ଓଡିଶା

odisha

ଗୃହରକ୍ଷୀଙ୍କ ପାଇଁ ଖୁସି ଖବର, ଦୈନିକ ୫୩୩ ଟଙ୍କା ବେତନ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ

By

Published : Mar 17, 2023, 10:07 PM IST

Etv Bharat
Etv Bharat ()

ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାୟମ ରଖିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ଆସିବା ପରେ ଉପକୃତ ହେବେ ରାଜ୍ୟରେ କାର୍ଯ୍ୟରତ ୧୬ ହଜାର ହୋମଗାର୍ଡ। ପୂର୍ବରୁ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଖଣ୍ଡପୀଠ ଏନେଇ ଯେଉଁ ରାୟ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ ଏହି ରାୟକୁ ଆଜି କାୟମ ରଖିଛନ୍ତି। ରାଜ୍ୟରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ମାନଙ୍କୁ ଦୈନିକ ବେତନ ଭାବରେ ୫୩୩ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅଧିକ ପଢନ୍ତୁ

କଟକ: ରାଜ୍ୟରେ କାର୍ଯ୍ୟରତ ଗୃହରକ୍ଷୀଙ୍କ ପାଇଁ ଖୁସି ଖବର। ଓଡିଶାରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀଙ୍କ ଦୈନିକ ବେତନ ନେଇ ସୁପ୍ରିମ କୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଗୃହରକ୍ଷୀ ମାନଙ୍କୁ ଦୈନିକ ୫୩୩ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ୨୦୧୮ ଜୁନ ୧ ତାରିଖ ରୁ ଏହି ବେତନ ପିଛିଲା ଭାବେ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଠାରୁ ଆସନ୍ତା ୩ ମାସ ମଧ୍ୟରେ ଏହି ବକେୟା ବେତନ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଓଡ଼ିଶା ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ଚାଲେଞ୍ଚ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ରାଜ୍ୟ ସରକାର ।

ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାୟମ ରଖିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ଆସିବା ପରେ ଉପକୃତ ହେବେ ରାଜ୍ୟରେ କାର୍ଯ୍ୟରତ ୧୬ ହଜାର ହୋମଗାର୍ଡ। ପୂର୍ବରୁ ହାଇକୋର୍ଟ ମୁଖ୍ୟବିଚାରପତିଙ୍କ ଖଣ୍ଡପୀଠ ଏନେଇ ଯେଉଁ ରାୟ ପ୍ରଦାନ କରିଥିଲେ ସୁପ୍ରିମକୋର୍ଟ ଏହି ରାୟକୁ ଆଜି କାୟମ ରଖିଛନ୍ତି। ରାଜ୍ୟରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ମାନଙ୍କୁ ଦୈନିକ ବେତନ ଭାବରେ ୫୩୩ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର, କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ମାନଙ୍କୁ ଦୈନିକ ୫୩୩ ଟଙ୍କା ପ୍ରଦାନ କରିବା କଥା। ମାତ୍ର ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ କୁ ଚାଲେଞ୍ଜ କରି ରାଜ୍ୟ ସରକାର ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ।

ଏହାବି ପଢନ୍ତୁ- Odisha Assembly: ଛତିଶଗଡ ସରକାରଙ୍କ ଇଚ୍ଛାଶକ୍ତି ଆଗରେ ନବୀନଙ୍କ ଇଛାଶକ୍ତି ଦୁର୍ବଳ: ମୋହନ ମାଝୀ

ଏହି ମାମଲାର ଶୁଣାଣି କରିବା ବେଳେ ରାଜ୍ୟ ସରକାରଙ୍କୁ କଡା ଭାଷାରେ ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ। ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ଗୃହରକ୍ଷୀ ମାନେ ବହୁତ କମ ବେତନ ପାଉଥିବା ନେଇ ଆବେଦନକାରୀ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ବିଶେଷକରି କେଉଁ ରାଜ୍ୟର ଗୃହରକ୍ଷୀ ମାନେ ମାସିକ କେତେ ବେତନ ପାଉଛନ୍ତି ତାହା ମଧ୍ୟ ସୁପ୍ରିମକୋର୍ଟ ଙ୍କୁ ଅବଗତ କରାଇଥିଲେ ଆବେଦନକାରୀ । ରାଜ୍ୟରେ ୧୬ ହଜାର ଗୃହରକ୍ଷୀ କାର୍ଯ୍ୟରତ ଅଛନ୍ତି। ପୋଲିସ ଭଳି ଏମାନେ ସମାନ କାର୍ଯ୍ୟ କରୁଥିଲେ ବି ସେମାନଙ୍କ ବେତନ ବୃଦ୍ଧି କରୁ ନଥିକେ ରାଜ୍ୟ ସରକାର।

ଟ୍ରାଫିକ ଡ୍ୟୁଟି ହେଉ ଅବା ଆଇନ ଶୃଙ୍ଖଳା ହେଉ, ଅବା ରାତି ଡ୍ୟୁଟି ହେଉ ସମସ୍ତ ସ୍ଥାନରେ ଗୃହରକ୍ଷୀ ମାନେ ସଠିକ ଭାବରେ କାର୍ଯ୍ୟ କରୁଛନ୍ତି। ତେବେ ପୋଲିସ ଭଳି ଏମାନେ ସମାନ କାମ କରୁଥିଲେ ବି ଏମାନଙ୍କୁ ସଠିକ ବେତନ ମିଳୁ ନଥିଲା। ଯାହାକୁ ନେଇ ଆବେଦନକାରୀ ପ୍ରଥମେ ହାଇକୋର୍ଟର ଦ୍ୱାରସ୍ତ ହୋଇଥିଲେ। ସୁପ୍ରିମକୋର୍ଟ ଙ୍କ ଏପରି ନିର୍ଦ୍ଦେ ଆସିବା ପରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ଏବେ ଉପକୃତ ହେବେ।

ଇଟିଭି ଭାରତ, କଟକ

ABOUT THE AUTHOR

...view details