ଓଡିଶା

odisha

HSRP Registration: ବଦଳିଲା ନିୟମ, ବୁକିଂ କରିଥିଲେ ଫାଇନ୍ ଦେବାରୁ ବର୍ତ୍ତିବେ

By

Published : Sep 27, 2022, 9:31 AM IST

ହାଇ ସେକ୍ୟୁରିଟ ନମ୍ବର ପ୍ରସଙ୍ଗ, ସାମନ୍ୟ କୋହଳ

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ପାଇଁ ଜାରି ହୋଇଯାଇଛି ନୂଆ ନିୟମ । ୧ ଏପ୍ରିଲ ୨୦୧୯ ପୂର୍ବରୁ ଯାନବାହାନ ଥିବା ବ୍ୟକ୍ତି ଯଦି HSRP ପାଇଁ ବୁକିଂ କରିଥିବେ ସେମାନଙ୍କ ପାଇଁ କୋହଳ । ଅଧିକ ପଢନ୍ତୁ

କଟକ:ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବର ପ୍ଲେଟ ପାଇଁ ଜାରି ହେଲା ନୂଆ ନିୟମ । ୧ ଏପ୍ରିଲ ୨୦୧୯ ପୂର୍ବରୁ ଯାନବାହାନ ଥିବା ବ୍ୟକ୍ତି ଯଦି HSRP ପାଇଁ ବୁକିଂ କରିଥିବେ ତା ହେଲେ ଚେକିଂ ସମୟରେ ସେମାନଙ୍କ ଠାରୁ ଜରିମାନା ଆଦାୟ କିମ୍ବା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ତେବେ ଚେକିଂ ସମୟରେ ସେମାନେ ବୁକିଂ କରିଥିବା ସ୍ଲିପ ଦେଖାଇ ଯାଇପାରିବେ । ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ହାଇ ସେକ୍ୟୁରିଟ ନମ୍ବର ପ୍ରସଙ୍ଗ, ସାମନ୍ୟ କୋହଳ

ତେବେ HSRP କରିବାର ଡେଡଲାଇନ ଥିଲା ୩୦ ସେପ୍ଟେମ୍ବର ୨୦୨୨ । ଫଳରେ ଅକ୍ଟୋବର ୧ରୁ କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛ । HSRP କରି ନଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ୫ ରୁ ୧୦ ହଜାର ଟଙ୍କାର ଜୋରିମାନା ଆଦାୟ ପାଇଁ ନିର୍ଦ୍ଦେଶ ରହିଛି ।

ଏନେଇ ଅତିରିକ୍ତ କମିଶନର ଦୀପ୍ତି ରଞ୍ଜନ ପାତ୍ର କହିଛନ୍ତି, "8ଲକ୍ଷ ପାଖାପାଖି ଲୋକ ନମ୍ବର ପ୍ଲେଟ ଲଗେଇ ସାରିଲେଣି । ବର୍ତ୍ତମାନ ଯାଏଁ କେତେ ଲୋକ ନମ୍ବର ପ୍ଲେଟ କରି ନାହାନ୍ତି । ଏନେଇ ଦିନକୁ 90 ହଜାର ପାଖାପାଖି ଦିନକୁ ବୁକ କରୁଛନ୍ତି । ତେବେ ଯେଉଁମାନେ ୨୦୧୯ ପୂର୍ବରୁ ଯାନବାହାନ ଥିବା ବ୍ୟକ୍ତି ଯଦି HSRP ପାଇଁ ବୁକିଂ କରିଥିବେ ତା ହେଲେ ଚେକିଂ ସମୟରେ ସେମାନେ ବୁକିଂ କରିଥିବା ସ୍ଲିପ ଦେଖେଇ ଯାଇ ପାରିବେ ।"

ଇଟିଭି ଭାରତ, କଟକ

ABOUT THE AUTHOR

...view details