ଓଡିଶା

odisha

ଆଜିଠୁ ସ୍ୱାଭାବିକ ହେବ ତାଳଚେର-ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ

By

Published : Sep 17, 2021, 9:52 AM IST

ଆଜିଠୁ ସ୍ୱାଭାବକ ହେବ ତାଳଚେର ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ

ଆଜି ଠାରୁ ସ୍ବାଭାବିକ ହୋଇପାରେ ତାଳଚେର ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ । ଟ୍ରାକ ମରାମତି କାର୍ଯ୍ୟ ଶେଷ ପରେ ପରୀକ୍ଷା ମୂଳକ ଭାବେ ରେଳ ଚଳାଚଳ ହୋଇଛି ଆରମ୍ଭ । ଅଧିକ ପଢନ୍ତୁ...

ଅନୁଗୋଳ: ଆଜି ଠାରୁ ସ୍ବାଭାବିକ ହୋଇପାରେ ତାଳଚେର ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ । ଗୁରୁବାର ବିଳମ୍ବିତ ରାତିରେ ଟ୍ରାକ ମରାମତି କାର୍ଯ୍ୟ ଶେଷ ହୋଇଥିବା ବେକେ ପରୀକ୍ଷା ମୂଳକ ଭାବେ ରେଳ ଚଳାଚଳ ଆରମ୍ଭ କରାଯାଇଛି । ରେଳବାଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଜି ଟ୍ରେନ ଚଳାଚଳ ସ୍ବାଭାବିକ ହେବ । ଗୁରୁବାର ରାତିରେ ଟ୍ରାକ ମରାମତି କାର୍ଯ୍ୟ ଶେଷ ହେବା ସହ ଇଲେକ୍ଟ୍ରି କାମ ବାକି ଥିଲା । ଯାହା ଶେଷ ହେବା ପରେ ମାଲବାହୀ ଟ୍ରେନ ପ୍ରଥମେ ଚଳାଚଳ ଆରମ୍ଭ ହୋଇଛି ।

ଆଜିଠୁ ସ୍ୱାଭାବକ ହେବ ତାଳଚେର ସମ୍ବଲପୁର ମଧ୍ୟରେ ଟ୍ରେନ ଚଳାଚଳ

ଜିଲ୍ଲାର ତାଳଚେର ରୋଡ଼ ଷ୍ଟେସନ ପାଖ କୁଶପଙ୍ଗି ଠାରେ ରେଙ୍ଗାଲି ବାମ କେନାଲ ବ୍ରିଜ ଉପରେ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗତ ସୋମବାର ବିଳମ୍ବିତ ରାତି 2 ଟା 30 ପରେ ବର୍ଷା ପାଣିରେ ବ୍ରିଜ ପାଖରେ ଘାଇ ସୃଷ୍ଟି ହେବାରୁ ଏହି ଭୟଙ୍କର ରେଳ ଦୁର୍ଘଟଣା ଘଟିଥିଲା । ଇଞ୍ଜିନ ସମେତ 10ଟି ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଫଳରେ ଉଭୟ ଖୋର୍ଦ୍ଧା ଓ ସମ୍ବଲପୁର ଡିଭିଜନ ଅଧିକାରୀ ଏବଂ ବିଭାଗୀୟ ଅଧିକାରୀମାନେ ଗତ ତିନି ଦିନ କାଳ ପରିଶ୍ରମ କରି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details