ଓଡିଶା

odisha

ଆଜିଠୁ RTI ସଚେତନତା ସପ୍ତାହ ପାଳିବ କଂଗ୍ରସ

By

Published : Sep 24, 2021, 10:02 AM IST

ଆଜିଠାରୁ ଆରଟିଆଇ ସଚେତନତା ସପ୍ତାହ ପାଳନ କରିବ କଂଗ୍ରସ

ଦୁର୍ନୀତିରେ ହେବ ପର୍ଦ୍ଦାଫାସ । ଆଜି ଠାରୁ ଆରଟିଆଇ ସଚେତନତା ସପ୍ତାହ ପାଳନ । ଅଧିକ ପଢନ୍ତୁ...

ବୌଦ୍ଧ:ଜିଲ୍ଲା କଂଗ୍ରେସ ଆରଟିଆଇର ଉପଯୋଗ କରିବ । ଗତ 2005 ମସିହାରେ ଉପା ସରକାର ସୂଚନା ଅଧିକାର ଆଇନର ଶୁଭାରମ୍ଭ କରିଥିଲେ । କିନ୍ତୁ ପରିବର୍ତ୍ତିତ ସମୟରେ କେତେକ କ୍ଷେତ୍ରରେ ଏହାର ଦୁରୁପଯୋଗ ସହିତ ଅଧିକାଂଶ ସ୍ଥାନରେ ଏହି ଆଇନର ଉପଯୋଗୀତା ସାଧାରଣ ଲୋକେ ପାଉନାହାନ୍ତି । ଫଳରେ ଏହାକୁ ନେଇ ବୌଦ୍ଧ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଠାରୁ ସପ୍ତାହେ ଆରଟିଆଇ ସଚେତନତା ସପ୍ତାହ ପାଳନ କରିବ ।

ଆଜିଠାରୁ ଆରଟିଆଇ ସଚେତନତା ସପ୍ତାହ ପାଳନ କରିବ କଂଗ୍ରସ

ଯାହାକୁ ନେଇ ଜିଲ୍ଲା କଂଗ୍ରେସ ଏକ ବୁକଲେଟ ମାଧ୍ୟମରେ ଆସନ୍ତା ନଭେମ୍ବର ମାସରେ ହେବାକୁ ଥିବା ଜନ ସମ୍ପର୍କ ପଦଯାତ୍ରାରେ ଏହି ତଥ୍ୟ ସାଧାରଣ ଲୋକଙ୍କ ଆଗରେ ରଖାଯିବ ବୋଲି କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ କଂଗ୍ରେସର ଏଭଳି ନିଷ୍ପତ୍ତି ଦ୍ବାରା ଅନେକ ଦୁର୍ନୀତି ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଥିବା ବେଳେ କେତେକ ବିଭାଗରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details