ଓଡିଶା

odisha

କର୍ମଚାରୀଙ୍କୁ ଦରମା ଦେଉନି ଟାଟା ପାୱାର, TPCODL କାର୍ଯ୍ୟାଳୟ ଘେରାଉ

By

Published : Sep 22, 2021, 7:11 PM IST

ଟାଟା ପାୱାର କର୍ମଚାରୀଙ୍କୁ ଦରମା ନାହିଁ, TPCODL କାର୍ଯ୍ୟାଳୟ ଘେରାଉ

ନିଜ କର୍ମଚାରୀଙ୍କୁ ଦରମା ଦେଉନାହିଁ ଟାଟା ପାୱାର । ଏନେଇ ଅନୁଗୋଳରେ TPCODLର କାର୍ଯ୍ୟାଳୟ ଘେରାଉ କରିଛନ୍ତି ଏହି କମ୍ପାନୀରେ ଠିକାରେ କାର୍ଯ୍ୟ କରୁଥିବା ମିଟର ରିଡର ଓ ବିଲ କଲେକ୍ଟର। ଅଧିକ ପଢନ୍ତୁ...

ଅନୁଗୋଳ: ନିଜ କର୍ମଚାରୀଙ୍କୁ ଦରମା ଦେଉନାହିଁ ଟାଟା ପାୱାର । ଏନେଇ ଅନୁଗୋଳରେ TPCODLର କାର୍ଯ୍ୟାଳୟ ଘେରାଉ କରିଛନ୍ତି ଏହି କମ୍ପାନୀରେ ଠିକାରେ କାର୍ଯ୍ୟ କରୁଥିବା ମିଟର ରିଡର ଓ ବିଲ କଲେକ୍ଟର।

ଟାଟା ପାୱାର କର୍ମଚାରୀଙ୍କୁ ଦରମା ନାହିଁ, TPCODL କାର୍ଯ୍ୟାଳୟ ଘେରାଉ

ବାବା ଚମେଶ୍ୱର ବିଦ୍ୟୁତ କର୍ମଚାରୀ ସଂଘ ଡାକରାରେ ବହୁ ସଂଖ୍ୟକ କର୍ମଚାରୀ କାର୍ଯ୍ୟାଳୟ ଘେରଉ କରିବା ସହ ପ୍ରତିବାଦ କରିଥିଲେ। ଓଡିଶା ସରକାରଙ୍କ ଯଏଣ୍ଟ ଭେଞ୍ଚରରେ କାର୍ଯ୍ୟ କରୁଥିବା ଟାଟା ପାୱାର ଏବେ ଶ୍ୟାମ ଇଣ୍ଡଓସ ପାୱାର ସଲ୍ୟୁସନ ନାମକ ଆଉ ଏକ ସଂସ୍ଥାକୁ ବିଜୁଳି ବିଲ ସଂଗ୍ରହ କାମ ପାଇଁ ଠିକାଦାରୀ ଦେଇଦେଇଛି। କିନ୍ତୁ, ବର୍ତ୍ତମାନ ସୁଦ୍ଧା ଏହି କାଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କୁ ଦରମା ଦେଉନାହିଁ ଯାହାର କି ପ୍ରତିବାଦ କରିଛନ୍ତି ମିଟର ରିଡର ଓ ବିଲ କଲେକ୍ଟର। ଏନେଇ ଏକ 6 ଦଫା ସମ୍ବଳିତ ଏକ ଦାବିପତ୍ର ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ତୁରନ୍ତ ସେମାନଙ୍କ ବକେୟା ଦରମା ନଦିଅନ୍ତି କିମ୍ବା ନିର୍ଦ୍ଧାରିତ ତାରିଖରେ ଦରମା ନଦିଅନ୍ତି ତେବେ ସେମାନେ ରାଜାରାସ୍ତାକୁ ଓହ୍ଲାଇବେ ବୋଲି ଧମକ ଦେଇଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details