ଓଡିଶା

odisha

Balangir Encounter; ଜଣେ ମାଓବାଦୀ ନିହତ, ଅପରେସନ ଜାରି

By

Published : Nov 27, 2021, 11:01 PM IST

Updated : Nov 28, 2021, 6:32 AM IST

Police-Maoist shootout

ବଲାଙ୍ଗୀରରେ ଆଜି ପୋଲିସ ମାଓବାଦୀ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ସଂପୃକ୍ତ ଅଞ୍ଚଳରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରଖିଛି । ଅଧିକ ପଢନ୍ତୁ

ବଲାଙ୍ଗୀର : ବଲାଙ୍ଗୀରରେ ଆଜି ପୋଲିସ ମାଓବାଦୀ ଗୁଳି ବିନିମୟ (Police-Maoist encounter in Balangir) ହୋଇଥିବା ବେଳେ ଏଥିରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଛି । ସଂପୃକ୍ତ ଅଞ୍ଚଚଳରେ ପୋଲିସ ର ସର୍ଚ୍ଚ ଅପରେସନ ଜାରି ରଖିଛି ।

ସୂଚନା ଅନୁସାରେ ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ଅଞ୍ଚଳର ଯୁନାନିବାହଳ ଗ୍ରାମ ନିକଟରେ ପୋଲିସ DVF Force ସହ ମାଓବାଦୀମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ (ଶନିବାର) ସନ୍ଧ୍ୟାରୁ ଆରମ୍ଭ ହୋଇଥିବା ବେଳେ କିଛି ଘଣ୍ଟା ମଧ୍ୟରେ ଘଟଣା ସ୍ଥଳରୁ ଜଣେ କ୍ୟାଡର ମାଓବାଦୀର ମୃତଦେହ ପୋଲିସ (one Naxal gunned down during an encounter) ଉଦ୍ଧାର କରିଛି।

ମୃତ ମାଓବାଦୀର ପରିଚୟ ମିଳି ନଥିବା ବେଳେ ତା ପାଖରୁ ଏକ ବନ୍ଧୁକ ପୋଲିସ ଜବତ କରିଛି। ସେହିପରି ସଂପୃକ୍ତ ଅଞ୍ଚଳରେ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ କହିଛି । ତେବେ ଏହି ଅଞ୍ଚଳରେ କେତେ ମାଓବାଦୀ ଥିଲେ ଓ ତାଙ୍କର କଣ କ୍ଷୟକ୍ଷତି ହୋଇଛି ତାର ଏଯାଏଁ ସ୍ପଷ୍ଟ ସୂଚନା ମିଳି ନାହିଁ।

ଅନ୍ୟପଟେ ଅପରେସନରେ ସାମିଲ ଥିବା DVF ଯବାନଙ୍କ କୌଣସି କ୍ଷତି ହୋଇ ନଥିବା ପୋଲିସ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated :Nov 28, 2021, 6:32 AM IST

ABOUT THE AUTHOR

...view details