ETV Bharat / state

ପୁରୀରୁ ହାୱଡା ଦୌଡିବ ବନ୍ଦେ ଭାରତ, ଲୋକାର୍ପଣ ପାଇଁ ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି

author img

By

Published : May 10, 2023, 12:54 PM IST

Updated : May 10, 2023, 1:21 PM IST

ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ । ବନ୍ଦେ ଭାରତ ଏକ୍ସପ୍ରେସ ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି । ଅଧିକ ପଢନ୍ତୁ

PM Modi may visit Odisha
PM Modi may visit Odisha

PM Modi may visit Odisha

ଭୁବନେଶ୍ବର: ଓଡିଆ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବନ୍ଦେ ଭାରତ ଲୋକାର୍ପଣ କାର୍ଯ୍ୟକ୍ରମକୁ ଆସିପାରନ୍ତି ପ୍ରାଧାନମନ୍ତ୍ରୀ । ପୁରୀରେ ଏହି ଲୋକାର୍ପଣ କାର୍ଯ୍ୟକ୍ରମ ଆୟୋଜନ ହୋବାକୁ ଥିବା ବେଳେ ଶ୍ରୀକ୍ଷେତ୍ର ଆସିପାରନ୍ତି ମୋଦି । ଏନେଇ ଆଜି(ବୁଧବାର) ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।


ପୁରୀ ଠାରେ ଅନୁଷ୍ଠିତ ହେବାକୁ ଥିବା ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦାନ କରି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ସୂଚନା ଦେଇଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସୂଚନାନୁଯାୟୀ ଏହାର ତାରିଖ ନିର୍ଦ୍ଧାରଣ ହୋଇନଥିବା ବେଳେ ଆଲୋଚନା ଚାଲିଛି । କହିରଖୁଛୁ କି, ଯେଉଁ ରାଜ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହୋଇଛି, ସବୁଠି ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଓଡିଶାରେ ବନ୍ଦେ ଭାରତ ଏକ୍ସପ୍ରେସ ଆରମ୍ଭ ହେବାକୁ ଥିବା ବେଳେ ପ୍ରଧାନମନ୍ତ୍ରୀ ପୁରୀ ଆସିବା ନେଇ ଚର୍ଚ୍ଚା ହେଉଛି ।

ପୂର୍ବରୁ ସରିଛି ବନ୍ଦେ ଭାରତ ଏକ୍ସପ୍ରେସର ଟ୍ରାଏଲ ରନ: ସୂଚନା ଅନୁଯାୟୀ, ଖୁବ ଶୀଘ୍ର ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରାଥମିକ ଭାବରେ ଭୁବନେଶ୍ଵରରୁ କିମ୍ବା ପୁରୀରୁ ଶୁଭାରମ୍ଭ ହେବ । ଏହି ଟ୍ରେନ ହାଓ୍ବଡା ଯାଏଁ ଗଡିବ । ତେବେ ଏହି ଟ୍ରେନଟି ୧୫ ଦିନ ମଧ୍ୟରେ ଗଡିବ ବୋଲି ସ୍ଥିର ହୋଇଥିବା ବେଳେ ଟ୍ରେନ ମଧ୍ୟ ପ୍ରସ୍ତୁତ ହୋଇସାରିଛି । ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସେମତ ରେଳମନ୍ତ୍ରୀ ଉପସ୍ଥିତ ହୋଇପାରନ୍ତି ।

ବନ୍ଦେ ଭାରତ ଚାଲିଲେ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ବନ୍ଦେ ଭାରତ ଏକ୍ସପ୍ରେସରେ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ଅତ୍ୟାଧୁନିକ ସୁବିଧା ରହିଛି । ଯାହାଦ୍ୱାରା ଯାତ୍ରା ଆରାମଦାୟକ ହେବ । ଅତି କମ ସମୟ ମଧ୍ୟରେ ଯାତ୍ରୀମାନେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ ।

ତେବେ ସୂଚନା ମୁତାବକ, ପୁରୀରୁ ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସର ସମୟ ସାରଣୀ ଜାରି କରାଯାଇଛି । ସପ୍ତାହକୁ ତିନି ଥର ଏହି ଟ୍ରେନ ଚଳାଚଳ କରିପାରେ । ଏହି ବନ୍ଦେ ଭାରତ ଏକ୍ସପ୍ରେସର ଯାତ୍ରା ସମୟ ପ୍ରାୟ ୫ ଘଣ୍ଟା ୩୦ ମିନିଟ ମଧ୍ୟରେ ପୁରୀରୁ ହାୱଡା ପର୍ଯ୍ୟନ୍ତ ରହିବ । ଏହି ଟ୍ରେନର ରହଣି ଭୁବନେଶ୍ୱର, କଟକ ଓ ଖଡ଼ଗପୁର ଷ୍ଟେସନରେ ରହିବ ବୋଲି ସୂଚନା ମିଳିଛି । ଟ୍ରାଏଲ ରନ ସମୟରେ ସେହି ସମୟରେ ମନ୍ତ୍ରାଳୟର ସମ୍ପୃକ୍ତ ଅଧିକାରୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ । ଏହାରି ଭିତରେ ଆଜି ବିଜେପିର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ମୋଦି ଓଡିଶା ଆସିବା ନେଇ ସୂଚନା ଦେଇଛନ୍ତି । ପୁରୀରେ ଅନୁଷ୍ଠିତ ହେବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସର ଲୋକାର୍ପଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :May 10, 2023, 1:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.