦେଶରୁ ଉତ୍ତର ପ୍ରଦେଶକୁ କରାଯାଉଥିଲା ଚାଲାଣ । କଟକ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ । ଏକ କୁଇଣ୍ଟାଲ ଗଞ୍ଜେଇ ଜବତ ହେବା ସହ 2ଜଣ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ 2ଜଣ ହେଲେ ୟୁପିର ମଜାଦ ଓ ତାବ୍ରେଜ ବୋଲି ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ-ପୁରୀରୁ ହାୱଡା ଦୌଡିବ ବନ୍ଦେ ଭାରତ, ଲୋକାର୍ପଣ ପାଇଁ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

ସୂଚନା ମୁତାବକ, କଟକ ଟାଙ୍ଗୀ ଟୋଲ୍ ଗେଟ୍ ନିକଟରେ ଆଜି ସକାଳ ୬ଟା ସମୟରେ ଅବକାରୀ ବିଭାଗର ଯାଞ୍ଚ ଚାଲି ଥିଲା। ସେହି ସମୟରେ ଟୋଲ ଗେଟ୍‌ ଦେଇ ଯାଉ ଥିବା ଏକ ହୋଣ୍ଡା ସିଟି କାର ଉପରେ ଅବକାରୀ ଅଧିକରୀଙ୍କର ସନ୍ଦେହ ହୋଇଥିଲା । ଏନେଇ କାରଟିକୁ ଅଟକାଇ ଯାଞ୍ଚ ପାଇଁ କହିବାରୁ ବସିଥିବା ତାବ୍ରେଜ୍ ନାମକ ଜଣେ ବ୍ୟକ୍ତି ନିଜକୁ ଉତ୍ତର ପ୍ରଦେଶର ପୂର୍ବତନ ବିଧାୟକ ପରିଚୟ ଦେଇ ଅବକାରୀ ଅଧିକାରୀଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥିଲା । ଏହାପରେ କାର୍‌କୁ ଯେତେବେଳେ ଯାଞ୍ଚ କରାଯାଇଥିଲା ସେହି ସମୟରେ ସିକ୍ରେଟ ଚ୍ୟାମ୍ବର୍ ଭିତରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିଲା ।

ଏହା ମଧ୍ୟ ପଢ ନ୍ତୁ- Blood Delivery With Drone: ଡ୍ରୋନ୍‌ରେ ଗଲା ରକ୍ତ ବ୍ୟାଗ, ଚିକିତ୍ସା କ୍ଷେତ୍ରରେ ହେବ ସହାୟକ

ଏନେଇ ଘଟଣାସ୍ଥଳରେ ଗାଡ଼ିରେ ଥିବା ଦୁଇ ଜଣ ଅମଜାଦ ଓ ତାବ୍ରେଜକୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି । ତେବେ ଏମାନେ ଆନ୍ଧ୍ର ପ୍ରଦେଶ ରୁ ଉତ୍ତର ପ୍ରଦେଶ ଗଞ୍ଜେଇ ନେଇ ଯାଉଥିବା ସହ ଗଞ୍ଜେଇ ର ଆନୁମାନିକ ମୂଲ୍ୟ 10 ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଡି ଏସ ପି କହିଛନ୍ତି। ସେହିଭଳି ପ୍ରଥମ ଥର ଚାଲାଣ କରୁଥିବା କଥା ସ୍ବୀକାର କରିଛନ୍ତି ଚାଲାଣକାରୀ। ତେବେ କଟକ ରେ ବର୍ତ୍ତମାନ ଗଞ୍ଜେଇ ଚାଲାଣ ବର୍ତ୍ତମାନ ହବ ପାଲଟି ଥିବା ବେଳେ ବିଗତ କିଛି ମାସ ଭିତରେ କଟକରୁ ହଜାର ହଜାର କୁଇଣ୍ଟାଲ ଗଞ୍ଜେଇ ସିଜ୍‌ ହୋଇଛି ।

ବିଶେଷକରି ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଧରାପଡୁଥିବା ନେଇ ଏହାକୁ ନଜରରେ ରଖି ଜିଲ୍ଲା ଅବକାରୀ ବିଭାଗ, କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ଓ ଫ୍ଲାଇଂସ୍କ୍ୱାଡ କଟକରେ ଗଞ୍ଜେଇ ଧରପକଡ଼ ଜାରି ରହିଛି । ଅନେକ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ କନ୍ଧମାଳ, କୋରାପୁଟ, ମାଲକାନଗିରି ଆଦି ଜିଲ୍ଲାରୁ ଅନେକ ବିପୁଳ ପରିମାଣର ଗଞ୍ଜେଇ ଓଡ଼ିଶା ବାହାରକୁ ଚାଲାଣ ହୋଇଥାଏ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details