ଓଡିଶା

odisha

ତେଲନଦୀରେ ଡଙ୍ଗା ବୁଡି ଘଟଣା, ନିଖୋଜ ଶିଶୁର ମିଳୁନି ପତ୍ତା

By

Published : Sep 12, 2021, 2:05 PM IST

ତେଲନଦୀରେ ଡଙ୍ଗା ବୁଡି ଘଟଣା, ନିଖୋଜ ଶିଶୁର ପତ୍ତା ମିଳୁନି
ତେଲନଦୀରେ ଡଙ୍ଗା ବୁଡି ଘଟଣା, ନିଖୋଜ ଶିଶୁର ପତ୍ତା ମିଳୁନି ()

ବୌଦ୍ଧ ତେଲନଦୀରେ ଡଙ୍ଗା ବୁଡି ଘଟଣାର ତୃତୀୟ ଦିନ ପରେ ମଧ୍ୟ ନିଖୋଜ ଶିଶୁର କୌଣସି ପତ୍ତା ମିଳୁନାହିଁ । ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍ । ଅଧିକ ପଢନ୍ତୁ...

ବୌଦ୍ଧ: ଡଙ୍ଗା ବୁଡି ଘଟଣାର ତୃତୀୟ ଦିନ ପରେ ମଧ୍ୟ ନିଖୋଜ ଶିଶୁର କୌଣସି ପତ୍ତା ମିଳୁନାହିଁ । ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ସର୍ଚ୍ଚ ଅପରେସନ ଜାରି ରଖି ଥିବାବେଳେ ବର୍ତ୍ତମାନ ମଧ୍ୟ ଜିଲ୍ଲାର ବିଭିନ୍ନ ନଦୀଘାଟରେ ଲୋକେ ବିପଦ ଶଙ୍କୁଳ ଭାବରେ ନୌକା ଯାତ୍ରା କରୁଛନ୍ତି ।

ତେଲନଦୀରେ ଡଙ୍ଗା ବୁଡି ଘଟଣା, ନିଖୋଜ ଶିଶୁର ପତ୍ତା ମିଳୁନି
ତେଲନଦୀର ଫାସେଡ ଘାଟ ନିକଟରେ ଡଙ୍ଗା ବୁଡି ଘଟଣାର ତୃତୀୟ ଦିନରେ ମଧ୍ୟ ଦୁର୍ଘଟଣାରେ ନିଖୋଜ ଶିଶୁର କୌଣସି ପତ୍ତା ମିଳୁନଥିବା ସୂଚନା ମିଳିଛି ।ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ କୁଲୁତାଯୋର ପଞ୍ଚାୟତ ଫାସେଡ ଘାଟ ନିକଟରେ ବଲାଙ୍ଗୀର ଜିଲ୍ଲାକୁ ସଂଯୋଗ ପାଇଁ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି । ଗତ ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗୀର ପଟରୁ ଡଙ୍ଗା ଯୋଗେ ଫେରୁଥିବା ଫାସେଡ ଗ୍ରାମର 13 ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଡଙ୍ଗା ଉକ୍ତ ନିର୍ମାଣଧିନ ସେତୁର ଏକ ପିଲରରେ ଧକ୍କା ହେବାରୁ ଡଙ୍ଗାଟି ବୁଡିଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଜଣେ 4 ବର୍ଷର ଶିଶୁ ତେଲନଦୀରେ ନିଖୋଜ ହୋଇଯାଇଥିଲା ।

ଘଟଣାର ପ୍ରାୟ ତିନି ଘଣ୍ଟା ପରେ ଘଣ୍ଟାପଡା ପୋଲିସ, ଅଗ୍ନିଶମ ଏବଂ ଓଡ୍ରାଫ ଟିମ୍ ପହଞ୍ଚି ଥିଲେ । 3 ଦିନ ଧରି ସର୍ଚ୍ଚ ଅପରେସନ ଜାରି ରହିଥିଲେ ମଧ୍ୟ ସମ୍ପୃକ୍ତ ଶିଶୁର କୌଣସି ପତ୍ତା ମିଳିନାହିଁ । ସେପଟେ ବର୍ତ୍ତମାନ ମଧ୍ୟ ବୌଦ୍ଧ ଜିଲ୍ଲାର ତେଲନଦୀ ଓ ମହାନଦୀର ବିଭିନ୍ନ ନଦୀଘାଟରେ ଲୋକେ ବିପଦ ଶଙ୍କୁଳ ଅବସ୍ଥାରେ ନୌକା ଯାତ୍ରା କରୁଛନ୍ତି । ବିଶେଷ ଭାବରେ ଜିଲ୍ଲାର ବାଉଁଶୁଣୀ, କରଡି, ମର୍ଜାକୁଦ, ଧଳପୁର, ଡିଆଁଘାଟ ଭଳି ଅଞ୍ଚଳର ଅଧିବାସୀ ଡଙ୍ଗା ଉପରେ ନିର୍ଭର କରି ଚଳୁଛନ୍ତି । ଏନେଇ ପ୍ରଶାସନ ପକ୍ଷରୁ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।



ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details