ଓଡିଶା

odisha

CHC ପାଇଁ ୪ ବର୍ଷ ହେଲା ମିଳିଛି ମଞ୍ଜୁରୀ, ଆଗେଇ ପାରୁନି କାର୍ଯ୍ୟ

By

Published : Sep 15, 2021, 12:56 PM IST

ସିଏଚସି ପାଇଁ ମଞ୍ଜୁରୀର ଚାରି ବର୍ଷ ପରେ ମଧ୍ୟ ଆଗେଇ ପାରୁନି କାର୍ଯ୍ୟ
ସିଏଚସି ପାଇଁ ମଞ୍ଜୁରୀର ଚାରି ବର୍ଷ ପରେ ମଧ୍ୟ ଆଗେଇ ପାରୁନି କାର୍ଯ୍ୟ ()

ବୌଦ୍ଧ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ସରକାର ଦେଲେ ମଞ୍ଜୁରୀ । ଚାରି ବର୍ଷ ପରେ ବି ଆଗେଇ ପାରୁନି କାର୍ଯ୍ୟ । ଅଧିକ ପଢନ୍ତ...

ବୌଦ୍ଧ:ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ବାସ୍ଥ୍ୟସେବା। ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ସରକାର ମଞ୍ଜୁରୀ ଦେଲେ । ହେଲେ ମଞ୍ଜୁରୀକୁ ଚାରି ବର୍ଷ ପରେ ମଧ୍ୟ ହରଭଙ୍ଗା ଠାରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରଟି କେବଳ ଏକ ପିଏଚସିରେ ସୀମିତ ରହିଛି । ତେବେ ରାଜତନ୍ତ୍ର ଶାସନ କାଳରେ ଏଠାରେ ପ୍ରତିଷ୍ଠା କରାଯାଇଥିବା ସୌଦାମିନୀ ଦାତବ୍ୟ ଚିକିତ୍ସାଳୟ ଦେଶ ସ୍ବାଧୀନତା ପରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ହୋଇଥିଲା ।

ସିଏଚସି ପାଇଁ ମଞ୍ଜୁରୀର ଚାରି ବର୍ଷ ପରେ ମଧ୍ୟ ଆଗେଇ ପାରୁନି କାର୍ଯ୍ୟ

ତେବେ ଏହି ଡାକ୍ତରଖାନା ଉପରେ ଅଞ୍ଚଳର ପ୍ରାୟ ସାତ ଖଣ୍ଡ ପଞ୍ଚାୟତବାସୀ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭରଶୀଳ । ଏହାଛଡା ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି ପରେ 2017 ମସିହାରେ ସରକାର ଏହି ପିଏଚସିକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ମଞ୍ଜୁରୀ ଦେଇଥିଲେ । ହେଲେ ଇତି ମଧ୍ୟରେ ମଞ୍ଜୁରୀକୁ ଚାରି ବର୍ଷ ବିତିଯାଇଛି ।

ହେଲେ କେବଳ କାଗଜପତ୍ରରେ ଏହି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ ସୀମିତ ରହିଛି । ହରଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ଏହି ଆଦିବାସୀ ଅଞ୍ଚଳର ପ୍ରାୟ ତିରିଶ ହଜାରରୁ ଉର୍ଦ୍ଧ୍ବ ଅଧିବାସୀ ନିର୍ଭର କରୁଥିଲେ ମଧ୍ୟ ଏଯାଏଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details