ଓଡିଶା

odisha

ବୈତରଣୀରେ ଟଳିଲା ବନ୍ୟା ଆଶଙ୍କା, ଚାଷକୁ ନେଇ ଚିନ୍ତାରେ ଚାଷୀ

By

Published : Sep 23, 2021, 1:04 PM IST

ବୈତରଣୀରେ ଟଳିଲା ବନ୍ୟା ଆଶଙ୍କା,  ଚାଷକୁ ନେଇ ଚିନ୍ତାରେ ଚାଷୀ
ବୈତରଣୀରେ ଟଳିଲା ବନ୍ୟା ଆଶଙ୍କା, ଚାଷକୁ ନେଇ ଚିନ୍ତାରେ ଚାଷୀ

ଭଦ୍ରକ ଜିଲ୍ଲାର ବୈତରଣୀ ନଦୀରେ ଟଳିଲା ବନ୍ୟା ଆଶଙ୍କା । ହେଲେ ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଥିବାରୁ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ଭଦ୍ରକ: ଜିଲ୍ଲାର ବୈତରଣୀ ନଦୀରେ ଟଳିଲା ବନ୍ୟା ଆଶଙ୍କା । ହେଲେ ଏବେ ବି ବନ୍ୟା ଜଳ ବହୁ ତଳି ଅଞ୍ଚଳରେ ରହିଥିବା କାରଣରୁ ଲୋକଙ୍କ ସମସ୍ୟା ଦୂର ହୋଇନାହିଁ । ତିହିଡି ଓ ଚାନ୍ଦବାଲି ଅଞ୍ଚଳର ହେକ୍ଟର ହେକ୍ଟର ଚାଷଜମି ବନ୍ୟା ଜଳରେ ବୁଡି ରହିଛି । ଫଳରେ ଚାଷ ଜମି ଏବେ ନଷ୍ଟ ହେବାକୁ ବସିଲାଣି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ।

ବୈତରଣୀରେ ଟଳିଲା ବନ୍ୟା ଆଶଙ୍କା, ଚାଷକୁ ନେଇ ଚିନ୍ତାରେ ଚାଷୀ

ତେବେ ଅଦ୍ୟାବଧି କେତେ ବନ୍ୟା ଯୋଗୁଁ କେତେ ପରିମାଣର ଚାଷଜମି କ୍ଷତିଗ୍ରସ୍ତ ହୋଇଛି ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଜାରୀ ରହିଛି ବୋଲି ସୂଚନା ମିଳିଛି । ତେଣୁ ଚାଷ କ୍ଷୟକ୍ଷତିର ଆକଳନ ସରିବା ପରେ ପ୍ରଶାସନ ପକ୍ଷରୁ ଏନେଇ ପ୍ରତିକ୍ରିୟା ପ୍ରକାଶ କରାଯିବ ବୋଲି ଜଣାପଡିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details