ଓଡିଶା

odisha

ମନମୁଖୀ କାର୍ଯ୍ୟକୁ ବିରୋଧ କରି ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା

By ETV Bharat Odisha Team

Published : Oct 19, 2023, 2:07 PM IST

ମିଶନ ଶକ୍ତି କାର୍ଯ୍ୟକ୍ରମ ଠିକ ଭାବରେ କାର୍ଯ୍ୟକାରୀ ହେଉନଥିବା ବେଳେ ପିସି ଅଭିଯୋଗକୁ କେନ୍ଦ୍ର କରି ମିଶନ ଶକ୍ତି ଗୃହରେ ଚାବି ପକାଇଲେ ମହିଳା । ଅଧଇକ ପଢନ୍ତୁ

ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା
ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା

ମିଶନ ଶକ୍ତି ଗୃହରେ ତାଲା ପକାଇଲେ ମହିଳା

ଭଦ୍ରକ:ବ୍ଲକ ପ୍ରୋଜେକ୍ଟ ମ୍ୟାନେଜରଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ । ମିଶନ ଶକ୍ତି କାର୍ଯ୍ୟକ୍ରମ ଠିକ ଭାବରେ ହେଉ ନଥିବା ଏବଂ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ମହିଳାମାନେ ଆର୍ଥିକ ସହାୟତାରୁ ବଞ୍ଚିତ ହେଉଛନ୍ତି । ଏଭଳି ଅଭିଯୋଗ ଆସିଛି ଭଦ୍ରକ ବ୍ଲକ ଅଧିନସ୍ଥ ଅଣ୍ଡେଇପଲ୍ଲୀ ପଞ୍ଚାୟତରୁ । ତେବେ ଏହାର ପ୍ରତିବାଦ କରି ସରପଞ୍ଚ, ସମିତି ସଭ୍ୟା ଏବଂ ମହିଳାମାନେ ମିଶି ମିଶନ ଶକ୍ତି ଗୃହରେ ତାଲା ପକାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ-ରାସ୍ତା ସମସ୍ୟାର ହେଲାନି ସମାଧାନ, ସରପଞ୍ଚଙ୍କୁ ୫ ଘଣ୍ଟା ତାଲା ପକାଇଲେ ଗ୍ରାମବାସୀ

ସୂଚନା ମୁତାବକ, ଏହି ପଞ୍ଚାୟତର ମିଶନ ଶକ୍ତି ମହିଳାମାନଙ୍କୁ ଓଡ଼ିଶା ଜୀବିକା ମିଶନ ସହାୟତାରେ ଯେଉଁ ଆର୍ଥିକ ସହାୟତା ଜୀବନ ଜୀବିକା ପାଇଁ ଦିଆଯାଉଛି । ତାହା ସମସ୍ତଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଜଣାପଡିଛି । ତେବେ ନିର୍ଦ୍ଦିଷ୍ଟ କେତେକ ମହିଳାଙ୍କୁ ଧରି BPM(Block Project Manager) ମନମୁଖୀ ଭାବେ ସମସ୍ତ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଫଳରେ ଏହି ପଞ୍ଚାୟତର ଗରିବ ମହିଳାମାନେ ଜୀବିକା ନପାଇ ହଇରାଣ ହରକତ ହେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ - ଚାରି ଦିନିଆ ବରଗଡ଼ ଗସ୍ତରେ ମିଶନ ଶକ୍ତି ଉପଦେଷ୍ଟା, କାଫେ ବୁଲିବା ସହ ମହିଳାଙ୍କ ସହ କଲେ ଆଲୋଚନା

ଏହା ମଧ୍ୟ ପଢନ୍ତୁ - ମିଶନ ଶକ୍ତି ସ୍କୁଟି ଯୋଜନାରେ ଚାନ୍ଦା ଆଦାୟ କରି ବିବାଦରେ ମହାସଂଘ, ଭିଡିଓ ଭାଇରାଲ

ତେବେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଜାଣିବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଏବଂ ଜୀବିକା ମିଶନର ଜିଲ୍ଲା ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ଫଳରେ ଏହି ପଞ୍ଚାୟତର ମିଶନ ଶକ୍ତିର ମହିଳାମାନେ ଏକତ୍ରିତ ହୋଇ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ନେତୃତ୍ୱରେ ମିଶନ ଶକ୍ତି ଗୃହରେ ଚାବି ପକାଇ ଦେଇଛନ୍ତି । ଏପରିକି ଗରିବ ମହିଳାମାନଙ୍କୁ ଓଡ଼ିଶା ଜୀବିକା ମିଶନଙ୍କ ପାଖରୁ ଯେ ପର୍ଯ୍ୟନ୍ତ ସହାୟତା ନମିଳିଛି ସେପର୍ଯ୍ୟନ୍ତ ଏହି ମିଶନ ଶକ୍ତି ଗୃହରେ ତାଲା ଝୁଲିବ ବୋଲି ରୋକଠୋକ ଭାବେ ସରପଞ୍ଚ ଏବଂ ସମିତି ସଭ୍ୟ କହିଛନ୍ତି । ଯାହାକୁ ନେଇ ଏବେ ବିବାଦ ଭିତରେ ପଞ୍ଚାୟତର ମିଶନ ଶକ୍ତି କାର୍ଯ୍ୟକ୍ରମ । ଏନେଇ ସରପଞ୍ଚ ଗୌରୀ ମଲ୍ଲିକ କହିଛନ୍ତି ଯେ, "ମିଶନ ଶକ୍ତି କାମ ଠିକ ସେ ହେଉନି । ସେଥିରେ ଅଭିଯୋଗ କରୁଛନ୍ତି ଆମେ ପିସି ମାଗୁଛୁ । ତେଣୁ ତାହା ପ୍ରମାଣ ନହେବା ଯାଏଁ ମୁଁ ତାଲା ଖୋଲିବି ନାହିଁ ।"

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details