ଓଡିଶା

odisha

Tokyo Paralympics; SL4 ବ୍ୟାଡମିଣ୍ଟନରେ ଯୁବ IAS ଅଫିସର ସୁହାସଙ୍କୁ ରୌପ୍ୟ

By

Published : Sep 5, 2021, 8:45 AM IST

SL4 ବ୍ୟାଡମିଣ୍ଟନରେ ସୁହାସଙ୍କୁ ରୌପ୍ୟ
SL4 ବ୍ୟାଡମିଣ୍ଟନରେ ସୁହାସଙ୍କୁ ରୌପ୍ୟ ()

ଅନ୍ତିମ ଦିନରେ ଭାରତକୁ ମିଲିଛି ଆଉ ଏକ ରୌପ୍ୟ ପଦକ । ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଯୁବ ଆଇଏଏସ ଅଫିସର ସୁହାସ ୟାଥିରାଜ । ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସେ ପାରାଲିମ୍ପିକ୍ସରେ ଜିତିଛନ୍ତି ପଦକ । ଅଧିକ ପଢନ୍ତୁ...

ଟୋକିଓ: ପାରଲିମ୍ପିକ୍ସରେ ଜାରି ରହିଛି ଭାରତୀୟଙ୍କ ଜଲୱା । ଅନ୍ତିମ ଦିନରେ ଭାରତକୁ ମିଲିଛି ଆଉ ଏକ ରୌପ୍ୟ ପଦକ । ପୁରୁଷ ଏକକ ଏସ୍ଏଲ୍-୪ ବର୍ଗରେ ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ଯୁବ ଆଇଏଏସ ଅଫିସର ସୁହାସ ୟାଥିରାଜ । ଦେଶର ପ୍ରଥମ ଆଇଏଏସ୍ ଅଫିସର ଭାବେ ସେ ପାରାଲିମ୍ପିକ୍ସରେ ଜିତିଛନ୍ତି ପଦକ ।

୩୮ ବର୍ଷୀୟ ଯୁବ ଆଇଏଏସ୍ ଅଫିସର ଆଜି ଫାଇନାଲ୍ ମ୍ୟାଚ୍‌ର ଟପ୍ ସିଡ୍ ତଥା ବିଶ୍ବ ଚାମ୍ପିଅନ୍ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ ହାରି ରୌପ୍ୟ ପଦକ ପାଇଛନ୍ତି । ସେ ୨୧-୧୫, ୧୭-୨୧ ଓ ୧୫-୨୧ ଗେମ୍‌ରେ ତାଙ୍କ ପ୍ରତିନ୍ଦ୍ବନ୍ଦ୍ବୀଙ୍କ ଠାରୁ ହାରି ଯାଇଥଲେ । ସେମି ଫାଇନାଲ୍‌ରେ ସେ ଇଣ୍ଡୋନେସିଆର ଫ୍ରେଡି ସେତିୱାନଙ୍କୁ ସିଧାସଳଖ ଗେମ୍‌ରେ ପରାସ୍ତ କରି ଫାଇନାଲ୍‌ରେ ପ୍ରବେଶ କରିଥିଲେ ଓ ଭାରତ ପାଇଁ ଆଉ ଏକ ପଦକ ନିଶ୍ଚିତ କରିଥିଲେ ।

ସୁହାସ ଭାରତୀୟ ପ୍ରଶାସନିକ ଅଧିକାରୀ ଅଛନ୍ତି । ସୁହାସଙ୍କ ଘର କର୍ଣ୍ଣାଟକ । ଇଞ୍ଜିନିୟରିଂ କରିବା ପରେ ସେ ଭାରତୀୟ ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ । ସେ ଉତ୍ତର ପ୍ରଦେଶ କ୍ୟାଡରର ଆଇଏଏସ୍ ଅଫିସର ହୋଇଥିବା ବେଳେ ଏବେ ସେଠାକାର ଗୌତମ ବୁଦ୍ଧ ନଗରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । ୨୦୧୬ରେ ଆଜମଗଡ଼ର ଜିଲ୍ଲାପାଳ ଥିବା ବେଳେ ସେ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲେ ।

ଟୋକିଓ ପାରାଲିମ୍ପିକ୍ସରେ କେବଳ ବ୍ୟାଡ୍‌ମିଣ୍ଟନରେ ବର୍ତ୍ତମାନ ସୁଦ୍ଧା ଭାରତ ୩ଟି ପଦକ ଜିତି ସାରିଛି । ଏସ୍‌ଏଲ୍‌୪ ବର୍ଗରେ ସୁହାସ ରୌପ୍ୟ ପଦକ ଜିତିଥିବା ବେଳେ ଓଡ଼ିଆ ପୁଅ ପ୍ରମୋଦ ଭଗତ ପୁରୁଷ ଏକକ ଏସ୍‌ଏଲ୍‌୩ ବର୍ଗରେ ସ୍ବର୍ଣ୍ଣ ପଦକ ଏବଂ ମନୋଜ ସରକାର ବ୍ରୋଞ୍ଜ ପଦକ ଜିତି ଦେଶପାଇଁ ଗୌରବ ଆଣିଛନ୍ତି । ଭାରତ ପଦକ ସଂଖ୍ୟା ୧୮କୁ ବୃଦ୍ଧି ହୋଇଛି । ସୁହାସଙ୍କ ଏହି ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ସୁହାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details