ଓଡିଶା

odisha

ବରଗଡ ହାଜତ ମୃତ୍ୟୁ ଘଟଣା, ଏସପି ଅଫିସ୍ ସାମ୍ନାରେ ଧାରଣା ଦେଲା ବରଗଡ଼ BJP

By

Published : Sep 28, 2021, 6:14 AM IST

ଗୋବିନ୍ଦ କୁମ୍ଭାର ପାଇଁ SP ଅଫିସ୍ ସମ୍ମୁଖରେ ଧାରଣା ଦେଲା ବରଗଡ଼ ବିଜେପି
ଗୋବିନ୍ଦ କୁମ୍ଭାର ପାଇଁ SP ଅଫିସ୍ ସମ୍ମୁଖରେ ଧାରଣା ଦେଲା ବରଗଡ଼ ବିଜେପି ()

ଟାଉନ ହେପାଜତରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ଉଚିତ ନ୍ୟାୟ ଦାବି କରି ବରଗଡ଼ ବିଜେପି ପକ୍ଷରୁ ଆଜି(ସୋମବାର) ଏସ୍‌ପି ଅଫିସ ସାମ୍ନାରେ ଧାରଣା ଦିଆଯାଇଥିଲା । ଅଧିକ ପଢ଼ନ୍ତୁ...

ବରଗଡ଼:ଟାଉନ ହେପାଜତରେ ତୋରା ଗ୍ରାମର ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋବିନ୍ଦ କୁମ୍ଭାରଙ୍କ ପରିବାରକୁ ଉଚିତ ନ୍ୟାୟ ଦାବି କରି ବରଗଡ଼ ବିଜେପି ପକ୍ଷରୁ ଆଜି(ସୋମବାର) ଏସ୍‌ପି ଅଫିସ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଗତ 24 ତାରିଖ ବିଳମ୍ବିତ ରାତି ପ୍ରାୟ 2ଟା ସମୟରେ ଗୋବିନ୍ଦ କୁମ୍ଭାରଙ୍କୁ ବରଗଡ଼ ଟାଉନ ଥାନା ପୋଲିସ କର୍ମଚାରୀମାନେ ଘରୁ ଉଠାଇ ଆଣିଥିଲେ । ସକାଳ 6 ଟାରେ ଗୋବିନ୍ଦ କୁମ୍ଭାରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କୁ କୁହାଯାଇଥିଲା ।

ଗୋବିନ୍ଦ କୁମ୍ଭାର ପାଇଁ SP ଅଫିସ୍ ସମ୍ମୁଖରେ ଧାରଣା ଦେଲା ବରଗଡ଼ ବିଜେପି

ତେବେ ପୋଲିସ ଗୋବିନ୍ଦଙ୍କୁ ଘରୁ ଉଠାଇ ନେଇ ହତ୍ୟା କରାଯାଇଥିବା ଅଭିଯୋଗ କରି ବ୍ୟାପକ ଆନ୍ଦୋଳନ କରିଥିଲେ ତୋରା ଗ୍ରାମବାସୀ । ଗୋବିନ୍ଦଙ୍କ ମୃତଦେହ ଏସପି ଅଫିସକୁ ନିଆଯାଉଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ପକ୍ଷରୁ ଲାଠି ଚାର୍ଜ ମଧ୍ୟ କରାଯାଇଥିଲା । ପୋଲିସ ବିରୋଧରେ ଟାଉନ ଥାନାରେ ଦିଆଯାଇଥିବା ଅଭିଯୋଗର ଏପର୍ଯ୍ୟନ୍ତ FIR ହୋଇନଥିବା ଅଭିଯୋଗ ହୋଇଛି । ଏହି ମାମଲାରେ କୌଣସି ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇନାହିଁ । ଏହକୁ ବିରୋଧ କରି ଆଜି(ସୋମବାର) ବିଜେପି ପକ୍ଷରୁ SP ଅଫିସ ଘେରାଉ କରିବା ସହ ଧାରଣା ଦିଆଯାଇଥିଲା ।

ଗୋବିନ୍ଦ କୁମ୍ଭାରଙ୍କ ପୋଲିସ ହେପାଜତରେ ହୋଇଥିବାରୁ ମରିଥିବା କାରଣରୁ ରାଜ୍ୟ ସରକାର ତୁରନ୍ତ ଏହାକୁ ହାଜତ ମୃତ୍ୟୁ ଘୋଷଣା କରନ୍ତୁ । ଜିଲ୍ଲାରେ ବହୁ ବର୍ଷ ଧରି ରହିଆସିଥିବା ପୋଲିସ ଅଧିକାରୀଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଉ ଓ ତା ସହିତ ମୃତ୍ୟୁ ଦିନର CCTV ଫୁଟେଜକୁ ସାର୍ବଜନୀନ କରାଯାଉ, ସରକାର ତୁରନ୍ତ ଏହାର CBI ତଦନ୍ତ ପାଇଁ ଆଦେଶ ଦିଅନ୍ତୁ ଓ ପ୍ରକୃତ ଦୋଷୀକୁ ଉଚିତ ଦଣ୍ଡ ପାଇଁ ବିହିତ ପଦକ୍ଷେପ ନିଆଯାଉ ବୋଲି ଦାବି କରିଛି ବିଜେପି ।

ଏହାସହ ଗୋବିନ୍ଦଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଦିଆଯାଉ ଓ ଗୋବିନ୍ଦଙ୍କ ଛୋଟଛୋଟ ଦୁଇ କୋମଳମତି ଶିଶୁ ଅଛନ୍ତି ସେମାନଙ୍କ ପାଠପଢାର ସମସ୍ତ ଖର୍ଚ୍ଚ ପୋଲିସ ପ୍ରଶାସନ ବହନ କରୁ । ଯଦି ଏସବୁ ଦାବି ଗୁଡ଼ିକୁ କାର୍ଯ୍ୟକାରୀ ନକରାଗଲେ ଆଗାମୀ ଦିନରେ ପରିଣାମ ଭୟାବହ ହେବ । ବରଗଡ଼ ବିଜେପି ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ଦଳ ଚେତାବନୀ ଦେଇଛି ।

ବରଗଡ଼ରୁ ରାଜେଶ ସରାଫ, ଇଟିଭି ଭାରତ

ABOUT THE AUTHOR

...view details