ଓଡିଶା

odisha

ହଜିଯାଉଛି ପାରମ୍ପରିକ ପଞ୍ଚ ବାଦ୍ୟ କଳା, ପୁନରୁଦ୍ଧାର ପାଇଁ ନୁରାଖୁଜା

By

Published : Dec 5, 2022, 12:19 PM IST

Updated : Dec 5, 2022, 12:48 PM IST

western odisha traditional panchabadya losing identity a balangir doctor give efforts to recover

ହଜିବାକୁ ବସିଲାଣି ପଶ୍ଚିମ ଓଡ଼ିଶାର ପାରମ୍ପରିକ ପଞ୍ଚ ବାଦ୍ୟ କଳା । ଏହାକୁ ଏକ ଶିକ୍ଷଣୀୟ ମାଧ୍ୟମରେ ପୁର୍ନଜୀବିତ କରିବାର ପ୍ରୟାସ ଆରମ୍ଭ କରିଛନ୍ତି ବଲାଙ୍ଗୀରର ଜଣେ ଡାକ୍ତର । ଅଧିକ ପଢ଼ନ୍ତୁ

ବଲାଙ୍ଗୀର:ପଶ୍ଚିମ ଓଡ଼ିଶାର ପାରମ୍ପରିକ ପଞ୍ଚ ବାଦ୍ୟ ଏବେ ହଜିବାକୁ ବସିଲାଣି । ଆଧୁନିକ ବାଜା ବାଦ୍ୟର ବେଶୀ ଚାହିଦା ଥିବାରୁ ପାରମ୍ପରିକ କଳା ଧିରେଧିରେ ହଜିବାକୁ ବସିଲାଣି । ଏହାକୁ ପୁର୍ନଜୀବିତ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ବଲାଙ୍ଗୀର ଜିଲ୍ଲାର ଜଣେ ଡାକ୍ତର ରୁଦ୍ର ନାରାୟଣ ପଟେଲ ।

ହଜିଯାଉଛି ପାରମ୍ପରିକ ପଞ୍ଚ ବାଦ୍ୟ କଳା

ପଶ୍ଚିମ ଓଡିଶାର ପଞ୍ଚବାଦ୍ୟ ଢୋଲ, ମହୁରୀ, ନିଶାନ, ତାସା ଓ ଟମକର ଏକ ସ୍ୱତନ୍ତ୍ର ମହତ୍ତ୍ବ ରହି ଆସୁଥିଲା । ଏହାକୁ ସମ୍ମିଳିତ କରି ଦେବ ବାଦ୍ୟ, ସାମାଜିକ ବାଦ୍ୟ ତଥା ମନୋରଞ୍ଜନ ବାଦ୍ୟ କଳା ପ୍ରଚଳିତ ଥିଲା । ଯାହା ଏବେ ଡିଜେ, ବେଣ୍ଟ ବାଜା ଯୋଗୁଁ ପାରମ୍ପାରିକ ବାଦ୍ୟ ଲୁଚିବାକୁ ବସିଲାଣି ଏବଂ କେବଳ ଅପଭ୍ରଂଶ ହୋଇ ମନୋରଞ୍ଜନ ପାଇଁ ସୀମିତ ହୋଇ ରହିଛି । ପୂର୍ବ କାଳରେ ଦେବାଦେବୀଙ୍କ ପୂଜା ହେଉ ବା ବିବାହ କିମ୍ବା କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମ, ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ବାଦ୍ୟ କଳା ପ୍ରଦର୍ଶିତ ହେଉଥିଲା । ହେଲେ ଏବେ ଏହା ଲୁପ୍ତ ପ୍ରାୟ ଅବସ୍ଥାକୁ ଆସିଛି ।

ଏହା ମଧ୍ୟ ପଢ଼ନ୍ତୁ:ଜାତୀୟ ସ୍ତରରେ ପ୍ରଥମ ଗୋପାଳ ରତ୍ନ ପୁରସ୍କାର ପାଇଲେ ଗୋପାଳ ରଣା, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ତେଣୁ ଏହାକୁ ପୁଣି ପୁନରୁଦ୍ଧାର କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ବଲାଙ୍ଗୀରର କଳା ପ୍ରିୟ ତଥା ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ରୁଦ୍ର ନାରାୟଣ ପଟେଲ । ଏଥିପାଇଁ ସେ ସ୍ୱତନ୍ତ୍ର ଶିକ୍ଷଣୀୟ କାର୍ଯ୍ୟକ୍ରମ ନୁରା ଖୁଜା ଆରମ୍ଭ କରିଛନ୍ତି। ଯେଉଁଥିରେ ଜିଲ୍ଲାର ବଳିଷ୍ଠ କଳାକାରମାନେ ସାମିଲ ହୋଇଛନ୍ତି । ପ୍ରତ୍ୟେକ ବାଦ୍ୟ ପାଇଁ ଏକ କମିଟି ଗଠନ କରାଯାଇଛି । ଯାହା ପଞ୍ଚ ବାଦ୍ୟର ପ୍ରତ୍ୟେକ ବାଦ୍ୟ ନୂତନ ପିଢିକୁ ଶିଖାଇବା ପାଇଁ ସହାୟକ ହେବ। ଏନେଇ ସେ କହିଛନ୍ତି, "ଆଗାମୀ ପିଢ଼ିର କଳାକାର ଏହି ବାଦ୍ୟର ମହତ୍ତ୍ବ ବୁଝି ତାକୁ ସଠିକ ଭାବରେ ବଜାଇ ପାରିବେ । ଯାହା ଫଳରେ ପଞ୍ଚ ବାଦ୍ୟ ଢୋଲ ନିଶାନ, ତାସା ମୁହୁରୀ ଓ ଟମକର ମଧୁର ସ୍ୱର ଆଗକୁ ମଧ୍ୟ ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବ ।"

ଇଟିଭି ଭାରତ, ବଲାଙ୍ଗୀର

Last Updated :Dec 5, 2022, 12:48 PM IST

ABOUT THE AUTHOR

...view details