ETV Bharat / state

ମହାନଦୀ ବ୍ରିଜରେ ଝୁଲୁଛି ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

author img

By ETV Bharat Odisha Team

Published : Oct 3, 2023, 2:33 PM IST

କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ ମହାନଦୀ ବ୍ରିଜ ଉପରେ ବସ୍ ଦୁର୍ଘଟଣା । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ମହାନଦୀ ବ୍ରିଜରେ ଝୁଲୁଛି ଯାତ୍ରୀବାହୀ ବସ
ମହାନଦୀ ବ୍ରିଜରେ ଝୁଲୁଛି ଯାତ୍ରୀବାହୀ ବସ

ମହାନଦୀ ବ୍ରିଜରେ ଝୁଲୁଛି ଯାତ୍ରୀବାହୀ ବସ

କଟକ: କଟକ ଜିଲ୍ଲା ବାଙ୍କୀର ଜାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ବ୍ରିଜ ଉପରେ ଦୁର୍ଘଟଣା । ବ୍ୟାରିକେଡକୁ ଧକ୍କା ଦେଇ ପୋଲ ଉପରେ ଝୁଲିଲା ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ବାଙ୍କି ପୋଲିସ ପହଞ୍ଚି ଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡିଛି । ତେବେ ଏହି ଦୁର୍ଘଟଣାରେ ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଅନୁଗୋଳରୁ ଭୁବନେଶ୍ୱର ଆସୁଥିବା ନିଗମ ନାମକ ଯାତ୍ରୀବାହୀ ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେଇଥିଲା । ଫଳରେ ବସଟି ପୋଲ ତଳକୁ ଖସି ଅଧାରେ ଓହଳି ରହିଥିଲା । ଗାଡିଟି ବ୍ରିଜର ବ୍ୟାରିକେଡକୁ ବାଡେଇବା ପରେ ଅଧା ଓହଳିବା ଅବସ୍ଥାରେ ଝୁଲି ରହିଥିଲା । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି । ଯାହାଫଳରେ ଏକ ବଡ଼ ବିପଦ ଟଳି ଯାଇଛି । ସେପଟେ ଘଟଣା ପରେ ଡ୍ରାଇଭର ଫେରାର୍ ହୋଇଯାଇଥିବା ବେଳେ ବସ ଷ୍ଟେରିଂ ଲକ ହେବାରୁ ଏଭଳି ଅଘଟଣ ଘଟିଥିବା ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ଏହି ଦିଗରେ ଅଧିକ ତଦନ୍ତ ବାକି ରହିଥିବା ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ- ଦୁର୍ଘଟଣାରେ କ୍ରୀଡ଼ା ଶିକ୍ଷକଙ୍କ ବିୟୋଗ, ସାର୍‌ଙ୍କ ପୁରୁଣା ଭିଡିଓ ଦେଖି ପିଲାଙ୍କ ଆଖି ଛଳଛଳ

ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ଚନ୍ଦାହାଣ୍ଡି ଘାଟିରେ ଓଲଟି ପଡ଼ିଥିଲା ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଘରୋଇ ବସ୍ । ବସଟି ଉମରକୋଟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚନ୍ଦାହାଣ୍ଡିରେ ଚାଲିଥିବା ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଯୋଗ ଦେବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡିଥିଲା । ଫଳରେ 40ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇ ଥିବାବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା ।

ଏହି ବସ୍‌ରେ ଉମରକୋଟ ବ୍ଲକର ବଡ଼ଭରଣ୍ଡି, ଭାମିନି ଓ ନୟକଗୁଡ଼ା ବିଦ୍ୟାଳୟର ଛାତ୍ରଛାତ୍ରୀ ଥିଲେ । ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ରହିଥିଲେ । 35 ଜଣ ବସି ପାରୁଥିବା ବସ୍‌ରେ 58 ଜଣ ଛାତ୍ରଛାତ୍ରୀଙ୍କ ସହ 5 ଜଣ କ୍ରୀଡ଼ା ଶିକ୍ଷକ ରହିଥିଲେ । ତା' ସହିତ ଘାଟି ରାସ୍ତାରେ ବସ୍‌ଟିର ବେଗ ଅଧିକ ରହିଥିଲା । ବ୍ରେକ୍‌ ଫେଲ୍‌ ହେବାପରେ ଭାରସାମ୍ୟ ହରାଇ ବସଟି ଓଲଟି ପଡ଼ିଥିଲା । ଫଳରେ 40 ଜଣ ଆହତ ହୋଇଥିବା ବେଳେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିଲା । 5 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.