Blood Delivery With Drone: ଡ୍ରୋନ୍‌ରେ ଗଲା ରକ୍ତ ବ୍ୟାଗ, ଚିକିତ୍ସା କ୍ଷେତ୍ରରେ ହେବ ସହାୟକ

By

Published : May 10, 2023, 5:35 PM IST

thumbnail

ନୂଆଦିଲ୍ଲୀ: ଚିକିତ୍ସା କ୍ଷେତ୍ରରେ ଆସିବ ଆଉ ଏକ ବୈପ୍ଲବିକ ପରିବର୍ତ୍ତନ । ଡ୍ରୋନ୍‌ ଯୋଗେ ରୋଗୀଙ୍କ ପାଇଁ ପରିବହନ ହେବ ରକ୍ତ ଓ ରକ୍ତ ସମ୍ବନ୍ଧୀୟ ଚିକିତ୍ସା ଉପକରଣ । ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ(ଆଇସିଏମଆର) ଏହି ବିକଶିତ ଡ୍ରୋନ୍‌ରେ ଆଜି ନୂଆଦିଲ୍ଲୀରେ ସଫଳତାର ସହ ରକ୍ତ ବ୍ୟାଗ ପରିବହନ କରିଛି । ଏନେଇ ଆଇସିଏମଆର ମହାନିର୍ଦ୍ଦେଶକ ଡାକ୍ତର ରାଜୀବ ବାହଲ  କହିଛନ୍ତି  "ଆଇ ଡ୍ରୋନ (i-DRONE)’ ପ୍ରଥମେ ଆଇସିଏମଆର ଦ୍ବାରା କୋଭିଡ ସମୟରେ ବ୍ୟବହାର କରାଯାଇଥିଲା । ନର୍ଥଇଷ୍ଟ ରାଜ୍ୟ ତଥା ଦେଶର ଦୁର୍ଗମ ଅଞ୍ଚଳକୁ କୋଭିଡ୍‌ ଟିକା ଏହି ଡ୍ରୋନ୍‌ ଦ୍ବାରା ପଠାଯାଇଥିଲା । ଯାହା ବେଶ ଉପଯୋଗୀ ହୋଇଥିଲା । ଏବେ ଏହି ଡ୍ରୋନ୍‌ ଦ୍ବାରା ଆମେ ରୋଗୀଙ୍କ ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଗ୍ରୁପର ରକ୍ତ ଓ ରକ୍ତ ପରୀକ୍ଷା ସମନ୍ଧୀୟ ବିଭିନ୍ନ ଚିକିତ୍ସା ଉପକରଣ ପରିବହନ କରିବୁ । ଡ୍ରୋନ୍‌ରେ ପଠାଯାଉଥିବା ରକ୍ତ କମ୍‌ ତାପାମାତ୍ରାରେ ମଧ୍ୟ ରହୁଛି । କୌଣସି କ୍ଷତି ହେଉନାହିଁ । ପରୀକ୍ଷଣ ପାଇଁ ଆମେ ଡ୍ରୋନ୍‌ରେ ଏକ ସାମ୍ପୁଲ ଓ ଆମ୍ବୁଲାନ୍ସ ଯୋଗେ ଗୋଟିଏ ସାମ୍ପୁଲ ପରିବହନ କରିଥିଲୁ । ବିଶେଷ କିଛି ପାର୍ଥକ୍ୟ ପାଇଲୁ ନାହିଁ । ଅର୍ଥାତ୍‌ ଡ୍ରୋନ୍‌ ପରିବହନ ଏକ ସଫଳ ପ୍ରୟୋଗ ହେବ ଚିକିତ୍ସା କ୍ଷେତ୍ରରେ । ଆଗାମୀ ଦିନରେ ସାରା ଦେଶରେ ଏହି ଡ୍ରୋନ୍‌ ବ୍ୟବହାର ହେବ ।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.