ଓଡିଶା

odisha

ମଧ୍ୟରାତ୍ରିରେ ଉଭାନ ଦୁଇ ଭଉଣୀ, ଅପହରଣ ଅଭିଯୋଗ କଲେ ପରିବାର

By

Published : Jan 15, 2022, 7:35 PM IST

ଦୁଇ ନାବାଳିକା ନିଖୋଜ, ଅପହରଣ ଅଭିଯୋଗ କଲେ ପରିବାର

ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଞ୍ଚଳରେ ଦୁଇ ନାବାଳିକାକୁ ଅପରହରଣ ଅଭିଯୋଗ । ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ

ଭଦ୍ରକ:ଦୁଇ ନାବାଳିକା ଭଉଣୀ ନିଖୋଜ, ଅପହରଣ ଅଭିଯୋଗ କଲେ ପରିବାର । ଘରେ ଶୋଇଥିବାବେଳେ ଦୁଇ ନାବାଳିକା ନିଖୋଜ ହୋଇଥିବା ଅଭିଯୋଗ । ତେବେ ସେମାନଙ୍କୁ ସୁପରିକଳ୍ପିତ ଭାବେ ଅପହରଣ କରାଯାଇଥିବା ପରିବାର ପକ୍ଷରୁ ଥାନାରେ ଏକ ମାମଲା ରୁଜୁ ହୋଇଛି । ଯାହାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରିଛି । ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଞ୍ଚଳରୁ ।

ଦୁଇ ନାବାଳିକା ନିଖୋଜ, ଅପହରଣ ଅଭିଯୋଗ କଲେ ପରିବାର

ସୂଚନା ଅନୁଯାୟୀ ପୁରୀ ଜିଲ୍ଲାର ଜଣେ ବ୍ୟକ୍ତି ଭଦ୍ରକର ପୀରହାଟ ଅଞ୍ଚଳରେ ନିଜ ପରିବାର ସହ ଏକ ଭଡା ଘରେ ରହୁଥିଲେ । ତାଙ୍କର ବଡ ଝିଅ (17) ଯିଏକି ଯୁକ୍ତଦୁଇ ଦ୍ଵିତୀୟ ବର୍ଷରେ ପାଠ ପଢୁଥିବାବେଳେ ସାନ ଝିଅ (16) ଯିଏକି ଦଶମ ପାସ କରିବା ପରେ ଘରେ ରହୁଥିଲା। କୌଣସି କାରଣ ନଥାଇ ଉଭୟ ନାବାଳିକା ଉଭଣୀ ରାତିରୁ କୁଆନେ ନିଖୋଜ ହୋଇ ଯାଇଛନ୍ତି । ରାତି ପ୍ରାୟ 4 ଘଟିକାରେ ନାବାଳିକା ମାଆଙ୍କ ନଜରକୁ ଆସିଥିଲା ଏହି ଅଘଟଣ। ପରେ ରାତିସାରା ଚାରିଆଡେ ଖୋଜାଖୋଜି କରିବା ସହିତ ବନ୍ଧୁବର୍ଗଙ୍କ ଘର ବୁଲିଥିଲେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ନିରୁପାୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ।

ପୋଲିସ ଏନେଇ ଏକ ମାମଲା ରୁଜୁ କରି ନାବାଳିକା ଦ୍ବୟ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବର ସମେତ ପରିବାର ପକ୍ଷରୁ ସନ୍ଦେହ କରାଯାଉଥିବା ବ୍ୟକ୍ତିଙ୍କ ମୋବାଇଲ୍ ଟ୍ରାକିଂ କରୁଥିବା ଜଣାଯାଇଛି । ଏହି ଦୁଇ ନାବାଳିକା ଝିଅଙ୍କ ଜୀବନ ପ୍ରତି ବିପଦ ଥିବାନେଇ ପିତାମାତା ଅତ୍ୟନ୍ତ ଭୟଭୀତ ହୋଇଯାଇଛନ୍ତି । ଯେକୌଣସି ଉପାୟରେ ସେମାନଙ୍କୁ ଉଦ୍ଧାର କରିବା ସହିତ ଅପହରଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି। ତେବେ ଏନେଇ ପୁଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ।

ଭଦ୍ରକରୁ ଦେବାଶିଷ ମହାପାତ୍ର,ଇଟିଭି ଭାରତ

ABOUT THE AUTHOR

...view details