ଓଡିଶା

odisha

ଆସୁଛି ଦୁର୍ଗା ପୂଜା: ଅଧାପନ୍ତରା ପଡି ରହିଛି ନିର୍ମାଣ କାର୍ଯ୍ୟ, କ୍ଷୋଭ ଝାଡିଲେ କର୍ପୋରେଟର

By ETV Bharat Odisha Team

Published : Oct 6, 2023, 9:01 PM IST

ଶାରଦୀୟ ଦୁର୍ଗା ପୂଜା ପାଇଁ ସିଏମସିର କାଉନସିଲ ବୈଠକ । ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ନଥିବା ଅଭିଯୋଗ ଆଣି କାଉନସିଲର । ଅଧିକ ପଢନ୍ତୁ

Etv Bharat
Etv Bharat

ଶାରଦୀୟ ଦୁର୍ଗା ପୂଜା ପାଇଁ ସିଏମସିର କାଉନସିଲ ବୈଠକ

କଟକ:ଶାରଦୀୟ ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ କଟକ ସହର । ଏଥିପାଇଁ ସମସ୍ତ ପୂଜା ମଣ୍ଡପମାନଙ୍କରେ ପ୍ରସ୍ତୁତ ଜୋରସୋରରେ ଚାଲିଛି । କହିବାକୁ ଗଲେ ଆଉ ମାତ୍ର 15 ଦିନ ପରେ ଆରମ୍ଭ ହେବ ଶାରଦୀୟ ଦୁର୍ଗା ପୂଜା । ତେବେ କଟକରେ ଦଶହରା ପୂଜା ଦେଖିବାକୁ ସହରରେ ଲକ୍ଷାଧିକ ଲୋକ ସମାଗମ ହେବ । ଏହାକୁ ନେଇ ସିଏମସିରେ କାଉନସିଲ ବୈଠକ ବସିଥିଲା । ସମସ୍ତ ୱାର୍ଡର କର୍ପୋରେଟରମାନେ ବିଭିନ୍ନ ନିର୍ମାଣ କାର୍ଯ୍ୟକୁ ନେଇ କ୍ଷୋଭ ପ୍ରକଟ କରିଛନ୍ତି । ପୂଜା ପୂର୍ବରୁ କଟକ ପ୍ରସ୍ତୁତ କି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ କର୍ପୋରେଟର ।

ବିଜେପି କର୍ପୋରେଟର ଗଗନ ଓଝା କହିଛନ୍ତି, ‘‘ଶାରଦୀୟ ଦୁର୍ଗାପୂଜା ପାଇଁ କଟକରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥାଏ । ଏଥିପାଇଁ ଆଗୁଆ ଜିଲ୍ଲା ପ୍ରଶାସନ ଓ ସିଏମସି ବିଭିନ୍ନ ପ୍ରସ୍ତୁତି କରିଥାନ୍ତି । ମାତ୍ର ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତ ହୋଇ ନାହିଁ କଟକ ସହର । ରାସ୍ତା ଘାଟ, ବିଦ୍ୟୁତ, ପାନୀୟ ଜଳ, ଶୌଚାଳୟ ଆଦି ସର୍ବ ନିମ୍ନ ଭିତ୍ତିଭୂମିର ଅଵସ୍ଥା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ରହିଛି । କେଉଁଠି କେଉଁଠି ପୂଜା ମଣ୍ଡପ ଆଗରେ ଥିବା ରାସ୍ତାର ଅବସ୍ଥା ବି ନ କହିବା ଭଲ । ଅନେକ ସ୍ଥାନରେ ଥିବା ରାସ୍ତା ପୂରା ଶୋଚନୀୟ ଅବସ୍ଥାରେ ପ଼ଡିରହିଛି । ’’

କଂଗ୍ରେସ କର୍ପୋରେଟର ସନ୍ତୋଷ ଭୋଳ କହିଛନ୍ତି, ‘‘ ପୂଜା ପାଇଁ ହାତରେ ଆଉ କମ ସମୟ ରହିଥିବା ବେଳେ ଭିତ୍ତିଭୂମି ସଜାଡ଼ିବା କାମ ଏଯାବତ ଆରମ୍ଭ ହୋଇ ନାହିଁ । କେବଳ ଯେ ରାସ୍ତାଘାଟ ନୁହେଁ ବରଂ ପିଇବା ପାଣିର ବି ଗୁରୁତର ସମସ୍ୟା ରହିଛି । ଏନେଇ ଅଫିସରଙ୍କୁ ଅଭିଯୋଗ କଲେ ବି ଏଥିପ୍ରତି କେହି ଶୁଣୁ ନାହାଁନ୍ତି ।’’

ଏହାକୁ ମଧ୍ୟ ପଢନ୍ତୁ....ଆସୁଛନ୍ତି ମା’, ଚାମର ହଲାଇ ଖିଲିଖିଲି ହସି ସ୍ବାଗତ କରୁଛି କାଶତଣ୍ଡୀ

ଏହାକୁ ନେଇ ମେୟର ସୁବାଷ ସିଂ କହିଛନ୍ତି, ‘‘ଲଘୁଚାପ ବର୍ଷା କାରଣରୁ ସହରରେ ରାସ୍ତାଘାଟ କାମ ହୋଇପାରି ନଥିଲା । ଏବେ ବର୍ଷା ଛାଡିଛି ଏବଂ ଯଦିଓ ନିର୍ମାଣ କାର୍ଯ୍ୟ କରାଯିବ ନାହିଁ ତଥାପି ମରାମତି କାମ ଚାଲିଛି । ଆସନ୍ତା 10ରୁ 15 ଦିନ ଅର୍ଥାତ ପୂଜା ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ ହୋଇଯିବ ।’’

ଏହାକୁ ମଧ୍ୟ ପଢନ୍ତୁ...ଦୁର୍ଗାପୂଜା ଭସାଣି ଉପରେ ପ୍ରଶାସନର ରୋକ: ଅନୁମତି ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ପୂଜା କମିଟି

ଇଟିଭି ଭାରତ, କଟକ

ABOUT THE AUTHOR

...view details