ଓଡିଶା

odisha

ମହାନଦୀରେ ବସ ଝୁଲିବା ଘଟଣା: ଦୋଷ ମାନୁନାହାନ୍ତି ଚାଳକ, RTOର ତଦନ୍ତ ଆରମ୍ଭ

By ETV Bharat Odisha Team

Published : Oct 3, 2023, 10:06 PM IST

ବାଙ୍କୀର ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ବସ୍ ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ବସର ଡ୍ରାଇଭରଙ୍କ ତ୍ରୁଟି ଜଣା ପଡ଼ୁଥିବା କହିଛନ୍ତି ବିଭାଗୀୟ ଅଧିକାରୀ । ସେପଟେ କିଛି ଭୁଲ ନଥିବା କହିଲେ ଡ୍ରାଇଭର । ଅଧିକ ପଢନ୍ତୁ

ବାଙ୍କୀର ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ବସ୍ ଦୁର୍ଘଟଣା ଘଟଣା
ବାଙ୍କୀର ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ବସ୍ ଦୁର୍ଘଟଣା ଘଟଣା

ବାଙ୍କୀର ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ବସ୍ ଦୁର୍ଘଟଣା ଘଟଣା

କଟକ: ବାଙ୍କୀର ଜାତମୁଣ୍ଡିଆ ଠାରେ ଯାତ୍ରୀବାହୀ ବସ୍‌ ଦୁର୍ଘଟଣା ନେଇ ଆରମ୍ଭ ହୋଇଛି ତଦନ୍ତ । ପରିବହନ ବିଭାଗର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ବସର ଡ୍ରାଇଭରର ତ୍ରୁଟି ଜଣା ପଡ଼ୁଥିବା କଥା କହିଛନ୍ତି ବିଭାଗୀୟ ଅଧିକାରୀ । ତେବେ ଡ୍ରାଇଭରଙ୍କ ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଛି ବୋଲି ବିଭାଗ କହିଛି । ଡ୍ରାଇଭର ଜଣକ ଗାଡ଼ି ଚଳାଉ ଥିବା ବେଳେ ମୋବାଇଲ ବ୍ୟବହାର କରି ଥିଲେ ବା ଅନ୍ୟ କେଉଁ କାରଣ ପାଇଁ ସେ ଅନ୍ୟମନସ୍କ ହୋଇଥିଲେ ତାହା ତଦନ୍ତ ପରେ ଜଣା ପଡ଼ିବ ବୋଲି କହିଛନ୍ତି ଆଞ୍ଚଳିକ ପରିବହନ ଅଧିକାରୀ । ସେପଟେ ଦୁର୍ଘଟଣା ଘଟାଇଥିବା ଥିବା ବସର ଡ୍ରାଇଭର କିନ୍ତୁ ନିଜ ଦୋଷ ମାନିବାକୁ ନାରାଜ । ଏହି ଦୁର୍ଘଟଣାରେ ତାଙ୍କ କିଛି ଦୋଷ ନଥିବା ସେ କହିଛନ୍ତି ।

ବସ ଡ୍ରାଇଭର ଶ୍ରୀକାନ୍ତ ବେହେରା କହିଛନ୍ତି,"ଏହି ଦୁର୍ଘଟଣାରେ ମୋର କିଛି ଦୋଷ ନାହିଁ । ବ୍ରିଜ୍‌ ପାର ହେଉ ଥିବା ସମୟରେ ବସର ଗତି ଘଣ୍ଟା ପ୍ରତି 40ରୁ 45 କିଲୋମିଟର ଥିଲା । ଏହି ସମୟରେ ବସ୍‌ର ଷ୍ଟିୟରିଂରେ ସଠିକ ଢଙ୍ଗରେ କାମ ନକରିବାରୁ ବସ୍‌ଟି ବ୍ରିଜର ବାଡକୁ ଭାଙ୍ଗି ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଥିଲା । ଏହି ସମୟରେ ସେ ବ୍ରେକ୍‌ ଲଗାଇବାରୁ ବସଟି ନଦୀ ଭିତରକୁ ଖସିବାରୁ ରକ୍ଷା ପାଇଗଲା ।"

ଏହା ମଧ୍ୟ ପଢନ୍ତୁ..ମହାନଦୀ ବ୍ରିଜରେ ଝୁଲୁଛି ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଆଜି ସକାଳ ପ୍ରାୟ ସାଢ଼େ 10 ଟା ବେଳେ ପ୍ରାୟ 40 ଜଣ ଯାତ୍ରୀଙ୍କୁ ନେଇ ଅନୁଗୁଳରୁ ଭୁବନେଶ୍ବର ଯାଉଥିବା ଏକ ଯାତ୍ରୀବାହୀ ବସ୍‌ଟି ମହାନଦୀର ସୁବର୍ଣ୍ଣପୁର୍‌ ବ୍ରିଜ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ନଦୀ ପାର ହେଉଥିବା ସମୟରେ ବସଟିର ଷ୍ଟିୟରିଂ କାମ ନକରିବାରୁ ଚଳନ୍ତାବସଟି ବ୍ରିଜର ବାଡାକୁ ଭାଙ୍ଗି ଦେଇଥିଲା । ଫଳସ୍ବରୂପ ବସର ପ୍ରାୟ 25 ପ୍ରତିଶତ ଭାଗ ବ୍ରିଜ ତଳକୁ ବିପଦଜନକ ଭାବେ ଝୁଲିକରି ରହିଥିଲା । ଏହା ଦେଖି ସ୍ଥାନୀୟ ଲୋକେ ବସ୍‌ର ଇମରଜେନ୍ସି ଦ୍ବାର ଦେଇ ଯାତ୍ରୀମାନଙ୍କୁ ବାହାରକୁ ବାହାର କରିଥିଲେ । ଖବରପାଇ ଅଗ୍ନିଶମ ବିଭାଗ ଓ ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଝୁଲି ରହିଥିବା ବସ୍‌ଟିକୁ ବ୍ରିଜ ଉପରକୁ ଆଣିଥିଲେ । ତେବେ ଏହି ଦୁର୍ଘଟଣା ଯୋଗୁଁ କୌଣସି ଯାତ୍ରୀ ମୃତାହାତ ହୋଇନଥିବା ବେଳେ ବସର ପରମିଟ୍, ବିମା ଓ ଫିଟନେସ ଇତ୍ୟାଦି ଠିକ ଥିବା କହିଛି ଏସଟିଏ ।

ଇଟିଭି ଭାରତ , କଟକ

ABOUT THE AUTHOR

...view details