ଓଡିଶା

odisha

ନାଳରେ ଏକାଠି ପଶିଲେ ପିଲାଠୁ ବୁଢା, ମାଛ ପାଇଁ ଭୁଲିଗଲେ କୋରୋନା କଟକଣା

By

Published : Sep 15, 2021, 4:30 PM IST

ଲଗାଣ ବର୍ଷା ପରେ ନାଳରେ ପଶି ମାଛ ଧରିଲେ ଶହଶହ ଲୋକ

ଲଗାଣ ବର୍ଷାରେ ରାଜ୍ୟରେ ଦୁର୍ଦ୍ଦଶା ବଢି ଚାଲିଥିବାବେଳେ ଅନୁଗୋଳ ଜିଲ୍ଲାରେ ନଜରକୁ ଆସିଲା ଭିନ୍ନ ଚିତ୍ର । ନାଳରେ ପଶି ମାଛ ଧରିଲେ ଶହଶହ ଲୋକ । ଭୁଲିଗଲେ କୋରୋନା କଟକଣା ଓ ସାମାଜିକ ଦୂରତା । ପରସ୍ପରଙ୍କୁ ବଣ୍ଟାବଣ୍ଟି ହେଲେ କୋରୋନା । ଅଧିକ ପଢନ୍ତୁ...

ଅନୁଗୋଳ: ଲଗାଣ ବର୍ଷା ବିତ୍ପାତରେ କାହାର ସର୍ବନାଶ ତ ଆଉ କାହାର ପୁଷ ମାସ । ଆଜି ଏଭଳି କିଛି ଘଟଣା ସାମ୍ନାକୁ ଆସିଛି ଅନୁଗୋଳ ଜିଲ୍ଲାରେ। ବର୍ଷାର ବିତ୍ପାତ ଅନେକଙ୍କୁ ଦୁଃଖ ଦେଇଯାଇଛି। କାହାର ଫସଲ ଉଜୁଡି ଯାଇଛି ତ କାହାର ଘର ଭାଙ୍ଗି ଯାଇଛି। ହେଲେ ଏହାର ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ବର୍ଷା ଛାଡିବା ପରେ ଲୋକେ ନାଳରେ ଏକତ୍ରିତ ହୋଇ ମାଛ ଧରୁଥିବା ଦେଖିବାକୁ ମିଳିଛି ।

ଲଗାଣ ବର୍ଷା ପରେ ନାଳରେ ପଶି ମାଛ ଧରିଲେ ଶହଶହ ଲୋକ

ଜିଲ୍ଲାର ଛେଳିଆପଡା ନିକଟରେ ବହି ଯାଇଥିବା ଲିଙ୍ଗିରା ନାଳରେ ଶହଶହ ଲୋକେ ଜାଲ ସାହଯ୍ୟରେ ମାଛ ଧରୁଥିବା ଚିତ୍ର ସାମ୍ନାକୁ ଆସିଛି । ଗତକାଲି ନାଳରେ ପ୍ରବଳ ବର୍ଷା ଜଳ ପ୍ରବାହିତ ହୋଇଥିଲା । ଆଜି ଜଳସ୍ତର କମିବା ପରେ ଲୋକେ ମାଛ ଧରିବାରେ ଲାଗି ପଡିଥିଲେ । କୋଭିଡ କଟକଣାକୁ ଅଣଦେଖା କରି ପୁରୁଷ ମହିଳା, ଛୁଆ ଠାରୁ ଆରମ୍ଭ କରି ବୃଦ୍ଧ, ସମସ୍ତେ ନାଳରେ ମାଛ ଧରୁଥିବା ନଜର ଆସିଥିଲେ । ରାଜ୍ୟରେ ଲଗାଣା ବର୍ଷାରେ ବେହାଲ ସ୍ଥିତି ସୃଷ୍ଟି ହୋଇଥିବାବେଳେ ଏପରି ସମୂହ ମାଛଧରାର ଚିତ୍ର କାହାର ପୁଷ ମାସ ତ କାହାର ସର୍ବନାଶ ଉକ୍ତିକୁ ଯଥାର୍ଥ ପ୍ରମାଣିତ କରିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details