ଦୁବାଇ: ଚଳିତ ୧୯ ବର୍ଷରୁ କମ ଏସିଆ କପ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ଦମଦାର ବିଜୟ । ସୋମବାର ICC ଏକାଡେମୀ ଗ୍ରାଉଣ୍ଡ ନମ୍ବର ୨ରେ ଖେଳାଯାଇଥିବା ମ୍ୟାଚ୍ରେ ଆଫଗାନିସ୍ତାନକୁ ୪ ୱିକେଟରେ ହରାଇଛି ଭାରତ।
ଭାରତ ପକ୍ଷରୁ ଓପନର ହରନୁର ସିଂହ ୬୫ ଓ ରାଜ ବାୱା ଅପରାଜିତ ୪୩ ରନ୍ର ମ୍ୟାଚ ବିଜୟୀ ଇଂନିସ ଖେଳିଛନ୍ତି । ୨୬୦ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ଟିମ ୪୮.୨ ଓଭରରେ ହାସଲ କରିନେଇଛି ।
ଦୁଇ ଭାରତୀୟ ଓପନର ହରନୁର ସିଂହ ଓ ଅଙ୍ଗକ୍ରୀଷ ରଘୁବଂଶୀ ୧୦୪ ରନ୍ର ଓପନିଂ ଭାଗିଦାରୀ ହୋଇଥିଲା । କ୍ୟାପଟେନ୍ ୟଶ ଦୁଲ୍ ୨୬ ଓ ନିଶାନ୍ତ ସିନ୍ଧୁ ୧୯ ରନ୍ର ଇଂନିସ ଖେଳିଥିଲେ । କୁଶାଲ ତାମ୍ବେ ୩୫ ରନ୍ର ଇଂନିସ ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ।
ଏହାମଧ୍ୟ ପଢନ୍ତୁ: SAvsIND: ବର୍ଷ ଧୋଇନେଲା ସେଞ୍ଚୁରିଆନ ଟେଷ୍ଟର 2ୟ ଦିନ ଖେଳ
ପୂର୍ବରୁ ଭାରତୀୟ କ୍ୟାପଟେନ୍ ୟଶ ଦୁଲ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ ଓ ଆଫଗାନିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ । ଫଳରେ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୨୫୯ ରନ୍ ସଂଗ୍ରହ କରିଥିଲା ଆଫଗାନ ଟିମ । ଟିମ ପକ୍ଷରୁ ଲିଆଜ ଅହମ୍ମଦ ଅହମଦାଜାଇ ୮୬ ଓ କ୍ୟାପଟେନ୍ ସୁଲିମନ ସାଫି ୭୩ ରନ୍ର ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ ।
ANI