ETV Bharat / state

ରାଜଧାନୀରେ BJP ରାଲି ବେଳେ ବିସ୍ଫୋରଣ, ଫାଟିଲା ଏସି କମ୍ପ୍ରେସର - AC COMPRESSOR BLAST

author img

By ETV Bharat Odisha Team

Published : May 3, 2024, 9:25 PM IST

Updated : May 3, 2024, 9:45 PM IST

BJP ରାଲି ବେଳେ ବିସ୍ଫୋରଣ, ଜଣେ ମହିଳା ଗୁରୁତର
BJP ରାଲି ବେଳେ ବିସ୍ଫୋରଣ, ଜଣେ ମହିଳା ଗୁରୁତର(ETV BHARAT ODISHA)

AC COMPRESSOR Blast: ଭୁବନେଶ୍ୱରେ ବିଜେପିର ଶୋଭାଯାତ୍ରା ସମୟରେ ଫାଟିଲା ଏସି କମ୍ପ୍ରେସର, ଜଣେ ମହିଳା ଗୁରୁତର । ଆହତ ମହିଳା ଜଣକ ହେଲେ ସୁମିତ୍ରା ବଳ ଘର ମହେଶ୍ବର ଅଞ୍ଚଳରେ । ଅଧିକ ପଢନ୍ତୁ

BJP ରାଲି ବେଳେ ବିସ୍ଫୋରଣ, ଜଣେ ମହିଳା ଗୁରୁତର (ETV BHARAT ODISHA)

ଭୁବନେଶ୍ୱର: ରାଜଧାନୀର ବିଚ୍ ରାସ୍ତାରେ ବିସ୍ଫୋରଣ । ବିଜେପି ରାଲି ବେଳେ କଳ୍ପନା ଛକରେ ଅଘଟଣ । ଏସି କମ୍ପ୍ରେସର ଫାଟି ବାଟୋଇ ମହିଳା ଗୁରୁତର । ତେବେ ଆହତ ମହିଳାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମହିଳାଙ୍କ ପେଟରେ କମ୍ପ୍ରେସର ମାଡ଼ ଯୋଗୁଁ ଶକ୍ତ ଆଘାତ ଲାଗି କ୍ଷତାକ୍ତ ହୋଇଛି । ସେପଟେ ପୋଲିସ ବୋମା ବିସ୍ଫୋରଣ ଗୁଜବ ଶୁଣି ହସ୍ପିଟାଲରେ ପହଞ୍ଚି ତନାଘନା ଆରମ୍ଭ କରିଛି । ଆହତ ମହିଳା ଜଣକ ହେଲେ ସୁମିତ୍ରା ବଳ ଘର ମଞ୍ଚେଶ୍ବର ଅଞ୍ଚଳରେ ବୋଲି ଜଣାପଡ଼ିଛି । ସେ ଏକ ନମ୍ବର ମାର୍କେଟ‌କୁ ପୁଅ ସହ ବାଇକରେ ଯିବା ଏଭଳି ବିସ୍ଫୋରଣର ଶିକାର‌ ହୋଇଛନ୍ତି ।

ତେବେ ପ୍ରତ୍ୟକ୍ଷଦର୍ଶୀ ତଥା ପାଖରେ ଜଣେ ଦୋକାନୀ ଆଶିଷ କୁମାର ସାହୁଙ୍କ ସୂଚନା ମୁତାବକ ଦିନ‌ ପ୍ରାୟ ୧୨ଟା ୩୦ମିନିଟ ସମୟରେ ବିଜେପି ରାଲି ଯିବାବେଳେ ଏହି ଘଟଣାଟି ଘଟିଥିଲା । କଳ୍ପନା ଛକ ଉପରେ ରାଲି ପାଇଁ ଜାମ ପ୍ରବଳ ଥିବାବେଳେ ହଠାତ୍ ଏକ ବିସ୍ଫୋରଣ ହୋଇଥିଲା । ବିକଟାଳ ଶବ୍ଦ କରି ଟ୍ରାଫିକ ପୋଷ୍ଟ ଉପରେ ବ୍ଲାଷ୍ଟ ହେବା ପରେ ଲୋକେ ଛତ୍ରଭଙ୍ଗ ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ମାହୋଲ ଖେଳିଯାଇଥିଲା ।

ବିସ୍ଫୋରଣରେ ଜଣେ ମହିଳା ଆହତ‌ ହୋଇଥିଲେ । ଟ୍ରାଫିକ ପୋଷ୍ଟ ଉପରେ ଏସି କମ୍ପ୍ରେସର ଫାଟି ବା ଯୋଗୁଁ ଏହି ଅଘଟଣ ଘଟିଥିଲା । ଜଣେ ଏସି ମେକାନିକ ନିଜର ହୋଣ୍ଡା ସାଇନ୍ ଗାଡି ଯୋଗେ କମ୍ପ୍ରେସର ନେଇ ଯିବା ବେଳେ ହଠାତ୍ ବ୍ୟାଗଟି ଛିଣ୍ଡି ଯିବାରୁ ଏଭଳି ଅଘଟଣ ଘଟିଥିଲା । କମ୍ପ୍ରେସରଟି ଫାଟି ମହିଳାଙ୍କ ଦେହରେ ମାଡ଼ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ ..... ଘରେ ଫୁଟିଲା ପାର୍ସଲ ବୋମା; ବାପା-ଝିଅ ମୃତ, ୨ ନାବାଳିକା ଗୁରୁତର - PARCEL BOMB BLAST

ତେବେ ଆହତ ମହିଳା ଜଣକ ନିଜ ପୁଅ ଉମାଶଙ୍କର ବଳଙ୍କ ସହ ଏକ ନମ୍ବର ମାର୍କେଟକୁ ଯାଉଥିଲେ । ନିଜର ଶ୍ବଶୁର ଘରଙ୍କ ଜଣେ ଦଶାହ କର୍ମ ପାଇଁ କପଡା କିଣିବା ପାଇଁ ଯାଉଥିଲେ । ରସୁଲଗଡ ପଟୁ କଳ୍ପନା ଛକ ଦେଇ ଯିବାବେଳେ କଳ୍ପନା ଛକ ଉପରେ ରାଲିରେ ଭିଡ଼ ସହ ସେ ତାଙ୍କ ପୁଅ ସହ ବାଇକରେ ବସିଥିଲେ । ଏନେଇ ତାଙ୍କ ପୁଅ ଉମାଶଙ୍କର‌‌ ବଳ କହିଛନ୍ତି ଯେ, ସେ କିଛି ଭାବିବା ପୂର୍ବରୁ ଏଭଳି ଘଟଣା ଘଟିଥିଲା । ପରେ ସେ ତୁରନ୍ତ ମାଆଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଥିଲେ । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।


ଇଟିଭି ଭାରତ, ଭୁବନେଶ୍ବର

Last Updated :May 3, 2024, 9:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.