ଜାତୀୟ ସ୍ତରରେ ପ୍ରଥମ ଗୋପାଳ ରତ୍ନ ପୁରସ୍କାର ପାଇଲେ ଗୋପାଳ ରଣା, ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

author img

By

Published : Nov 30, 2022, 7:55 AM IST

ଜାତୀୟସ୍ତରରେ ପ୍ରଥମ ଗୋପାଳ ରତ୍ନ ପୁରସ୍କାର ପାଇଲେ ଗୋପାଳ ରଣା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ସମର୍ପିତ ଗୋସେବା ପାଇଁ ଭାରତ ସରକାରଙ୍କ ଠାରୁ ପ୍ରଥମ ଗୋପାଳ ରତ୍ନ ପୁରସ୍କାର ପାଇଲେ ବଲାଙ୍ଗୀରର ଗୋପାଳ ରଣା । ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

ବଲାଙ୍ଗୀର: ଗୋ ସେବା ପାଇଁ ସମର୍ପିତ ବଲାଙ୍ଗୀରର ଗୋପାଳ ରଣା । ବଲାଙ୍ଗୀର ଓ ଓଡ଼ିଶା ପାଇଁ ଆଣି ଦେଇଛନ୍ତି ଗର୍ବ । ତାଙ୍କର ସମର୍ପିତ ଗୋ-ସେବା ପାଇଁ ଭାରତ ସରକାର ତାଙ୍କୁ ଜାତୀୟସ୍ତରରେ ପ୍ରଥମ ଗୋପାଳ ରତ୍ନ ପୁରସ୍କାର ଦେଇଛନ୍ତି ।

ଜାତୀୟସ୍ତରରେ ପ୍ରଥମ ଗୋପାଳ ରତ୍ନ ପୁରସ୍କାର ପାଇଲେ ଗୋପାଳ ରଣା, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବଦବନ୍ଦ ଗ୍ରାମର ଗୋପାଳ ରଣା ଛୋଟ ବେଳୁ ହିଁ ଗୋ ସେବା କରି ଆସୁଥିଲେ । ବଡ଼ ହେବା ପରେ ସେ ଏହାକୁ ପେଶା ଆକାରରେ ନେଇ କୃତ୍ରିମ ପ୍ରଜନନ ବା ବାପନ୍ ସେବା ଯୋଗାଇ ଆସୁଥିବା ସରକାର ଅନୁମୋଦିତ ବାଏଫ ସଂସ୍ଥାରେ କାମ କରି ଆସୁଛନ୍ତି । ଏଥିରେ ସେ ଗାଁ ଗାଁ ବୁଲି ଗାଈ ମାନଙ୍କର କୃତ୍ରିମ ପ୍ରଜନନ କରି ସୁସ୍ଥ ବାଛୁରୀ ଜନ୍ମ ପାଇଁ ସାହାଯ୍ୟ କରି ଆସୁଛନ୍ତି । ଯାହା ପାଇଁ ଦୁଗ୍ଧ ଚାଷୀ ମଧ୍ୟ ଖୁବ ଲାଭବାନ ହେଉଛନ୍ତି । ତେବେ ଏଯାଏଁ ସେ ହଜାର ହଜାର ଗାଇଙ୍କ ସେବା କରି କୀର୍ତ୍ତିମାନ୍ କରିଥିବା ବେଳେ ଭାରତ ସରକାରଙ୍କ ପଶୁପାଳନ ଓ ଡାଏରୀ ବିଭାଗର ନଜରରେ ଆସିଥିଲେ । ଏହି ବିଭାଗର ଏକ ଉଚ୍ଚ ସ୍ତରୀୟ ଦଳ ବଲାଙ୍ଗୀର ଆସି ତାଙ୍କର ଦୈନନ୍ଦିନ କାର୍ଯ୍ୟ ଓ ସେବା ଅନୁଧ୍ୟାନ କରି ତାଙ୍କର ରିପୋର୍ଟ ସରକାରଙ୍କୁ ପ୍ରଦାନ କରିଥିଲେ । ଯାହା ପରେ ଭାରତ ପଶୁପାଳନ ଓ ଡାଏରୀ ବିଭାଗ ଦ୍ଵାରା କର୍ଣ୍ଣାଟକ ଠାରେ ଆୟୋଜିତ ଗୋପାଳ ରତ୍ନ ପୁରସ୍କାର ସଭାରେ ତାଙ୍କୁ ଡାକରା ଆସିଥିଲା ।

ଗତ ଅକ୍ଟୋବର ୨୬ ତାରିଖରେ ସମଗ୍ର ଭାରତରେ କୃତ୍ରିମ ପ୍ରଜନନ ଓ ଗୋ ସେବା ପାଇଁ ବଲାଙ୍ଗୀରର ଗୋପାଳ ରଣାଙ୍କୁ ଭାରତ ଗୋପାଳ ରତ୍ନ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି ତାଙ୍କୁ ୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ଯେଉଁଥିରେ ଭାରତର ପଶୁପାଳନ ମନ୍ତ୍ରୀ ସଂଜିତ କୁମାର ବଳିଆନ ନିଜ ହାତରେ ଏହି ପୁରସ୍କାର ପ୍ରଦାନ କରିଥିଲେ । ତେବେ ଏହାକୁ ନେଇ ସାରା ବଲାଙ୍ଗୀରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିବା ସହ ଏହା ଓଡ଼ିଶା ପାଇଁ ଗର୍ବ ବୋଲି କହିଛନ୍ତି । ସମାନ ଭାବରେ ନିଜ ଗାଁକୁ ଫେରିବା ପରେ ତାଙ୍କୁ ଗ୍ରାମବାସୀ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.