ଓଡିଶା

odisha

ଲଘୁଚାପ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା, ସହରର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା

By

Published : Sep 13, 2021, 3:54 PM IST

ଲଘୁଚାପ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା, ସହରର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା

ଜିଲ୍ଲାରେ ହୋଇଛି ରେକର୍ଡ ସଂଖ୍ୟକ ବର୍ଷା । ଆଉ ବର୍ଷା ପାଣି ନିଷ୍କାସନ ହୋଇନ ପାରିବାରୁ କୃତ୍ରିମ ବନ୍ୟାର ଭ୍ରମ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ସହରର ତଳିଆ ଅଞ୍ଚଳ ଗୁଡିକରେ । ଅଧିକ ପଢନ୍ତୁ...

ବୌଦ୍ଧ:ଜିଲ୍ଲାରେ ଲଘୁଚାପଜନିତ ବର୍ଷା ଯୋଗୁଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଲାର ଏକମାତ୍ର ପୌରାଞ୍ଚଳରେ ଓ୍ବାଟର ଲଗିଂ ହୋଇ ବିଭିନ୍ନ ବସ୍ତିରେ ନର୍ଦ୍ଦମା ପାଣି ପଶି ଯାଇଥିବାବେଳେ ପ୍ରସିଦ୍ଧ ଶ୍ରୀରାମ ମନ୍ଦିର ଓ ଖୋଦ ପୌର ଅଧିକାରୀଙ୍କ ବାସଭବନରେ ବର୍ଷା ପାଣି ପଶିଯାଇଛି ।

ଲଘୁଚାପ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା, ସହରର ତଳିଆ ଅଞ୍ଚଳରେ ସୃଷ୍ଟି ହୋଇଛି କୃତ୍ରିମ ବନ୍ୟା
ତେବେ ରବିବାର ଠାରୁ ଜିଲ୍ଲାରେ ଆରମ୍ଭ ହୋଇଥିବା ଲଘୁଚାପ ଜନିତ ବର୍ଷା ଅବପାତର ଭୟଙ୍କର ରୂପନେଇ ପ୍ରବଳ ବର୍ଷା ଲାଗିରହିବା ଯୋଗୁଁ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି ଅନେକ ପରିବାର । ସେପଟେ ପାଣିପାଗ ବିଭାଗର ସୂଚନାନୁଯାୟୀ ଅରେଞ୍ଜ ଜୋନରେ ଥିବା ଜିଲ୍ଲାର ବୌଦ୍ଧ ବ୍ଲକରେ ସର୍ବାଧିକ 182 ମିଲିଲିଟର, ହରଭଙ୍ଗା ବ୍ଲକରେ 152 ମିଲିଲିଟର ଓ କଣ୍ଟାମାଳ ବ୍ଲକରେ 60 ମିଲିଲିଟର ବର୍ଷା ରେକର୍ଡ ହୋଇଛି ।

ତେବେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳ ବୌଦ୍ଧରେ କିନ୍ତୁ ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥା ଯୋଗୁଁ ବିଭିନ୍ନ ବସ୍ତିରେ ନର୍ଦ୍ଦମା ପାଣି ବାସଗୃହ ଗୁଡିକରେ ପଶିଯାଇଛି । ବୌଦ୍ଧ ପୌରାଞ୍ଚଳର ଖଲିଆବଗିଚା, ବାବୁସାହି, ଖଦାଳସାହି, ମୁସଲିମ ପଡା ଭଳି ଅନେକ ବସ୍ତିର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘର ଭିତରେ ନର୍ଦ୍ଦମା ପାଣି ପଶିଯାଇଛି । ଏପରିକି ଖୋଦ ପୌର ଅଧିକାରୀଙ୍କ ବାସଭବନରେ ଓ ଜିଲ୍ଲାର ପ୍ରସିଦ୍ଧ ଶ୍ରୀରାମ ମନ୍ଦିର ପରିସରରୁ ବର୍ଷା ପାଣି ନିଷ୍କାସନ ହୋଇନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ବୌଦ୍ଧ ସହରର ଡ୍ରେନେଜ ବ୍ୟବସ୍ଥାକୁ ନେଇ ବୁଦ୍ଧିଜୀବୀ ମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।


ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details