ଓଡିଶା

odisha

ବାଲେଶ୍ଵରରେ ପ୍ରଥମ, ପୋଖରୀ ଭିତରେ 22 ଫୁଟର ମହାଦେବ ପ୍ରତିମୂର୍ତ୍ତି ସ୍ଥାପନା

By

Published : Nov 28, 2022, 1:37 PM IST

22 feet meditation style statue of lord shiva installed inside the pond in balasore

ବାଲେଶ୍ବର ସହରର ମଠସାହି ସ୍ଥିତ ହରଗଙ୍ଗା ପୋଖରୀରେ ୨୨ ଫୁଟର ଶିବଙ୍କ ଧ୍ୟାନଶୈଳୀର ପ୍ରତିମୂର୍ତ୍ତି ସ୍ଥାପନା । ଅଧିକ ପଢ଼ନ୍ତୁ

ବାଲେଶ୍ବର: ପ୍ରଥମ ଥର ପାଇଁ ପୋଖରୀ ଭିତରେ ସ୍ଥାପନା ହେବେ ମହାଦେବ । ବାଲେଶ୍ବର ସହରର ମଠସାହି ସ୍ଥିତ ହରଗଙ୍ଗା ପୋଖରୀରେ ଖୁବଶୀଘ୍ର ୨୨ ଫୁଟର ଶିବଙ୍କ ଧ୍ୟାନ ଶୈଳୀର ପ୍ରତିମୂର୍ତ୍ତି ଉଦଘାଟନ ହେବ । ଶୁକ୍ରବାର ମହାଦେବଙ୍କ ମୂର୍ତ୍ତିକୁ ହରଗଙ୍ଗା ପୋଖରୀରେ ସ୍ଥାପନା କରାଯାଇଛି । ଏନେଇ ସମସ୍ତ ପ୍ରସ୍ତୁତି ଜାରି ରହିଛି ।

ପୋଖରୀ ଭିତରେ ୨୨ ଫୁଟର ଶିବଙ୍କ ଧ୍ୟାନଶୈଳୀର ପ୍ରତିମୂର୍ତ୍ତି ସ୍ଥାପନା

ଶିବଙ୍କ ପ୍ରତିମୂର୍ତ୍ତିକୁ ବାଲେଶ୍ବରର ଜଣାଶୁଣା ଭାସ୍କର୍ଯ୍ୟ ଶିଳ୍ପୀ ଉପେନ୍ଦ୍ର ନାଥ ଗିରି ନିର୍ମାଣ କରିଛନ୍ତି । ବାଲେଶ୍ବର ପୌରପାଳିକା ପକ୍ଷରୁ ଏହି ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୪ ମାସ ତଳେ ଉପେନ୍ଦ୍ରଙ୍କୁ ଦାୟିତ୍ବ ଦିଆଯାଇଥିଲା । ଏନେଇ ପୌରପାଳିକା ପକ୍ଷରୁ ୧୫ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ମହାଦେବଙ୍କ ପ୍ରତିମୂର୍ତ୍ତିକୁ ନିର୍ମାଣ କରିବାପାଇଁ ଉପେନ୍ଦ୍ରଙ୍କ ସମେତ ଅନ୍ୟ ୭ ଜଣ ଶିଳ୍ପୀ ସହଯୋଗ କରିଥିଲେ ।

ଗ୍ଲାସ୍ ଫାଇବର୍‌ରେ ତିଆରି ହୋଇଥିବା ଏହି ୨୨ ଫୁଟ୍ ଉଚ୍ଚ ମହାଦେବଙ୍କ ପ୍ରତିମୂର୍ତ୍ତି ଶୁକ୍ରବାର ଦିନ ହରଗଙ୍ଗା ପୋଖରୀ ମଝିରେ ସ୍ଥାପନ କରାଯାଇଛି । କାର୍ଯ୍ୟ ସମ୍ପୂର୍ଣ୍ଣ ହେବାପରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମୋଡ୍‌ରେ ଉଦଘାଟନ କରିବେ ବୋଲି ଜଣାପଡିଛି । ସ୍ଥାନୀୟ ବାସିନ୍ଦା ଏନେଇ ବେଶ ଉତ୍ସାହିତ ଥିବା ବେଳେ ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ନେଇ ଲୋକେ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details